Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମାଳ ମାଳ ରାସନ କାର୍ଡ, ଗରିବ ସରକାରୀ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ

Odisha

ମାଳ ମାଳ ରାସନ କାର୍ଡ, ଗରିବ ସରକାରୀ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମାଳ ମାଳ ରାସନ କାର୍ଡ, ଗରିବ ସରକାରୀ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ

Key Points

ବାଲେଶ୍ୱରରେ ଖୋଲୁଛି ରାସନ କାର୍ଡ ଦୁର୍ନୀତିର ଗୁମର
ବିଜେଡି ସରକାରରେ ହିତାଧିକାରୀ ହୋଇଥିଲେ ଭାରି ନିଜର
ଜିଲ୍ଲାଠୁ ବ୍ଲକ୍ ରେ ଅଯୋଗ୍ୟଙ୍କ ଲାଗିଥିଲା ଲମ୍ବା ଲାଇନ
ସମସ୍ତ ଅଯୋଗ୍ୟଙ୍କ ଫାଇଲ୍ ସରକାରୀ ବାବୁ କରିଥିଲେ ସାଇନ୍

ଅର୍ଗସ ବ୍ୟୁରୋ:  ମାଳ ମାଳ ରାସନ କାର୍ଡ । ଗରିବ ସରକାରୀ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ । କୋଠା ଉପରେ କୋଠା ଗଢିଥିବା ବାବୁ ହାତେଇଛନ୍ତି ରାସନ କାର୍ଡ । ବାଲେଶ୍ବରରେ ତଥ୍ୟ ଅନୁଯାଇ ବାଲିଆପାଳ ବ୍ଲକରେ ୪୨ହଜାରରୁ ଉର୍ଦ୍ଧ ରାସନ କାର୍ଡ ଧାରୀ ରହିଛନ୍ତି । ୧ଲକ୍ଷ ୫୪ହଜାର ହିତାଧିକାରୀ ରହିଛନ୍ତି । ସେଥି ମଧ୍ୟରୁ ଅଯୋଗ୍ୟ ହେଉଛନ୍ତି ୧୬୫ ଜଣ। ସେହିପରି ବାହାନଗା ବ୍ଲକରେ ୨୪ ପଞ୍ଚାୟତରେ ୧ଲକ୍ଷ ୧୪ହଜାର ହିତାଧିକାରୀ ରହିଥିବା ବେଳେ ୧୭୭ଜଣ ରହିଛନ୍ତି ଅଯୋଗ୍ୟ । ସିମୁଳିଆ ବ୍ଲକରେ ୨୨ ପଞ୍ଚାୟତରେ ୨୮ ହଜାର ୬୬୪ ଜଣ କାର୍ଡଧାରୀ ରହିଥିବା ବେଳେ ୧ଲକ୍ଷ ୬ ହଜାର ୩୬୧ଜଣ ହିତାଧିକାରୀ ରହିଛନ୍ତି। ସେଥି ମଧ୍ୟରୁ ୧୦୪ କାର୍ଡରୁ ୪୧୪ଜଣ ଅଯୋଗ୍ୟଥିବା E-KYC ମାଧ୍ୟମରେ ଜଣାପଡିଛି।


ଅନ୍ୟପକ୍ଷରେ ଦୀର୍ଘ ଦିନରୁ ରାସନ କାର୍ଡ ପାଇବା ପାଇଁ ବାହାନଗା ଓ ସିମୁଳିଆ ଅଞ୍ଚଳର ସାଧାରଣ ଲୋକେ ଆବେଦନ କରିଛନ୍ତି । ହେଲେ କାର୍ଡ ଖଣ୍ଡେ ପାଇ ପାରୁ ନାହାଁନ୍ତି କି ଚାଉଳ ଗଣ୍ଡେ ମିଳୁନାହିଁ ହେଲେ ଜିଲ୍ଲାରେ ହଜାର ହଜାର ଅଯୋଗ୍ୟ ହିତାଧିକାରୀ ପୁଲିସ ଅଫିସର, ଫରେଷ୍ଟ ଅଫିସର ଏପରିକି ଉଚ୍ଚ ପଦସ୍ତ ଅଧିକାରୀ ଏହି ଅଯୋଗ୍ୟ ତାଲିକାରେ ରହିଛନ୍ତି । ଯୋଗାଣ ମନ୍ତ୍ରୀ କହିଛନ୍ତି ଅଯୋଗ୍ୟ ହିତାଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ପ୍ରଥମ ପର୍ଯ୍ୟରେ E-KYC ମାଧ୍ୟମରେ କେବଳ ବାଲେଶ୍ବର ଜିଲ୍ଲାରେ ହଜାର ହଜାର ଅଯୋଗ୍ୟଙ୍କ ସଂଖ୍ୟା ସାମ୍ନାକୁ ଆସିଥିବା ବେଳେ ସାରା ରାଜ୍ୟରେ କେତେ ଅଯୋଗ୍ୟ ରହିଛନ୍ତି । ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Ration card issues, poor people running to government offices | Argus News