Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ratna Bhandar Counting / ଆଜି ସରିବ ବାହାର ରତ୍ନଭଣ୍ଡାର ଗଣତିମଣତି,୧୩ରେ ଫିଟିବ ଭିତର ଭଣ୍ଡାର

Bikash Mohanty
Browse all articles by Bikash Mohanty
·3 months ago·2 min read
ଆଜି ସରିବ ବାହାର ରତ୍ନଭଣ୍ଡାର ଗଣତିମଣତି,୧୩ରେ ଫିଟିବ ଭିତର ଭଣ୍ଡାର
Ratna Bhandar

Key Points

ଆଜି ଶେଷ ହୋଇପାରେ ବାହାର ରତ୍ନଭଣ୍ଡାର ଗଣତିମଣତି
ଏହି ଦ୍ବିତୀୟ ପର୍ଯ୍ୟାୟ ଗଣତି ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ
ରବିବାର, ସଂକ୍ରାନ୍ତି ଓ ୧୫ ତାରିଖରେ ଗଣତି ପ୍ରକ୍ରିୟା ବନ୍ଦ ରହିବ 


ପୁରୀ,୧୧/୪ ଆଜି ଶେଷ ହୋଇପାରେ ବାହାର ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା। ଆସନ୍ତା ୧୩ ତାରିଖ ଅର୍ଥାତ୍ ସୋମବାରଠାରୁ ଆରମ୍ଭ ହୋଇପାରେ ଭିତର ରତ୍ନଭଣ୍ଡାର ଗଣତିମଣତି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଲଗାତାର ତୃତୀୟ ଦିନରେ ଶୁକ୍ରବାର ୭ ଘଣ୍ଟା ୧୦ ମିନିଟ୍ ଧରି ବାହାର ଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ଗଣତିମଣତି ହୋଇଥିଲା। ଗଣତିମଣତି ସାରି ଶ୍ରୀମନ୍ଦିରରୁ ଫେରିବା ପରେ ଡ. ପାଢ଼ୀ ଏହି ସୂଚନା ଦେଇଥିଲେ।

ଦିନ ୧୧ଟା ୨୫ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୩୫ରେ ଶେଷ ହୋଇଥିଲା ବାହାର ଭଣ୍ଡାର ରତ୍ନ ଅଳଙ୍କାର ଗଣତିମଣତି ପ୍ରକ୍ରିୟା। ଅଧିକାଂଶ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଶେଷ ହୋଇଛି। ସମସ୍ତ ଅଳଙ୍କାରର ଫଟୋ, ଭିଡିଓ, ୩ଡି ମ୍ୟାପିଂ, ଇ-କାଟାଲଗ କରାଯାଇଛି। ବୈଜ୍ଞାନିକ ପଦ୍ଧତିରେ ଅଳଙ୍କାରରେ ବ୍ୟବ‌ହୃତ ମୋତି, ମାଣିକ୍ୟକୁ ଜେମୋଲୋଜିଷ୍ଟ ଯାଞ୍ଚ କରି ତାଲିକାଭୁକ୍ତ କରୁ ଛନ୍ତି । ଚଳନ୍ତି ଭଣ୍ଡାରରେ ଗଣତିମଣତି ହୋଇନ‌ଥିବା କିଛି ରତ୍ନ ଅଳଙ୍କାର ଆଦିକୁ ମଧ୍ୟ ଗଣତିମଣତି ପ୍ରକ୍ରିୟାଭୁକ୍ତ କରାଯାଇଥିଲା ।

ଦିନତମାମ ଭିତର କାଠ ଠାରୁ ମହାପ୍ରଭୁଙ୍କ ଦର୍ଶ ନ ପାଇଥି ଲେ ଶ୍ରଦ୍ଧାଳୁ । ପାଳିଥିବା ସେବାୟତମାନେ ଜଗମୋହନ ଦେଇ ଗର୍ଭଗୃହକୁ ମହାପ୍ରଭୁଙ୍କ ସେବାପୂଜା ନିମନ୍ତେ ଯାଇଥିଲେ। ଗଣତିମଣତି ପ୍ରକ୍ରିୟା ସମୟ ସାପେକ୍ଷ ଓ କଷ୍ଟସାଧ୍ୟ । ନିର୍ଭୁଲ ଗଣତିମଣତି କରିବାକୁ ପ୍ରୟାସ ହେଉଛି ବୋଲି ମୁଖ୍ୟ ପ୍ରଶାସକ କହିଥିଲେ।

ହାଇଲେଭର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ଵନାଥ ରଥଙ୍କ ସମେତ ଜିଲ୍ଲାପାଳ, ଏସ୍‌ପି, ଅଧିକୃତ ସେବାୟତ, ଅଧିକାରୀ ଓ ବ୍ୟକ୍ତି ବିଶେଷ ଏହି ପ୍ରକ୍ରିୟାରେ ଏସ୍ ସ୍ୱପି ଅନୁଯାୟୀ ସାମି ଲ ହୋଇଥିଲେ। ମାର୍ଗଦର୍ଶିକା ମୁତାବକ ମଧ୍ଯ ଗଣତିମଣତି ଚାଲିଛି। ଯଦି ଶନିବାର ବାହାର ଭଣ୍ଡାର ଗଣତି ପ୍ରକ୍ରିୟା ଶେଷ ହୁଏ, ଆସନ୍ତା ୧୩ ତାରିଖରୁ ଭିତର ଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ଆଦିର ଗଣତିମଣତି କାର୍ଯ୍ୟ ଆରମ୍ଭହେବ। ରବିବାର ଭିଡ଼କୁ ଦୃଷ୍ଟିରେ ରଖ୍ ବନ୍ଦ ରହିବ ଗଣତିମଣତି କାର୍ଯ୍ୟ। ନୀତି ବହୁଳତା ଦିନ ପରେ ଚଳିତ ମାସ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତିମଣତି କାର୍ଯ୍ୟ ପୁଣି ହେବ। ସେପଟେ ବାହାର ଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ଆଦିର ପ୍ରାୟ ୮୦ରୁ ୯୦ ଭାଗ ଗଣତିମଣତି କାର୍ଯ୍ୟ ଶେଷ ହୋଇଛି ବୋଲି କହିଛନ୍ତି ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର।

ଏହି ଦ୍ବିତୀୟ ପର୍ଯ୍ୟାୟ ଗଣତି ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ରବିବାର, ସଂକ୍ରାନ୍ତି ଓ ୧୫ ତାରିଖରେ ଗଣତି ପ୍ରକ୍ରିୟା ବନ୍ଦ ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ratna Bhandar Counting | Ratna Bhandar Outer Chamber Inventory to be Completed Today in Puri | Argus News