ଚାଲିଛି ତିନି ରଥର ଚାରି ନାହାକା, ପୋଲ ଗୟଳ, ଗରଗରା କାମ

Key Points
ଚଳଚଞ୍ଚଳ ରଥଖଳା
୨୮ ଦିନରେ ଚଳଚଞ୍ଚଳ ରଥଖଳା । ଚାଲିଛି ତିନି ରଥର ଚାରି ନାହାକା, ପୋଲ ଗୟଳ, ଗରଗରା କାମ ।ସରିଛି ୩୯ ଚକ । ଆଉ ୩ଟି ଚକ ପ୍ରସ୍ତୁତ ହେବ । ଶୀତଳ ଷଷ୍ଠୀ ସୁଦ୍ଧା ଶେଷ ହେବ ଅଖ ଚକ ସଂଯୋଗ କାମ । ୨୦୦ରୁ ଉର୍ଦ୍ଧ୍ଵ ରଥ ନିର୍ମାଣ ସେବକ ଜାରି ରଖିଛନ୍ତି ଦିବ୍ୟ ରଥ ନିର୍ମାଣ କାର୍ଯ୍ୟ ।
ସେପଟେ 11 ତାରିଖେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । 12 ତାରିଖ ପରଠୁ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କ ମନ୍ଦିରର ଦର୍ଶନ ପାଇଁ ଲାଗିବ ଭିଡ । ଏନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଜିଲ୍ଲାପାଳ ଓ ଏସପି । ଆସନ୍ତା ଜୁନ୍ 12 ତାରିଖରୁ ଅଲାରନାଥଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ଟ୍ରାଫିକ ବ୍ୟବସ୍ଥା,ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭକ୍ତଙ୍କ ସୁରକ୍ଷା,ଶୃଙ୍ଖଳିତ ନୀତିକାନ୍ତି,ଖରାକୁ ଦୃଷ୍ଟିରେ ରଖି ଆନୁସଙ୍ଗିକ ବ୍ୟବସ୍ଥାକୁ ଅନୁଧ୍ୟାନ କରୁଛି ପ୍ରଶାସନ । କିଛିଦିନ ତଳେ ଜିଲ୍ଲା ପ୍ରଶାସନ ସହ ଅଲାରନାଥ ମନ୍ଦିର ଟ୍ରଷ୍ଟ ଓ ମନ୍ଦିର ସେବାୟତଙ୍କୁ ନେଇ ହୋଇଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ ।