Ratna Bhandar Counting / ଆସନ୍ତା କାଲି ପୁଣି ଥରେ ଖୋଲିବ ଭିତର ରତ୍ନ ଭଣ୍ଡାର, ଏସଓପି ଆଧାରରେ ଆରମ୍ଭ ହେବ ଗଣତି ମଣତି
·2 hours ago·2 min read

Key Points
କାଲି ପୁଣି ଥରେ ଖୋଲିବ ଭିତର ରତ୍ନ ଭଣ୍ଡାର
ଏସଓପି ଆଧାରରେ ଆରମ୍ଭ ହେବ ଗଣତି ମଣତି
ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ

ପୁରୀ,୧୦/୦୫: ଆସନ୍ତା କାଲି ପୁଣି ଥରେ ଖୋଲିବ ଭିତର ରତ୍ନ ଭଣ୍ଡାର । ବାହାର ଚନ୍ଦନ ଯାତ୍ରା ନୀତି ଯୋଗୁଁ ରତ୍ନ ଭଣ୍ଡାର ଗଣତି ପ୍ରକ୍ରିୟା ବନ୍ଦ ରହିଥିଲା । ତେବେ ପୁଣି ଥରେ କାଲି ଠାରୁ ଗଣତି ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ ଏସଓପି ଆଧାରରେ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ପୂର୍ବ ଭଳି ଏଥର ମଧ୍ୟ ରତ୍ନ ଭଣ୍ଡାର ଗଣତି ସମୟରେ ବାହାର କାଠରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।
ପୂର୍ବରୁ ୯ ଦିନରେ ପ୍ରାୟ ୫୭ ଘଣ୍ଟା ୮ ମିନିଟର ଗଣତି ହୋଇଥିଲା । ଚନ୍ଦନ ଯାତ୍ରା ନୀତି ଯୋଗୁଁ ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ ସ୍ଥଗିତ ରହିଥିଲା । ଭିତର ଭଣ୍ଡାରରେ ପ୍ରାୟ ୧୨୦ରୁ ଅଧିକ ରତ୍ନ ଅଳଙ୍କାରର ଗଣତି ହୋଇଥିଲା । ଅର୍ଥାତ୍ ଭିତର ଭଣ୍ଡାରରେ ମୋଟ ପ୍ରାୟ ୨୦ ପ୍ରତିଶତ ଗଣତି କାର୍ଯ୍ୟ ସରିଛି । ୯ ଦିନର ଗଣତିରୁ ଭିତର ଭଣ୍ଡାରରେ ୪ ଦିନର ଗଣତି ହୋଇଥିଲା ।
ପଢନ୍ତୁ ଏହି ଖବର: ପରବର୍ତ୍ତୀ ସିଡିଏସ ହେବେ ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ. ରାଜା ସୁବ୍ରମଣି
ବାହାର ରତ୍ନ ଭଣ୍ଡାର ଗଣତି ଶେଷ ହେବା ପରେ ଏପ୍ରିଲ୍ ୧୩ରୁ ଭିତର ରତ୍ନ ଭଣ୍ଡାର ଖୋଲିଥିଲା । ଭିତର ରତ୍ନ ଭଣ୍ଡାର ଗଣତି ମଣତି ସହ ୧୯୭୮ ମସିହା ତାଲିକା ସହ ମେଳକ କରାଯାଇଛି । ସୁନାକୁ ହଳଦିଆ ମୁଣି ଓ ରୂପାକୁ ଧଳାମୁଣିରେ ରଖାଯାଇ ଷ୍ଟିଲ୍ ବାକ୍ସରେ ଭର୍ତ୍ତି କରି ସିନ୍ଦୁକରେ ରଖାଯାଇଛି। ପ୍ରତ୍ୟେକ ବାକ୍ସରେ ପିତ୍ତଳ ଟ୍ୟାଗ୍ ଲଗାଯାଇଛି। ଫଳରେ ଭବିଷ୍ୟତରେ ଯେବେ ବି ଗଣତି ହୁଏ ତେବେ ଚିହ୍ନଟ ଓ ମେଳକ ଅତି ସହଜ ହେବ ।
ଗତ ୧୮ ତାରିଖରେ ଶେଷ ହୋଇଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ନବମ ଦିନର ରତ୍ନ ଭଣ୍ଡାର ଗଣତି । ଭିତର ଭଣ୍ଡାରରେ ଗଣତିର ଚତୁର୍ଥ ଦିନ ।ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ପୂର୍ବାହ୍ନ ୧୧ ଟା ୧୦ ସୁଦ୍ଧା ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ଟିମ୍ ।ମଧ୍ୟାହ୍ନ ୧୨.୦୧ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାବି ଖୋଲାଯିବା ସହ ଗଣତି ଆରମ୍ଭ ହୋଇ ସନ୍ଧ୍ୟା ୭.୨୫ ରେ ଶେଷ ହୋଇଥିଲା। ୯ ଦିନରେ ମୋଟ ୫୭ ଘଣ୍ଟା ୮ ମିନିଟ୍ ଗଣତି କାର୍ଯ୍ୟ ହୋଇଥିଲା। ଏଥିରେ ପ୍ରାୟ ୧୨୦ ଟି ଅଳଙ୍କାର ଅର୍ଥାତ୍ ୨୦ ପ୍ରତିଶତ ଗଣତି କାର୍ଯ୍ୟ ଶେଷ ହୋଇଛି । ମହାପ୍ରଭୁଙ୍କ ରତ୍ନ ଅଳଙ୍କାରରେ ଥିବା ରତ୍ନର ଚିହ୍ନଟ ପାଇଁ ଜେମୋଲୋଜିଷ୍ଟ ବା ରତ୍ନବିଶାରଦ ମାନେ ସହଯୋଗ କରିଥିଲେ। ସେମାନେ ଉନ୍ନତ ମାନର ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରୁଥିଲେ। ଭିତର ରତ୍ନଭଣ୍ଡାରର ତୃତୀୟ ସିନ୍ଦୁକ ଖୋଲାଯାଇଥିଲା।ପ୍ରଥମ ସିନ୍ଦୁକ ସଂପୂର୍ଣ୍ଣ ଗଣତି ଶେଷ ହୋଇ ସିଲ କରାଯାଇଛି।ଦ୍ଵିତୀୟ ଓ ତୃତୀୟ ସିନ୍ଦୁକ ଗଣଯାଇଥିଲା। ଗଣତି ମଣତି ୧୯୭୮ ମସିହା ତାଲିକା ଅନୁଯାୟୀ ଶତ ପ୍ରତିଶତ ସମାନ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।ପ୍ରତ୍ୟେକ ଅଳଙ୍କାରରେ ଥିବା କ୍ରମିକ ସଂଖ୍ୟାକୁ ଲକ୍ଷ କରି ଅଳଙ୍କାର ଗୁଡ଼ିକ ଚିହ୍ନଟ କରାଯାଇଥିଲା।ଏହାର ଫଟୋଗ୍ରାଫି,ଭିଡିଓଗ୍ରାଫି,3D ମ୍ୟାପିଙ୍ଗ ଓ E CATALOGUE କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories