ଶ୍ରୀବିଗ୍ରହଙ୍କ ଅପେକ୍ଷା ରହିଛି ସୁସଜ୍ଜିତ ତିନି ରଥ

Key Points
ରଥ ପ୍ରତ୍ସତୁ, ପଥ ପ୍ରସ୍ତୁତ
ଅପେକ୍ଷାରେ କୋଟି କୋଟି ଶ୍ରଦ୍ଧାଳୁ
ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାତ୍ରା କରିବେ ଶ୍ରୀଜୀଉ
ରଥ ପ୍ରତ୍ସତୁ, ପଥ ପ୍ରସ୍ତୁତ । ଅପେକ୍ଷାରେ କୋଟି କୋଟି ଶ୍ରଦ୍ଧାଳୁ । ଚକା ଆଖି ସହ ଆଖି ମିଶାଇବାକୁ ଆକୁଳ ପ୍ରାୟ ଭକ୍ତର ମନ । ରତ୍ନବେଦୀରୁ ଜନ୍ମ ବେଦୀକୁ ଯାତ୍ରା କରି ଲୀଳା କରିବେ ମହାପ୍ରଭୁ । ବଡଦାଣ୍ଡରେ ଏ ଯାତ୍ରାରେ ସାମିଲ ହେବେ ଅଗଣିତ ଭକ୍ତ । ତେବେ ଚଳିତ ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ସମାଗମକୁ ଲକ୍ଷ କରି ପୋଲିସ ଓ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାତ୍ରା କରିବେ ଶ୍ରୀଜୀଉ । ସିଂହଦ୍ୱାର ଆଗରେ ଶ୍ରୀବିଗ୍ରହଙ୍କ ଅପେକ୍ଷା ରହିଛି ସୁସଜ୍ଜିତ ତିନି ରଥ । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଉଠୁଛି ପଡୁଛି ଶ୍ରୀକ୍ଷେତ୍ର ପୁରୀ । ଆଜି ରତ୍ନବେଦୀକୁ ଛାଡି ଓହ୍ଲାଇ ଆସିବ କଳା କହ୍ନେଇ । ରଥାରୂଢ଼ କଳାଶ୍ରୀମୁଖର ଦର୍ଶନ କରି କୃତାର୍ଥ ହେବ ଭକ୍ତ । ଏଥିପାଇଁ ସକାଳୁ ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଭକ୍ତଙ୍କ ସୁଅ । ଜନସମୁଦ୍ର ହେଲାଣି ବଡଦାଣ୍ଡ ।
📱 Get Argus News App
✨
ଚଳିତ ବର୍ଷ ରଥଯାତ୍ରାରେ ସର୍ବାଧିକ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ବି.ଏସ.ଏଫ ଜବାନ୍, ଆର ଏ ଏଫ ଅଧିକାରୀ ,ବମ ସ୍କ୍ୱାଡ଼, ଡ଼ଗ ସ୍କ୍ୱାଡ଼ ସହ ସିସିଟିଭି ସର୍ଭେଲାନ୍ସର ବ୍ୟବସ୍ଥା କରାଯାଇଛି ।
ସମୁଦ୍ର ପଥ ସୁରକ୍ଷାକୁ ନେଇ ସବୁ ବ୍ୟବସ୍ଥା କରାଯାଇଥିବାବେଳେ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ରୁମ୍ କରାଯାଇଛି । ଭୁବନେଶ୍ଵର ପୁରୀ, ପୁରୀ କୋଣାର୍କ ରାସ୍ତା ସହିତ ପୁରୀ ସହରରେ ୨୭୫ ଟି ଏଆଇ କ୍ୟାମେରା ଲଗାଯାଇଛି । ଆଣ୍ଟି ଡ୍ରୋନ ବ୍ୟବସ୍ଥା, ଡଗ ସ୍କ୍ୱାର୍ଡ, anti terrorist ସ୍କ୍ୱାଡ଼ଙ୍କ ସମେତ ବି ଏସ ଏଫ, RAF, CRPF ସମେତ ଆଠ କମ୍ପାନୀ ଫୋର୍ସ ମୁତୟନ ରହିବେ । ଚଳିତବର୍ଷ ରଥଯାତ୍ରା ସୁରକ୍ଷା ପାଇଁ 10 ହଜାର ପୋଲିସ କର୍ମଚାରୀ ମୁତୟନ ହୋଇଛନ୍ତି ।

