Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘୋଷଣା ହେଲା E-kyc ଶେଷ ତାରିଖ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଘୋଷଣା ହେଲା E-kyc ଶେଷ ତାରିଖ

ରାସନ କାର୍ଡକୁ ନେଇ ବଡ ଅପଡେଟ୍‌ ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆସନ୍ତା ୧୫ ତାରିଖ ରାସନ କାର୍ଡ E-kyc ପାଇଁ ଆବେଦନର ଶେଷ ତାରିଖ ରହିଛି । ଆଉ ଅବଧି ବଢିବ ନାହିଁ। ସେପଟେ ଯେଉଁ ସରକାରୀ ଚାକିରିଆ ରାସନ୍ କାର୍ଡ ନେଇଛନ୍ତି ସରେଣ୍ଡର କରିଦିଅନ୍ତୁ ବୋଲି ମନ୍ତ୍ରୀ ନିବେଦନ କରିଛନ୍ତି । ସମୟ ସରିବା ପରେ ଯଦି ସରକାରୀ ଅଧିକାରୀ ସରେଣ୍ଡର କରି ନଥିବେ। ତେବେ ସେମାନଙ୍କ ବିରୋଧରେ ସରକାର ନିଶ୍ଚିତ ଭାବେ ଆକ୍ସନ ନେବେ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।


ଦେଶରେ ସମସ୍ତଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଗୁଡିଏ ଜନହିତ ଯୋଜନା ହାତକୁ ନେଇଥାନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଖାଦ୍ୟ ସହ ବାସଗୃହ ମଧ୍ୟ ଯୋଗାଇ ଦିଅନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ କମ ମୂଲ୍ୟରେ ରାସନ ଦିଆଯାଏ। ସରକାର ଏଥିପାଇଁ ରାସନ କାର୍ଡ ମଧ୍ୟ ଜାରି କରିଥାନ୍ତି। ହେଲେ ଏହାର ଫାଇଦା କିଛି ମୁଷ୍ଟିମେୟ ଲୋକ ନେଇଯାଆନ୍ତି। ରାସନ କାର୍ଡ ମାନଦଣ୍ଡ ଠାରୁ ଉର୍ଦ୍ଧରେ ଥାଇ ମଧ୍ୟ ସରକାରୀ ଯୋଜନାର ଲାଭ ଉଠାନ୍ତି। ତେବେ ଏଭଳି ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରୀ ସ୍ତରରେ ବହୁତ ଗୁଡିଏ ନିୟମ ଅଛି, ଏମିତିକି ଜରିମାନା ସହ ଜେଲଦଣ୍ଡ ମିଳିପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ, ଗରିବ ଅସହାୟ ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ସରକାର ରାସନ ଯୋଜନା ଚଳାଇଥାନ୍ତି। ନକଲି କାଗଜ ପତ୍ର, ମିଛ ଇନକର୍ମ ଦର୍ଶାଇ ରାସନ କାର୍ଡ ହାତେଇଥିଲେ ଜେଲଦଣ୍ଡ ସହ ଜରିମାନା ପଡିପାରେ। ଜାଲିଆତି କରି ରାସନ କାର୍ଡରେ ଲାଭ ନେଉଥିଲେ ମୋଟ ରାସନ ପରିମାଣ ଫେରସ୍ତ ସହ ଜରିମାନା ଆଦାୟ କରିବେ। ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ୧୯୯୫ ଧାରା ୯ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। କାର୍ଡ ତିଆରି କରିବା ଲାଞ୍ଚ ଦେବା ଓ ନେବା ମଧ୍ୟ ଅପରାଧ। ଅପରାଧ ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୧୩ (୧)ଡି ଅନୁଯାୟୀ ଏଫଆଇଆର ରୁଜୁ କରାଯାଇପାରିବ।


Sponsored
ration-card-e-kyc-last-date-announced | Argus News