Videos
|
Odisha

Ration Card / ରାସନ କାର୍ଡ ହିତାଧିକାରୀ ପାଇଁ ବଡ଼ ସୂଚନା...ଏମାନଙ୍କର କଟିବ କାର୍ଡ

Rashmita Mishra
Browse all articles by Rashmita Mishra
·8 months ago·2 min read
ରାସନ କାର୍ଡ ହିତାଧିକାରୀ ପାଇଁ ବଡ଼ ସୂଚନା...ଏମାନଙ୍କର କଟିବ କାର୍ଡ
Ration Card

Key Points

ରାସନ କାର୍ଡ ହିତାଧିକାରୀ ପାଇଁ ବଡ଼ ସୂଚନା ।
ରାସନ ନ ଉଠାଇଲେ କଟିବ କାର୍ଡ । ଏମାନଙ୍କର କଟିବ ରାସନ କାର୍ଡ

ରାସନ କାର୍ଡ ହିତାଧିକାରୀ ପାଇଁ ବଡ଼ ସୂଚନା... ଲଗାତାର ୬ ମାସ ଧରି ରାସନ ସାମଗ୍ରୀ ନ ଉଠାଉଥିଲେ କଟିଯିବ ରାସନ କାର୍ଡ । ସମାନ୍ତରାଳ ଭାବେ ଓଡ଼ିଶା ଏବଂ ଅନ୍ୟ ରାଜ୍ୟରୁ ନିଜ ଆଧାର କାର୍ଡ଼ ବ୍ୟବହାର କରି ରାସନ କାର୍ଡ ହାତାଇଥିଲେ ଏବଂ ରାସନ ଉଠାଇଥିଲେ କଟିବ ରାସନ କାର୍ଡ ।

ଆଧାର ସର୍ଭେରେ ମୃତ ବ୍ୟକ୍ତି ଚିହ୍ନଟ ହୋଇଥିଲେ ସେମାନଙ୍କୁ ଚିହ୍ନଟ କରି ତର୍ଜମା କରୁଛନ୍ତି ସରକାର । ଖାଦ୍ୟ ସୁରକ୍ଷା ଆଇନ-୨୦୨୦ରେ କଡାକଡ଼ି ଯାଞ୍ଚ ହେଉଛି ରାସନ କାର୍ଡ । ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର ।

ସେପଟେ ରାଜ୍ୟର ୯୭ ଲକ୍ଷ ୪୦ ହଜାର ୧୧୪ ପରିବାରର ୩ କୋଟି ୨୫ ଲକ୍ଷ ୮୮ ହଜାର ୮୭୯ ସଦସ୍ୟ ସରକାରଙ୍କ ଠାରୁ ରାସନ କାର୍ଡରେ ଚାଉଳ ପାଉଛନ୍ତି । ଉଭୟ ରାଜ୍ୟ ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଛି ମାଗଣା ଚାଉଳ । ତେବେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବାକୁ ସରକାର ରାସନକାର୍ଡ ଯାଞ୍ଚ କରୁଛନ୍ତି । ଯାଞ୍ଚ ବେଳେ କେଉଁ ଅସୁବିଧା ଥିଲେ ରାସନକାର୍ଡ କଟିବ ସେନେଇ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଥିବା ଲିଖିତ ଉତ୍ତର ଅନୁସାରେ, "ଯେଉଁ ରାସନକାର୍ଡଧାରୀମାନେ ଗତ ୬ରୁ ୧୨ ମାସ ଧରି ଲଗାତାର ରାସନ ସାମଗ୍ରୀ ଉଠାଣ କରିନାହାନ୍ତି ସେମାନଙ୍କର କାର୍ଡ କଟିବ ।" ସେହିଭଳି ଯେଉଁମାନେ ନିଜ ଆଧାର ନମ୍ବର ବ୍ୟବହାର କରି ଓଡ଼ିଶା ଏବଂ ଅନ୍ୟ କୌଣସି ରାଜ୍ୟରୁ ସମାନ୍ତରାଳ ଭାବେ ରାସନକାର୍ଡ ହାତେଇ ରାସନ ସାମଗ୍ରୀ ଉଠାଣ କରୁଛନ୍ତି । ସେମାନଙ୍କର ରାସନକାର୍ଡ ମଧ୍ୟ କଟିବ ।

ଭାରତ ସରକାରଙ୍କ ଆଧାର ସର୍ଭରରେ ମୃତ ବ୍ୟକ୍ତି ବୋଲି ଚିହ୍ନିତ ହୋଇଥିଲେ ସେମାନଙ୍କର କ୍ଷେତ୍ର ତର୍ଜମା କରାଯାଇ ରାସନକାର୍ଡରୁ ବାଦ୍ ଦିଆଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିସହ ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ୍-୨୦୨୦ ଆଧାରରେ ନିୟମିତ ବ୍ୟବଧାନରେ ରାସନକାର୍ଡର ଯାଞ୍ଚ ହୁଏ । ଆଇନ୍‌ରେ ବାଦ୍ ଦେବା ମାନଦଣ୍ଡ ଅଧିନରେ ଆସୁଥିବା ରାସନକାର୍ଡ ଚିହ୍ନଟ କରାଯାଇ ବାଦ୍ ଦିଆଯାଇଥାଏ ।

ଅକ୍ଟୋବର ମାସରେ ସରକାର ଦେଇଥିବା ସୂଚନା ଅନୁସାରେ, ରାଜ୍ୟର ୧୫ ଲକ୍ଷ ୬୭ ହଜାର ହିତାଧିକାରୀ ଇକେୱାଇସି କରି ନାହାନ୍ତି । ଏବେ ସରକାର ପୁଣି ଥରେ ଇ-କେୱାଇସି ଲାଗି ସୁଯୋଗ ପ୍ରଦାନ କରିଛନ୍ତି । ଯାହାଦ୍ଵାରା କେହି ଯୋଗ୍ୟ ହିତାଧିକାରୀ ରାସନ କାର୍ଡରୁ ବାଦ୍ ପଡ଼ିବେ ନାହିଁ ।

ଏହା ପୂର୍ବରୁ ଗତ ବିଧାନସଭା ମୌସୁମୀ ଅଧିବେଶନରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ୩୦ ହଜାର ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ତାଲିକାରୁ ହଟାଇ ଦିଆଯାଇଛି । ଏହାଦ୍ୱାରା ୧ ଲକ୍ଷ ୯ ହଜାର ୮୫୩ ଜଣ ପ୍ରଭାବିତ ହୋଇଛନ୍ତି । ସେତେବେଳେ ମନ୍ତ୍ରୀ କହିଥିଲେ, ୯୭.୪୦ ଲକ୍ଷ ପରିବାରର ୩.୨୫ କୋଟି ଲୋକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ମାଗଣା ଖାଦ୍ୟ ଶସ୍ୟ ପାଉଛନ୍ତି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ration Card | Will Your Ration Card Be Cancelled If You Don’t Collect Ration? | Argus News