୪ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
·1 year ago·1 min read

ଅର୍ଗସ ବ୍ୟୁରୋ: ୪ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ୨ ଓ ୩ ତାରିଖରେ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୫ ଓ ୬ ତାରିଖରେ ବନ୍ଦ ରହିବ ମରାମତି କାର୍ଯ୍ୟ। ଶ୍ରୀପଞ୍ଚମୀ ତଥା ବନକଲାଗି ବିଶେଷ ନୀତିକୁ ନଜରରେ ରଖି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଏହି ଦିନ ବ୍ୟତୀତ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିବ। ଡିସେମ୍ବର ୧୭ ରୁ ଜାରି ରହିଛି ଭଣ୍ଡାର ମରାମତି କାର୍ଯ୍ୟ। ଇତି ମଧ୍ୟରେ ନୀତିକାନ୍ତି ଯୋଗୁଁ ପ୍ରାୟ ୧୩ ଦିନ ବନ୍ଦ ରହିଛି ମରାମତି କାର୍ଯ୍ୟ।
ସରିଛି ଭିତର କାନ୍ଥ ଡି ପ୍ଲାଷ୍ଟରିଙ୍ଗ କାର୍ଯ୍ୟ ।ଇତି ମଧ୍ୟରେ ବଦଳିଲାଣି ପ୍ରାୟ ୪୦ ଟି ପ୍ରଭାବିତ ପଥର। ଆହୁରି ବଦଳିବ ୧୧୦ ରୁ ୧୫୦ ପଥର।ରତ୍ନଭଣ୍ଡାର ଚଟାଣ ହେବ ବାସଲ୍ଟ ଷ୍ଟୋନ ।ଖିଚିଁ ରୁ ଆସିଥିବା ଉନ୍ନତ ମାନର ଉନ୍ନତ ମାନର କଳାପଥରରେ ହେବ ରତ୍ନ ଭଣ୍ଡାର ଚଟାଣ।ସେପଟେ ବାହାର କାନ୍ଥ ଡି ମରାମତି ପାଇଁ ପ୍ରସ୍ତୁତ ହୋଇ ସାରିଲାଣି ଷ୍କାଫ ହୋଲ୍ଡିଂ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: