Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜ୍ଞାମାଳ ବିଜେ ପରେ ସିଂହଦ୍ଵାର ଅଭିମୂଖେ ଗଡିଲା ରଥ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
 ଆଜ୍ଞାମାଳ ବିଜେ ପରେ ସିଂହଦ୍ଵାର ଅଭିମୂଖେ ଗଡିଲା ରଥ

Key Points

ରାତି ପାହିଲେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା

ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ
କଡ଼ା ସୁରକ୍ଷା ବଳୟରେ ପୁରୀ

ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ । ରାତି ପାହିଲେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀ ଛାଡି ଜନ୍ମବେଦୀ ଯିବେ ଚତୁର୍ଦ୍ଧାମୂରତି । ବଡ଼ଦାଣ୍ଡରେ ପ୍ରବଳ ଜନ ସମାଗମ । ଆଜ୍ଞାମାଳ ବିଜେ ପରେ ଗଡିଲା ରଥ । ରଥଖଳାରୁ ସିଂହଦ୍ଵାର ନିକଟକୁ ତିନି ରଥ ନିଆଯାଇଛି । ସିଂହଦ୍ଵାର ସମ୍ମୁଖରେ ନନ୍ଦିଘୋଷ, ଦର୍ପଦଳନ । ଆଜି ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଦୀର୍ଘ ୧୫ ଦିନ ପ୍ରତୀକ୍ଷା ପରେ କାଳିଆକୁ ଦେଖି ଭାବବିହ୍ବଳ ଭକ୍ତ ।


ଆସନ୍ତାକାଲି ରଥଯାତ୍ରା ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ସକାଳ ୯ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ । ୯ଟା ୧୫ରେ ମଙ୍ଗଳାର୍ପଣ ପରେ ୯ଟା ୩୦ରୁ ପହଣ୍ଡି । ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଦାରୁବିଗ୍ରହ ରଥାରୁଢ ହେବେ । ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା । ଚାରମାଳ ଫିଟା ଯାଇ ଅପରାହ୍ନ ୪ଟାରେ ରଥଟଣା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଡ଼ା ସୁରକ୍ଷା ବଳୟରେ ପୁରୀ । ୨୦୫ ପ୍ଲାଟୁନ ଫୋର୍ସ ସମେତ ୮ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rathayatra preparation in puri | Argus News