Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୟୂରଭଞ୍ଜରେ ରାସନକାର୍ଡ ମହାଦୁର୍ନୀତିର ଖୋଲୁଛି ପେଡି

Odisha

ମୟୂରଭଞ୍ଜରେ ରାସନକାର୍ଡ ମହାଦୁର୍ନୀତିର ଖୋଲୁଛି ପେଡି

Rashmita Mishra
Browse all articles by Rashmita Mishra
·1 year ago·2 min read
 ମୟୂରଭଞ୍ଜରେ ରାସନକାର୍ଡ ମହାଦୁର୍ନୀତିର ଖୋଲୁଛି ପେଡି

Key Points

ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ଖୋଲିଲା ପୋଲ
୨୩ ହଜାର ୭୯୯ ମୃତକଙ୍କ ନାଁରେ ଉଠୁଥିଲା ରାସନ
୪୨୯୧ ଜଣ ସରକାରୀ ଚାକିରିଆ ଉଠାଉଥିଲେ ଫାଇଦା
୧୫ହଜାର ୬୮୮ଆୟକରଦାତା ମଧ୍ୟ ଚିହ୍ନଟ
ବେଆଇନ ଭାବେ ଉଠାଉଥିଲେ 1400 କ୍ବିଣ୍ଟାଲରୁ ଅଧିକ ଚାଉଳ
ଯାହାର ଆନୁମାନିକ ମୁଲ୍ୟ 52ଲକ୍ଷ

ମୟୂରଭଞ୍ଜ ଜିଲାରେ ରାସନକାର୍ଡ ଅନିୟମିତତା

ବିଧାନସଭାରେ ଯୋଗାଣ ମନ୍ତ୍ରୀଙ୍କ ଉତ୍ତର, ମୟୂରଭଞ୍ଜରେ ଇ-କେୱାଇସି ତଥା ଆଧାର ନମ୍ବର ସଂଯୋଗୀକରଣ ଦ୍ବାରା ୨୩ ହଜାର ୭୯୯ ମୃତକଙ୍କୁ ଚିହ୍ନଟ କରାଯାଇଛି। ସେହିପରି ୧୬୬୧୩ ରାସନ କାର୍ଡରେ ୪୨୯୧ ଜଣ ସରକାରୀ ଚାକିରିଆ ଚିହ୍ନଟ କରାଯାଇଛି । ରାସନ ନେଉଥିବା ୧୫୬୮୮ଜଣ ଆୟକର ଦେଉଥିବା ସମ୍ପର୍କରେ ଜଣାପଡ଼ିବାରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ ଅଯୋଗ୍ୟ ହିତାଧିକାରୀମାନେ ରାସନକାର୍ଡ ନ ଫେରାଇଲେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ଘୋଷଣା କରିଥିବାରୁ ଚାଉଳ ଦୁର୍ନୀତିର ବ୍ୟାପକ ଅନିୟମିତତା ପଦାକୁ ଆସିଛି।

ମୃତକ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ମିଶାଇ ମୋଟ ୨୮୨୦୨ ହିତାଧିକାରୀ ବେଆଇନ ଭାବେ ସରକାରୀ ଚାଉଳ ହଡପ କରୁଥିଲେ। ମାସକୁ ୧୪୧୦ କୁଇଣ୍ଟାଲ ୧୦ କିଗ୍ରା ଚାଉଳ ବେଆଇନ ଭାବେ ନେଉଥିଲେ। ଯାହାର ଆନୁମାନିକ ବଜାର ମୂଲ୍ୟ ୫୨ ଲକ୍ଷ ୧୭ ହାଜର ୩୭୦ ଟଙ୍କା । ପୂର୍ବ ବିଜେଡି ସରକାର ସମୟରେ ଦଳୀଯ ଭିତ୍ତିରେ କାର୍ଡ ହାତେଇଥିବା ଅଭିଯୋଗ ହୋଇଛି । ବିଜେପି ସରକାରର ଦୃଢ ପଦକ୍ଷେପ ଯୋଗୁଁ ରାସନ କାର୍ଡ ଦୁର୍ନୀତିର ଗୁମର ଖୋଲିଛି ।

ଜିଲ୍ଲାରେ ୨୦ଲକ୍ଷ ୮୨ହଜାର ୮୭୩ଜଣ ହିତାଧିକାରୀଙ୍କ ମଧ୍ୟରୁ ୧୮ଲକ୍ଷ ୮୪ହଜାର ୧୬୩ ଜଣଙ୍କ କାର୍ଡ ଚେକିଂ ସରିଲାଣି । ଆଗକୁ ଜିଲ୍ଲାର ଆଉ ୧୦ପ୍ରତିଶତ ରାସନକାର୍ଡ ଭେରିଫିକେସନ ହେବାକୁ ବାକି ରହିଛି । ମାର୍ଚ୍ଚ ୩୧ତାରିଖ ଏହାର ଡେଡ୍ ଲାଇନ୍ ରହିଛି । ତେଣୁ ତା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରାଯିବ । ଏହାପରେ ଯାଇ ଅଯୋଗ୍ୟଙ୍କ ତଥ୍ୟ ସାମ୍ନାକୁ ଆସିବ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କହିଛନ୍ତି । ଆମ ସରକାର ଦୁର୍ନୀତିର ମୁଳପୋଛ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ।

ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ ଯୋଗୁଁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନେକ ଦୁର୍ନୀତିର ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ମାର୍ଚ୍ଚ ୩୧ ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ration-card-corruption-is-being-exposed-in-mayurbhanj | Argus News