Ratnabhandar Jewellery Count / ରତ୍ନଭଣ୍ଡାରରେ ଠିକ୍ ଅଛି ତ ଠାକୁରଙ୍କ ସବୁ ଅଳଙ୍କାର?
·4 months ago·2 min read

Key Points
ଦୂର ହେଲା ଲୋକଙ୍କ ଦ୍ୱନ୍ଦ
ମାର୍ଚ୍ଚ 25ରେ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି
1978 ମସିହା ତାଲିକା ଅନୁସାରେ ସବୁ ଅଳଙ୍କାର ଠିକ୍ ଅଛି ତ ?

ଦୂର ହେଲା ଲୋକଙ୍କ ଦ୍ୱନ୍ଦ ଓ ଆଶଙ୍କା। ଖୁବଶୀଘ୍ର ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ଚୋରୀ ଅଭିଯୋଗ ଉପରୁ ହଟିବ ପରଦା। ଆଉ ଉଠିବ ସସପେନ୍ସ। ଆସନ୍ତା ମାର୍ଚ୍ଚ 25 ତାରିଖ ବୁଧବାର ହେବ ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତିମଣତି। ଗତ 2 ତାରିଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଥିବା ବେଳେ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ତଥା ପରିଚାଳନା କମିଟିର କାର୍ଯ୍ୟକାରୀ ଅଧକ୍ଷ ଅନୁ ଗର୍ଗ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।
ତେବେ ଆସନ୍ତା ମାର୍ଚ୍ଚ ୨୫ ଚୈତ୍ର ଶୁକ୍ଳ ସପ୍ତମୀ ତିଥି ଅପରାହ୍ନ ୧୨.୧୨ ରୁ ୧.୪୫ ମଧ୍ୟରେ ସ୍ଥିରିକୃତ ମାହେନ୍ଦ୍ରବେଳାରେ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି। ତେବେ ପ୍ରଥମେ ଚଳନ୍ତି ଭଣ୍ଡାର,, ପରେ ବାହାର ଭଣ୍ଡାର ଓ ଶେଷରେ ଭିତର ରତ୍ନଭଣ୍ଡାର ଏଭିଓ ତିନୋଟି ପର୍ଯ୍ୟାୟରେ ଗଣତିମଣତି ହେବାକୁ ଚୂଡାନ୍ତ ହୋଇଥିବା ବେଳେ ସେହି ସମୟରେ କେବଳ ବାହାରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ବିଶେଷ ଦିନ,ପର୍ବ ପର୍ବାଣୀ ,ଶନିବାର ଓ ରବିବାର ଦିନ ଅଳଙ୍କାର ଗଣତିମଣତି ହେବନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ବେଳେ ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇ ପରିଚାଳନା କମିଟିରେ ଉପସ୍ଥାପନ କରାଯାଇ ରାଜ୍ୟ ସରକାରଙ୍କୁ ପଠାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।
ସେପଟେ ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଅନୁସାରେ ଅଳଙ୍କାର ଗଣତିମଣତି ପାଇଁ supervising team ଓ handling team ଏହିଭଳି ଦୁଇଟି ଟିମ୍ ଗଠିତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ supervising teamର ଅଧ୍ୟକ୍ଷ ରହିଥିବାବେଳେ ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ ,ଜଣେ ସେବାୟତ ସଦସ୍ୟ ରହିଛନ୍ତି।ସେହିପରି handling teamରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ,ପାଟଯୋଶୀ ମହାପାତ୍ର,ଭଣ୍ଡାର ମେକାପ ଚତଢ଼ଉକରଣ, ଦେଉଳକରଣ,ଶ୍ରୀ ମନ୍ଦିର ବଣିଆ ସେବକ,ଦୁଇ ଜଣ ସ୍ଵର୍ଣ୍ଣକାର,ଦୁଇ ଜଣ jemologist,ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ପ୍ରମୁଖ ସାମିଲ ରହିବେ। ସେପଟେ ବାରମ୍ବାର ଅଳଙ୍କାର ଗଣତିମଣତିକୁ ନେଇ ତତ୍କାଳୀନ ସରକାରଙ୍କ ଅପାରଗତାକୁ ଦାୟୀ କରିଛନ୍ତି ପରିଚାଳନା କମିଟିର ସଦସ୍ୟ ପଣ୍ଡିତ ମହେଶ୍ ସାହୁ। ଅନ୍ୟପଟେ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଦାବିକୁ ସମ୍ମାନ ଦେଇ ଓ ରତ୍ନଲୁଟ୍ ରହସ୍ୟ ଉପରୁ ପରଦା ହଟାଇବାକୁ ହେଲେ ପ୍ରଥମେ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି କରି 1978 ମସିହା ତାଲିକା ସହ ମେଳକ କରିବାକୁ ଦାବି କରିଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର।
ଦୀର୍ଘବର୍ଷ ପରେ ଅଳଙ୍କାର ଗଣତିମଣତି ହେଉଥିବାରୁ ରତ୍ନଲୁଟ୍ ଘଟଣା ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି। ଅପେକ୍ଷା କେବଳ ଭିତର ରତ୍ନଭଣ୍ଡାରରେ 1978 ମସିହା ତାଲିକା ଅନୁସାରେ ସବୁ ଅଳଙ୍କାର ଠିକ୍ ଅଛି କି ନାହିଁ ???

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories