Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆକଳନ ଠାରୁ ଅଧିକ ମରାମତି ଆବଶ୍ୟକତା କରୁଛି ରତ୍ନଭଣ୍ଡାର: ଆଇନ୍ ମନ୍ତ୍ରୀ

Odisha

ଆକଳନ ଠାରୁ ଅଧିକ ମରାମତି ଆବଶ୍ୟକତା କରୁଛି ରତ୍ନଭଣ୍ଡାର: ଆଇନ୍ ମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଆକଳନ ଠାରୁ ଅଧିକ ମରାମତି ଆବଶ୍ୟକତା କରୁଛି ରତ୍ନଭଣ୍ଡାର: ଆଇନ୍ ମନ୍ତ୍ରୀ

Key Points

ରତ୍ନ ଭଣ୍ଡାର ମରାମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଆଇନ୍ ମନ୍ତ୍ରୀ କହିଛନ୍ତି, ରତ୍ନ ଭଣ୍ଡାର ଆକଳନ ଠାରୁ ଅଧିକ ମରାମତି ଆବଶ୍ୟକତା କରୁଛି ।

ଭୁବନେଶ୍ଵର: କେବେ ସରିବ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ମରାମତି ? ଆଉ ହେବ ରତ୍ନ ଅଳଙ୍କାରର ଗଣତି ମଣତି । ଏନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଥିବା ବେଳେ ରତ୍ନ ଭଣ୍ଡାର ମରାମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଆଇନ୍ ମନ୍ତ୍ରୀ କହିଛନ୍ତି, ରତ୍ନ ଭଣ୍ଡାର ଆକଳନ ଠାରୁ ଅଧିକ ମରାମତି ଆବଶ୍ୟକତା କରୁଛି ।


ରତ୍ନଭଣ୍ଡାର ମରାମତି ବିଳମ୍ବ ହେଉଥିବାରୁ ଗଣତି ମିଣତି କରିବା ମଧ୍ୟ ବିଳମ୍ବିତ ହେଉଛି । ମରାମତି କାମ ସରିବା ପରେ ହିଁ ରତ୍ନ ଅଳଙ୍କାର ଗଣତି ମଣତି କରାଯିବ । ମନ୍ତ୍ରୀ ଆହୁରି କହିଛନ୍ତି, ଯେତିକି ଆକଳନ କରାଯାଇଥିଲା ତା'ଠୁ ଅଧିକ ମରାମତିର ଆବଶ୍ୟକତା ରହିଛି । ଏବେ ଯାଏଁ ସମ୍ପୂର୍ଣ୍ଣ ଆକଳନ ହୋଇ ପାରିନି ।


ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ମରାମତି ଲାଗି ଆଉ ମାସେ କିମ୍ବା ଦୁଇ ମାସ ସମୟ ଲାଗିବ । ଏହାପରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରି ପାରିବୁ । ରଥଯାତ୍ରା ପୂର୍ବରୁ ଗଣତି ମଣତିର ପ୍ରକ୍ରିୟା ଶେଷ କରାଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମରାମତି ପାଇଁ ଏଏସଆଇକୁ ମନ୍ଦିର ପ୍ରଶାସନ ସମୟ ଦେଉନଥିବା ଅଭିଯୋଗ ଉପରେ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ମହାପ୍ରଭୁଙ୍କ ରୀତିନୀତି ସହିତ ମରାମତି ଚାଲୁଛି । ରୀତିନୀତି ୪ରୁ ୫ ଘଣ୍ଟା କଢ଼ାଯାଇ ମରାମତି ପାଇଁ ସମୟ ଦିଆଯାଉଛି । ପ୍ରଶାସନ ସମୟ ଦେଉନାହିଁ କହିବା ଭୁଲ୍ କଥା, ଏଏସଆଇର ସହମତିରେ ମରାମତି ଚାଲିଛି ।


ଗତବର୍ଷ ଜୁଲାଇ ୧୬ରେ ରତ୍ନ ଭଣ୍ଡାର ଖୋଲା ଯାଇଥିଲା । ତା ପରେ ଡିସେମ୍ବର ୧୭ରୁ ଆରମ୍ଭ ହୋଇଥିଲା ରତ୍ନଭଣ୍ଡାର ମରାମତି କାମ । ପ୍ରଥମେ ବାହାର ରତ୍ନଭଣ୍ଡାର ପରେ ଭିତର ରତ୍ନଭଣ୍ଡାର ମରାମତି ଚାଲିଛି । ଅଧିକାଂଶ ପଥର ଖରାପ ହୋଇ ଯାଇଥିବାରୁ ବଦଳା ଯାଉଥିବା ସୂଚନା ରହିଛି ।

Argus Whatsapp Channel Mobile Top
Sponsored
Ratna Bhandar Renovation Can Take One Or Two Month Says Law Minister | Argus News