|
logo
Live

Argus News - ରଥଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଚୂଡାନ୍ତ

Odisha

ରଥଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଚୂଡାନ୍ତ

Smruti Parija
Browse all articles by Smruti Parija
·1 year ago·1 min read
ରଥଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଚୂଡାନ୍ତ

ପୁରୀ:  ଶେଷ ହୋଇଛି ନୀତି ସବକମିଟି ଓ ଛତିଶାନିଯୋଗର ଯୁଗ୍ମ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ରଥଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଜୁଲାଇ 7 ତାରିଖରେ ଅନୁଷ୍ଠିତ ରଥଯାତ୍ରାରେ ଅପରାହ୍ନ 5ଟାରେ ରଥଟଣା ହେବ ବୋଲି ନୀତିନିର୍ଘଣ୍ଟ କରାଯାଇଛି । ଯାହା ଆସନ୍ତାକାଲି ପରିଚାଳନା କମିଟି ବୈଠକରେ ଚୂଡାନ୍ତ ନୀତିନିର୍ଘଣ୍ଟକୁ ମୋହର ମରାଯିବ । 

ସେପଟେ 53 ବର୍ଷ ପରେ ଅର୍ଥାତ 1971 ମସିହା ଅନୁଯାୟୀ ଚଳିତବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଆଜ୍ଞାମାଳ ବିଜେ ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । ଛତିଶାନିଯୋଗ ବୈଠକର ନିଷ୍ପତ୍ତି ଅନୁଯାୟୀ ପଟିଦିଁଅଙ୍କ ନିକଟରୁ ଆଜ୍ଞାମାଳ ଯିବା ପରେ ରଥଖଳାରୁ ସିଂହଦ୍ଵାର ନିକଟକୁ ରଥଟଣା ହେବ । ତେବେ ଚଳିତବର୍ଷ କ୍ଷୟ ଯୋଗୁଁ ଗୋଟିଏ ଦିନରେ ରଥଯାତ୍ରା,ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପଡୁଥିବାରୁ ସମସ୍ତ ନୀତିକାନ୍ତି କରାଯାଇ ଅପରାହ୍ନ 5ଟାରେ ଅର୍ଥାତ ବିଳମ୍ବରେ ରଥଟଣା ହେବ । 

ତେବେ ଛତିଶାନିଯୋଗ ବୈଠକରେ ନୀତିନିର୍ଘଣ୍ଟ ଅନୁଯାୟୀ ରାତ୍ର 2ଟାରେ ମଙ୍ଗଳ ଆଳତୀ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦଶବତାର ଠାକୁର ବାହୁଡା ବିଜେ 2.40ରେ, 3 ଟା ରେ ଅଣସର ତାଟି ଫିଟିବ 
4 ଟାରେ ନେତ୍ରୋତ୍ସବ ବନ୍ଦାପନା, 
3.45ଟାରେ ଦଇତାପତି ସର୍ବାଙ୍ଗ,
5.25ରେ ଦ୍ୱାରପାଳ ପୂଜା
ସକାଳ 6 ଟା ରୁ 7ଟା ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳଧୂପ
7.30ରୁ 12 ଟା ମଧ୍ୟରେ ସେନାପଟା ଲାଗି
ଦିନ 11ଟାରେ ରଥ ପ୍ରତିଷ୍ଠା
ଦିନ 1ଟାରେ ମଙ୍ଗଳାର୍ପଣ
ଦିନ 1.10ରେ ଧାଡି ପହଣ୍ଡି ଆରମ୍ଭ
ଦିନ 2.30ରେ ପହଣ୍ଡି ଶେଷ
ଅପରାହ୍ନ 4ଟାରେ ଛେରାପହଁରା
ଅପରାହ୍ନ 4.30ରେ ଚାରଫିଟା 
ଘୋଡା ସାରଥୀ ଲାଗିବା ଓ ଅପରାହ୍ନ 5ଟାରେ ରଥଟଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି । 
ତେବେ ଚଳିତବର୍ଷ 15 ତାରିଖ ଦିନ ବାହୁଡାଯାତ୍ରା ହୋଇଥିବାବେଳେ 17 ତାରିଖ ଦିନ ସୁନାବେଶ ଅନୁଷ୍ଠିତ ହେବ । 


 

Sponsored
ରଥଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଚୂଡାନ୍ତ | Argus News