ଆଜିଠୁ ରଙ୍ଗା ଭଙ୍ଗା ଆରମ୍ଭ...
·1 year ago

ପୁରୀ: ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ରତ୍ନସିଂହାସନରେ ବିରାଜମାନ କରିଛନ୍ତି । ହେଲେ ଚତୁର୍ଦ୍ଧାବିଗ୍ରହ ଯାତ୍ରା କରିଥିବା ତିନିରଥ ସିଂହଦ୍ୱାର ସମ୍ମୁଖରେ ରହିଥିବା ବେଳେ ଆଜିଠାରୁ ଭଙ୍ଗା ଆରମ୍ଭ ହୋଇଛି ।
ଶ୍ରୀମନ୍ଦିର ପ୍ରଶାସନର ଚିଠି ପାଇବା ପରେ ଆଜି ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ରଥଭଙ୍ଗା କାର୍ଯ୍ୟ । ଆଜିଠାରୁ ତିନି ରଥ ଭଙ୍ଗା କାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ନିୟମ ଅନୁଯାୟୀ ଆଜି ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା ଯାଉଛି । ଏହାପରେ ତାଳଧ୍ୱଜ ରଥ ଭଙ୍ଗାଯିବ ।
ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବାର ପରମ୍ପରା ରହିଛି । ତେବେ ଆଜି ଭୋଇ ସର୍ଦ୍ଧାର ଅନୁକୁଳ କରିବା ପରେ ପ୍ରଥମେ କଳସରୁ ଆରମ୍ଭ ହୋଇଛି ଭଙ୍ଗା କାମ । ତା ପରେ ପାରାଭାଡି ଓ ପରେ ପରେ ଦ୍ୱାରବେଢା ଭଙ୍ଗା ଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: