Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରତ୍ନଭଣ୍ଡାରକୁ ନେଇ ଆଇନମନ୍ତ୍ରୀଙ୍କ ବଡ଼ ଖୁଲାସା

Smruti Parija
Browse all articles by Smruti Parija
·1 year ago·2 min read
ରତ୍ନଭଣ୍ଡାରକୁ ନେଇ ଆଇନମନ୍ତ୍ରୀଙ୍କ ବଡ଼ ଖୁଲାସା

ବିପଦରେ ଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର । ଦଶନ୍ଧି ଦଶନ୍ଧି ଧରି ମରାମତିର ନାଁ ନେଉନଥିଲେ ପୂର୍ବ ସରକାର । ଏଏସଆଇ ବାରମ୍ବାର ଚେତାଇବା ସତ୍ତ୍ୱେ ଆଖି କାନ ବୁଜିଦେଇଥିଲେ ନବୀନ ସରକାର । 1978ରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଓ ଅଳଙ୍କାର ଗୁଡ଼ିକର ଗଣତି ମଣତି କରାଯାଇଥିଲା । ରତ୍ନଭଣ୍ଡାର ଯେମିତି ଅବସ୍ଥାରେ ଥିଲା, ହୁଏତ ମରାମତି ହୋଇନଥିଲେ ଭୁଶୁଡ଼ି ପଡ଼ିଥାନ୍ତା । ଏଭଳି ଆଶଙ୍କା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେଣୁ ରତ୍ନ ଭଣ୍ଡାର ଯେମିତି ଆଗାମୀ 100ରୁ 200 ବର୍ଷ ଯାଏଁ ସୁରକ୍ଷିତ ରହିବ, ସେହି ଢ଼ଙ୍ଗରେ ମରାମତି କରାଯାଉଛି । ଏଥିପାଇଁ ASI କୁ କୌଣସି ପ୍ରକାର ବ୍ୟସ୍ତ କରାଯାଉନାହିଁ । ASI ଯାହା ଆବଶ୍ୟକ ସେହି ଅନୁସାରେ ସମୟ ନେଇ କାମ କରୁଛି । ନିତିକାନ୍ତି ବ୍ୟାଘାତ ନକରି ମରାମତି କାମ କରାଯାଉଛି । ଦିନକୁ ଦେଢ଼ ଘଣ୍ଟାରୁ ଦୁଇ ଘଣ୍ଟା ମରାମତି ହେଉଛି । ତେବେ ସ୍ନାନ ଯାତ୍ରା ପୂର୍ବରୁ ରତ୍ନଭଣ୍ଡାର ମରାମତି ସାରିବାକୁ ଚେଷ୍ଟା ଚାଲିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।


ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏଏସଆଇ ପକ୍ଷରୁ ଜାରି ରହିଛି । ମରାମତି କାର୍ଯ୍ୟ ଶେଷ ହେବା ପରେ ଭିତର ଓ ବାହାର ରତ୍ନଭଣ୍ଡାରର କବାଟକୁ ସୁନା ଓ ରୂପା ଛାଉଣୀ କରିବା ପାଇଁ ଯୋଜନା ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ବିଭିନ୍ନ ସେବାୟତ ନିଯୋଗର ମତାମତ ନିଆଯାଇ ପଦକ୍ଷେପ ନିଆଯିବ । ଏହାସହ ନୂତନ ପରିଚାଳନା କମିଟି ଗଠନ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ହୋଇଥିବା କହିଛନ୍ତି ମୁଖ୍ୟ ପ୍ରଶାସକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରାଜ୍ୟରେ ଶାସନକୁ ଆସିବା ପରେ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଥିଲା ବିଜେପି ସରକାର । ଗତ ଜୁଲାଇ ୧୪ ତାରିଖରେ ପ୍ରଥମେ ରତ୍ନଭଣ୍ଡାର ଖୋଲାଯାଇଥିଲା । ପରେ ଜୁଲାଇ ୧୮ରେ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟରେ ଭିତର‌ ରତ୍ନଭଣ୍ଡାର ମଧ୍ୟ ଖୋଲାଯାଇଥିଲା । ସମସ୍ତ ରତ୍ନ ଅଳଙ୍କାର, ସିନ୍ଦୁକକୁ ଶ୍ରୀମନ୍ଦିର ଭିତରେ କଡ଼ା ସୁରକ୍ଷାରେ ରଖାଯାଇଛି । ତେବେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସରିବା ପରେ ଶ୍ରୀମନ୍ଦିର ଭିତରେ ଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରତ୍ନ ଅଳଙ୍କାର ଗୁଡ଼ିକୁ ମୁଖ୍ୟ ରତ୍ନଭଣ୍ଡାରକୁ ଅଣାଯିବ । ପରେ ସେଠାରେ ରତ୍ନ ଅଳଙ୍କାରର ସମ୍ପୂର୍ଣ୍ଣ ଗଣତି ମଣତି ସହ ଭିଡିଓଗ୍ରାଫି କରାଯାଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ସେପଟେ ହୁଣ୍ଡି ସିଫ୍ଟିଂ ପରେ ହିଁ ଧାଡି ଦର୍ଶନ ପାଇଁ ଯାହା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି । ଖୁବଶୀଘ୍ର ଏହା କାମରେ ଲାଗିବ କହିଛନ୍ତି ଆଇନ ମନ୍ତ୍ରୀ ।

Sponsored
ratnabhandar-would-have-collapsed-if-it-had-not-been-repaired | Argus News