ରଥଯାତ୍ରା ପରଦିନଠାରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ

Key Points
ରଥଯାତ୍ରା ପରେ ରତ୍ନଭଣ୍ଡାର ମରାମତି
ରଥଯାତ୍ରା ପରଦିନଠାରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ
ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା
ବାକିଥିବା ବାହାର ରତ୍ନଭଣ୍ଡାର କାର୍ଯ୍ୟ ମଧ୍ୟ ହାତକୁ ନେବ ASI
ଶ୍ରୀଗୁଣ୍ଡିଚା ଯାତ୍ରା ପରଦିନଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ASI, ପୁରୀ ମଣ୍ଡଳ କର୍ତ୍ତୃପକ୍ଷ ଏବଂ ସେବକ ନିଯୋଗଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏନେଇ ଆଲୋଚନା ହୋଇଛି । ସେହିପରି ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଆବଶ୍ୟକୀୟ ସଂରକ୍ଷଣ ତଥା ରକ୍ଷଣାବେକ୍ଷଣ କାର୍ଯ୍ୟ ମଧ୍ୟ ହାତକୁ ନେବ ASI । ବାକି ଥିବା ବାହାର ରତ୍ନଭଣ୍ଡାର କାର୍ଯ୍ୟ ମଧ୍ୟ ହାତକୁ ନେବ । ଗୁରୁତ୍ବପୂର୍ଣ୍ଣ ନୀତିକାନ୍ତି ଦୃଷ୍ଟିରୁ ଗତ ଏପ୍ରିଲ୍ ୨୯ ତାରିଖରୁ ରତ୍ନଭଣ୍ଡାର କାର୍ଯ୍ୟ ସ୍ଥଗିତ ଥିଲା ।
ଏ ବର୍ଷ ଗର୍ଭଗୃହରେ କନକ ମୁଣ୍ଡି ଉପରେ ରହିଥିବା ପୁରୁଣା କାଠଫ୍ରେମ୍ ଜାଲି ବଦଳ କରାଯିବ । ଏହା ବଦଳରେ ସେହି ଯାଗାରେ ଷ୍ଟେନଲେସ୍ ଷ୍ଟିଲର ଫ୍ରେମ୍ ସହିତ ଜାଲି ସ୍ଥାପନ କରାଯିବ । ସେହିପରି ଜୁନ୍ ୨୯ ତାରିଖ ଦିନ ଶ୍ରୀମନ୍ଦିରର ବାର୍ଷିକ ବୈଷୟିକ ନିରୀକ୍ଷଣ ମଧ୍ୟ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ବୈଷୟିକ କମିଟି ଅଧ୍ୟକ୍ଷ ପ୍ରଫେସର ଏସ୍. କେ. ଭଟ୍ଟାଚାର୍ଯଙ୍କ ନେତୃତ୍ଵରେ ଶ୍ରୀମନ୍ଦିର ପ୍ରଶାସନ, ASI ଏବଂ ପୂର୍ତ୍ତ ବିଭାଗର ମିଳିତ ଟମ୍ ଏହି ନିରୀକ୍ଷଣ କରିବେ ।