Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତିଆରି ହେଉଛି ଗୋଦାମ ଘର, ଏଣେତେଣେ ପଡ଼ିବନି କି ଖତରା ହେବନି...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ତିଆରି ହେଉଛି ଗୋଦାମ ଘର, ଏଣେତେଣେ ପଡ଼ିବନି କି ଖତରା ହେବନି...

Key Points

ଏଣେତେଣେ ଖରାବର୍ଷାରେ ନଷ୍ଟ ହେବ ନାହିଁ ରଥର ଅଂଶବିଶେଷ।

ସ୍ୱତନ୍ତ୍ର ଗୋଦାମ ଗୃହରେ ରହିବ ରଥର ଚକ, ଅନ୍ୟାନ୍ୟ ରଥାଂଶ ଓ ବଳକା କାଠ।

ଭକ୍ତଙ୍କ ଭାବାବେଗ ପ୍ରତି କୁଠାରଘାତ ପହଞ୍ଚିୁଥିଲା ।

ଆଉ ଏଣେତେଣେ ପଡ଼ିବନି ମହାପ୍ରଭୁଙ୍କ ରଥରେ ବ୍ୟବହୃତ ସାମଗ୍ରୀ । ସମ୍ମାନର ସହ ସୁରକ୍ଷିତ ଭାବେ ରଖିବା ପାଇଁ ନୂତନ ଭାବେ ନିର୍ମିତ ହେଉଛି ରଥ ଗୋଦାମ ଗୃହ। ତେବେ ନବନିର୍ମିତ ଗୋଦାମ ଗୃହର ସ୍ଥିତି ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ି। ମସାଣିଚଣ୍ଡି ଛକ ନିକଟରେ ଏହି ଗୋଦାମ ଗୃହର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଆଉ ଏଣେତେଣେ ଖରାବର୍ଷାରେ ନଷ୍ଟ ହେବ ନାହିଁ ରଥର ଅଂଶବିଶେଷ। ସ୍ବତନ୍ତ୍ର ଗୋଦାମ ଗୃହରେ ରହିବ ରଥର ଚକ, ଅନ୍ୟାନ୍ୟ ରଥାଂଶ ଓ ବଳକା କାଠ। ପୁରୀ ସହରର ମଶାଣିଚଣ୍ଡୀ ଛକଠାରେ ନୂତନ ରଥ ଗୋଦାମର କାର୍ଯ୍ୟର ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ପୂର୍ବରୁ ଭଙ୍ଗା ରଥାଂଶଗୁଡ଼ିକୁ ଏଣେ ତେଣେ ବେପରୁଆ ଭାବେ ରଖାଯାଉଥିଲା। କେତେକ ରଥାଂଶ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ତ ଆଉ କେତକ ଅଂଶବିଶେଷ ଦୋଳବେଦୀ ସହ ଗୁଣ୍ଡିଚା ମନ୍ଦିରରେ ରଖାଯାଇଥିଲା।

ଘୋଷଯାତ୍ରାରେ ସାମିଲ ରଥର ସମସ୍ତ ଅଂଶବିଶେଷର ଗୁରୁତ୍ବ ରହିଛି। ଉଚ୍ଚା ଦର ଯୋଗୁ ବିକ୍ରି ହୋଇନପାରି ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ପଡି ରହିଛି ପୂର୍ବରୁ ବ୍ୟବହୃତ ରଥର ଚକ, ପ୍ରଭା ସମେତ ବିଭିନ୍ନ ଉପକରଣ। ଏଥିରୁ କିଛି ଭାଙ୍ଗି ଯାଇଥିବା ବେଳେ ଆଉ କିଛି ନଷ୍ଟ ହେବାକୁ ବି ବସିଲାଣି। ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ବି ପ୍ରକାଶ ପାଇଛି। ଏବେ ଗୋଦାମ ଗୃହରେ ସୁରକ୍ଷିତ ଭାବେ ରଥର ପ୍ରଭା, ସିଂହାସନ, ଘୋଡ଼ା, ପାର୍ଶ୍ଵ ଦେବାଦେବୀ, ସାରଥୀ, କାନକମୁଣ୍ଡି ଆଦି ରଖାଯାଇପାରିବ।

ପୂର୍ବ ସରକାର ସମୟରେ ରଥଯାତ୍ରା ସରିବା ପରେ ରଥର ରଥାଂଶ ଗୁଡ଼ିକୁ ବିଭିନ୍ନ ସ୍ଥାନରେ ବେପରୁଆ ଭାବେ ରଖାଯାଉଥିଲା। ଏହାକୁ ଦେଖି ଭକ୍ତଙ୍କ ଭାବାବେଗ ପ୍ରତି କୁଠାରଘାତ ପହଞ୍ଚିଥାଏ। ତେଣୁ ମସାଣିଚଣ୍ଡି ଛକ ନିକଟରେ ଅବଢ଼ା ଯୋଜନାରେ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ratha Jatra: The warehouse is being built, it won't fall over or become a hazard... | Argus News