Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ତିନିରଥର ୪୨ଟି ତୁମ୍ଭରେ ୬୭୨ ଟି ଅର ସଂଯୋଗ ପ୍ରକ୍ରିୟା ଜାରି

Odisha

ତିନିରଥର ୪୨ଟି ତୁମ୍ଭରେ ୬୭୨ ଟି ଅର ସଂଯୋଗ ପ୍ରକ୍ରିୟା ଜାରି

Smruti Parija
Browse all articles by Smruti Parija
·1 year ago·1 min read
ତିନିରଥର ୪୨ଟି ତୁମ୍ଭରେ ୬୭୨ ଟି ଅର ସଂଯୋଗ ପ୍ରକ୍ରିୟା ଜାରି

Key Points

ଶ୍ରୀକ୍ଷେତ୍ର ଭଉଁରୀକୁ ଆଉ ମାତ୍ର ୪ ଦିନ ବାକି

ଶ୍ରୀକ୍ଷେତ୍ର ଭଉଁରୀକୁ ଆଉ ମାତ୍ର ୪ ଦିନ ବାକି । ଜୋରସୋରରେ ରଥଖଳାରେ ଚାଲିଛି ରଥନିର୍ମାଣ କାର୍ଯ୍ୟ । ତେବେ ଭଉଁରୀକୁ ଦୃଷ୍ଟିରେ ତିନି ରଥର ନାହାକା ଚକ ଅଖ ପ୍ରସ୍ତୁତ କରାଯାଉଛି । ଏଥିସହ ଏବେ ବି ଚାଲିଛି ସିଙ୍ଗଡ଼ା ବାଡିଆ କାର୍ଯ୍ୟ । ତିନିରଥର ୪୨ଟି ତୁମ୍ଭରେ ୬୭୨ ଟି ଅର ସଂଯୋଗ ପ୍ରକ୍ରିୟା ଜାରି ରହିଛି ।


ସେପଟେ ପହି ପଡିବା ପରେ ବିଲେଇ ବାଡିଆ କାର୍ଯ୍ୟ ଜାରି ରହିଛି । ଏହି ବାଡ଼ିଆ ଫଳରେ ରଥଚକ ମଜବୁତ ହୋଇଥାଏ । ମହାପ୍ରଭୁଙ୍କ ତିନିରଥର ୩୩ଟି ଗୁଜରେ ସିଂହବିରାଳ ଖୋଦେଇ ଚାଲିଛି । ନୃସିଂହ ଚତୁର୍ଦ୍ଦଶୀ ଦିନ ଗୁଜ ଅନୁକୂଳ ହେବା ପରେ ରୂପକାର ସେବକମାନେ ନିଷ୍ଠାର ସହ ସିଂହ ବିରାଳର ଖୋଦେଇ କାର୍ଯ୍ୟ କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ କମାର ଶାଳରେ କମାର ମାନେ ତିନିରଥ ପାଇଁ ଲୁହା କଣ୍ଟା ସହ ଲୁହା ସାମଗ୍ରୀ ତିଆରି କରୁଛନ୍ତି । କମାର ଶାଳରେ ଅରକଣ୍ଟା, ଅର କ୍ଲାମ୍ପ ଓ ୪୨ଟି ତୁମ୍ଭର ୪୨ ଯୋଡା ପନ୍ଦାରି ନିର୍ମାଣ ଜାରି ରହିଛି ।

Sponsored
rathayatra-2025-only-4-days-left-for-srikshetra-bhanuri | Argus News