ଝାଲିଆମାରା ପଞ୍ଚାୟତରେ ଏଣିକି ରାସନ କାର୍ଡଧାରୀ ପାଇବେ ସୁବିଧା

ସରକାରୀ ସୁବିଧା ପାଇଁ ଦୁର୍ଗମରେ ହନ୍ତସନ୍ତ ହେଉଥିଲେ ରାସନ କାର୍ଡ ହିତାଧୀକାରୀ। କାହାକୁ ପାହାଡ ଚଢୁବାକୁ ପଡୁଥିଲା ତ କାହାକୁ ଜଙ୍ଗଲ ଭିତରେ କରିବାକୁ ପଡୁଥିଲା ଆତଯାତ। ମାତ୍ର ଦୁର୍ଗମକୁ ସୁଗମ କରିବାର ପ୍ରତିଶ୍ରୁତି ଦେଇଥିଲେ ବିଜେପି ସରକାର। ଆଉ ଏବେ କଥାଦେଇ କଥା ରଖିଛନ୍ତି ମୋହନ ସରକାର। ଏବଂ ୬୩୨ ପରିବାର ମୁହଁରେ ଫୁଟାଇଛନ୍ତି ହସ। ଝାଲିଆମାରା ପଞ୍ଚାୟତରେ ଏଣିକି ରାସନ କାର୍ଡଧାରୀ ପାଇବେ ସୁବିଧା।
ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକରେ ୨୦୧୭ ମସିହାରେ ନୂଆକରି ଝାଲିଆମାରା ପଞ୍ଚାୟତ ଗଠନ ହେଲା। ନୂତନ ପଞ୍ଚାୟତରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମେତ ସମସ୍ତ କର୍ମଚାରୀ ନିଯୁକ୍ତି ହେବାସହ ପଞ୍ଚାୟତ ନିର୍ବାଚନ ମଧ୍ୟ ହେଲା। କିନ୍ତୁ ପରିତାପର ବିଷୟ ପିଡିଏସ୍ ଚାଉଳ ପାଇଁ ପଞ୍ଚାୟତ ବାସୀଙ୍କୁ ପୁର୍ବ ପଞ୍ଚାୟତ ଅଁଳାକୁଡ଼ା ଉପରେ ନିର୍ଭର କରିବା ପାଇଁ ପଡିଲା । ଦୀର୍ଘ ଛଅ କିଲୋମିଟର ରାସ୍ତା ଅତିକ୍ରମ କରି ବହୁ କଷ୍ଟରେ ପିଡିଏସ୍ ଚାଉଳ ଆଣିବା ପାଇଁ ଯାଉଥିଲେ ପଞ୍ଚାୟତବାସୀ । କେବେ ଚାଉଳ ପାଉଥିଲେ କେବେ ପାଉନଥିଲେ।
ଦୀର୍ଘ ଆଠ ବର୍ଷ ପ୍ରତୀକ୍ଷାର ଅନ୍ତଘଟିଛି, ପଞ୍ଚାୟତ ବାସୀଙ୍କ ସ୍ବପ୍ନ ସାକାର ହେବାସହ କଷ୍ଟ ଜନ୍ତ୍ରଣାରୁ ମୁକ୍ତି ମିଳିଛି। ଆଠ ବର୍ଷରେ ଯାହା ହୋଇପାରିନଥିଲା ତାହା ସମ୍ଭବ ହେଲା ମାତ୍ର ତିନିମାସ ମଧ୍ୟରେ,ଅଭିଯୋଗ ଶୁଣିବାପରେ ତୁରନ୍ତ ଏକ୍ସନ୍। ନିଜସ୍ୱ ପଞ୍ଚାୟତରେ ହାତ ପହାନ୍ତରେ ପିଡ଼ିଏସ୍ ଚାଉଳ ପାଇଲେ ୬୩୨ ପରିବାରର ଦୁଇ ହଜାର ୬୯ ହିତାଧୀକାରୀ।