Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ratha Jatra: ସେ ଜଣେ ଚାର୍ଟାଡ୍‌ ଆକାଉଣ୍ଟାଣ୍ଟ, ତଥାପି ଖରା ତାତିରେ ଲାଗି ପଡ଼ିଛନ୍ତି କାଳିଆ ସେବାରେ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Ratha Jatra: ସେ ଜଣେ ଚାର୍ଟାଡ୍‌ ଆକାଉଣ୍ଟାଣ୍ଟ, ତଥାପି ଖରା ତାତିରେ ଲାଗି ପଡ଼ିଛନ୍ତି କାଳିଆ ସେବାରେ

Key Points

ସେମାନେ ଉଚ୍ଚଶିକ୍ଷିତ, ହେଲେ ମହାପ୍ରଭୁଙ୍କ ସେବା ପାଇଁ ତାଙ୍କ ସମର୍ପଣ କାହାରିଠୁ କମ୍ ନୁହଁ ।

କମାର ଶାଳରେ କାମ କରୁଛନ୍ତି ଯୁବ କାରିଗର ଯଶୋବନ୍ତ ମହାରଣା ।

ମହାପ୍ରଭୁଙ୍କ ବଳିଷ୍ଠ ଯୁବ ସେବାୟତ ଆଲୋକ ଭୋଇ ବି ଲାଗିପଡ଼ିଛନ୍ତି ସେବାରେ ।

ସେମାନେ ଉଚ୍ଚଶିକ୍ଷିତ, ହେଲେ ମହାପ୍ରଭୁଙ୍କ ସେବା ପାଇଁ ତାଙ୍କ ସମର୍ପଣ କାହାରିଠୁ କମ୍ ନୁହଁ । ଖରା, ତରାକୁ ଖାତିର ନକରି ନିଷ୍ଠାର ସହ କମାର ଶାଳରେ କାମ କରୁଛନ୍ତି ଉଚ୍ଚ ଶିକ୍ଷିତ ଯୁବ କାରିଗର ଯଶୋବନ୍ତ ମହାରଣା । ସେହିପରି ମହାପ୍ରଭୁଙ୍କ ବଳିଷ୍ଠ ଯୁବ ସେବାୟତ ଆଲୋକ ଭୋଇ ଉଚ୍ଚଶିକ୍ଷିତ ହୋଇ ବି ମହାପ୍ରଭୁଙ୍କ ରଥ ନିର୍ମାଣ କାମରେ ଲାଗିଛନ୍ତି ।

କୁନି ରୂପକାର ସେବାୟତଙ୍କ ଭଳି କମାର ଶାଳରେ ଉଚ୍ଚ ଶିକ୍ଷିତ ଯୁବ କାରିଗର। ମୁଣ୍ଡ ଉପରେ ଅସହ୍ୟ ଖରା ଓ ତଳେ ନିଆଁ ଚୁଲିର ତାତିକୁ ଖାତିର ନକରି ନିଷ୍ଠାର ସହ ମହାପ୍ରଭୁଙ୍କ ପାଇଁ କମାରଶାଳରେ କରୁଛନ୍ତି କାମ। ଭଳି କି ଭଳି ଅରକଣ୍ଟା, ବଳା, ପନ୍ଧାରୀ ଇତ୍ୟାଦି ବିଭିନ୍ନ ପ୍ରକାରର କଣ୍ଟା ନିର୍ମାଣ କରୁଛନ୍ତି ଯଶୋବନ୍ତ। ଚାର୍ଟାଡ ଆକାଉଟାଣ୍ଟ ପାଠ ପଢିବା ସହ ନିଜର କୌଳିକ ପରମ୍ପରାକୁ ଅକ୍ଷୂର୍ଣ୍ଣ ରଖିବାକୁ ମହାପ୍ରଭୁଙ୍କ ସେବା କରୁଥିବା ଯଶୋବନ୍ତ କୁହନ୍ତି।

ସେହିଭଳି ଆଉ ଜଣେ ମହାପ୍ରଭୁଙ୍କର ବଳିଷ୍ଠ ଯୁବ ସେବାୟତ ହେଉଛନ୍ତି ଆଲୋକ ଭୋଇ। ତିନି ରଥର ଭୋଇ ସର୍ଦ୍ଦାର ରବି ଭୋଇଙ୍କ ପୁଅ ହେଉଛନ୍ତି ଆଲୋକ। ବଡବଡ କାଠଗଣ୍ଡିଠାରୁ ଆରମ୍ଭ କରି ଜନ୍ତାଗାଢରେ ସିଙ୍ଗଡା ବାଡିଆ ଭଳି କଷ୍ଟକର କାମ କରନ୍ତି ଯୁକ୍ତ ତିନି ଇଂରାଜୀ ଅନର୍ସରେ ପାଠ ଶେଷ କରିଥିବା ଆଲୋକ। ନିଜ ବାପା ଭୋଇ ସର୍ଦ୍ଦାରଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ମହାପ୍ରଭୁଙ୍କ ପ୍ରତି ଭକ୍ତି ଓ ସମର୍ପଣ ମନୋଭାବ ପ୍ରତି ଆକର୍ଷିତ ହୋଇ ବାପାଙ୍କୁ ଆଦର୍ଶ ମାନି ସେବାରେ ନିୟୋଜିତ ହୋଇଛନ୍ତି ଆଲୋକ।

ଗୋଟିଏ ପଟେ କୁନି ସେବାୟତଙ୍କ ପାଇଁ ରଥଖଳା ଚାଟଶାଳୀ ପାଲଟିଥିବା ବେଳେ ଯୁବ ସେବାୟତଙ୍କ ପାଇଁ ରଥଖଳା ସାଜିଛି ମହାପ୍ରଭୁଙ୍କ ସେବାର ମାଧ୍ୟମ। ତେବେ ଆଗକୁ ସେମାନେ ରଥଖଳାରେ କାମ ସମ୍ପୂର୍ଣ୍ଣ ଶିଖି ପାରମ୍ପରିକ ସେବାକୁ ବଜାୟ ରଖିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ratha Jatra: He is a chartered accountant, yet he is stuck in the scorching heat of Kalia seva | Argus News