Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ratha Jatra 2025: ପୁରୀର ସବୁ ଏଣ୍ଟ୍ରି ପଏଣ୍ଟରେ ଭିଡ଼, ଡ୍ରୋନ ରଖିଛି ନଜର

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Ratha Jatra 2025: ପୁରୀର ସବୁ ଏଣ୍ଟ୍ରି ପଏଣ୍ଟରେ ଭିଡ଼, ଡ୍ରୋନ ରଖିଛି ନଜର

Key Points

ସୁନାବେଶ ପାଇଁ ପୁରୀରେ ସକାଳୁ ପ୍ରବଳ ଭିଡ଼ ଲାଗି ରହିଛି ।

ଶନିବାର ରାତିରୁ ହିଁ ବହୁ ସଂଖ୍ୟାରେ ଭକ୍ତଙ୍କର ସୁଅ ଛୁଟିଛି ।

ଡ୍ରୋନରେ ଚାଲିଛି ଟ୍ରାଫିକ୍ କ୍ରଣ୍ଟୋଲ । ପ୍ରତି ଏକ ଘଣ୍ଟାରେ ଥରେ ମେସେଜ୍ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ଓଡ଼ିଶା ପୋଲିସ ପକ୍ଷରୁ ଆଡଭାଇଜାରୀ ଜାରି କରାଯାଇଛି। ପୁରୀକୁ ବହୁ ସଂଖ୍ୟାରେ ଗାଡ଼ି ଯାଉଛି। ଟ୍ରାଫିକ୍ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ମାଳତୀପାଟପୁର ଏବଂ ପୁରୀକୁ ଅନ୍ୟ ଏଣ୍ଟ୍ରି ପଏଣ୍ଟରେ ଡ୍ରୋନ୍ ମାଧ୍ୟମରେ ଟ୍ରାଫିକ୍ ନିରୀକ୍ଷଣ କରାଯାଉଛି।

ତେବେ ସୁନାବେଶ ପାଇଁ ପୁରୀରେ ସକାଳୁ ପ୍ରବଳ ଭିଡ଼ ଲାଗି ରହିଛି । ଗତକାଲି ରାତିରୁ ହିଁ ବହୁ ସଂଖ୍ୟାରେ ଭକ୍ତଙ୍କର ସୁଅ ଛୁଟିଛି। ସୁନାବେଶ ପାଇଁ ବଡ଼ଡାଣ୍ଡ ଓ ରଥପାଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବଡଦାଣ୍ଡର ଉଭୟ ପାର୍ଶ୍ଵରେ ବ୍ୟାରିକେଡ କରାଯାଇଥିବା ବେଳେ ଏତେ ଭିଡ଼ ହୋଇଛି ଯେ ସକାଳୁ ମାର୍କେଟ ଛକ ଠାରୁ ଧାଡ଼ିରେ ଯାଇ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ସେପଟେ ସହର ମଧ୍ୟକୁ ପ୍ରବେଶ ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଯାଇଛି । ଟ୍ରାଫିକ୍ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ମାଳତୀପାଟପୁର ଓ ବାଟଗାଁରେ ଲୋକଙ୍କୁ ଏକ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିପାରେ । ଯାନବାହନର ପାସ୍ ବାତିଲ କରାଯାଇଛି । ଅର୍ଥାତ୍ ପାସ୍ ଥିଲେ ବି କୌଣସି ଯାନବାହନକୁ ସହର ମଧ୍ୟକୁ ପ୍ରବେଶ ଅନୁମତି ନାହିଁ। ସହରର ସାହି, ବଡ଼ଦାଣ୍ଡ ସଂଲଗ୍ନ ଗଳି ସବୁ ସିଲ୍ କରାଯାଇଛି। ବଡ଼ଦାଣ୍ଡକୁ ଗାଡ଼ି ପ୍ରବେଶ ନିଷେଧ କରାଯାଇଛି।

ଆଜି ରଥ ଉପରେ ଅନୁଷ୍ଠିତ ହେବ ଚତୁର୍ଦ୍ଧା ବିଗ୍ରହଙ୍କ ବଡ ତଢ଼ାଉ ବେଶ ବା ସୁନାବେଶ। ରଥ ଉପରେ ଏହି ବେଶ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ । ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି ଏବଂ ଅନେକ ପ୍ରକାର ମାଳି ସହ ମହଣ ମହଣ ସୁନାରେ ଝଟକିବେ ଦାରୁ ଦିଅଁ । ସକାଳୁ ରଥାରୂଢ ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି ସମ୍ପାଦନ ହେବାପରେ ମଇଲମ ,ତଡ଼ପଲାଗି ହୋଇ ମହାପ୍ରଭୁଙ୍କର ଚାଲିଛି ଅବକାଶ ନୀତି । ଅପରାହ୍ନ ୫ ଟାରୁ ୬ ଟା ଭିତରେ ସୁନାବେଶ ହେବେ ଶ୍ରୀଜୀଉ । ପରେ ରାତ୍ର ୧୦ଟାରୁ ୧୧ ଟା ମଧ୍ୟରେ ସୁନାବେଶ ମଇଲମ ହେବ । ଆଜି ମଧ୍ୟ ହରିଶୟନ ଏକାଦଶୀ । ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି ରହିଛି ।

ଶ୍ରୀକ୍ଷେତ୍ରକୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ନଜରରେ ରଖି କେବଳ ସୁନାବେଶ ପାଇଁ ବଡ଼ଡାଣ୍ଡ ଓ ରଥପାଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ratha Jatra 2025: Crowds at all entry points of Puri, drones on watch | Argus News