Videos
|
Odisha

ରେଭେନ୍ସା ନାଁ ବଦଳିବା ପ୍ରସଙ୍ଗ : ବିରୋଧୀଙ୍କୁ ଘାଇଲା କଲା ଭର୍ତ୍ତୃହରିଙ୍କ ସମ୍ପାଦକୀୟ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ରେଭେନ୍ସା ନାଁ ବଦଳିବା ପ୍ରସଙ୍ଗ : ବିରୋଧୀଙ୍କୁ ଘାଇଲା କଲା ଭର୍ତ୍ତୃହରିଙ୍କ ସମ୍ପାଦକୀୟ

Key Points

  • ରେଭେନ୍ସା ନାଁ ବଦଳିବା ପ୍ରସଙ୍ଗ
  • ବିରୋଧୀଙ୍କୁ ଘାଇଲା କଲା ଭର୍ତ୍ତୃହରିଙ୍କ ସମ୍ପାଦକୀୟ
  • ନାମ ବଦଳାଇଲେ ପ୍ରଳମ୍ଭ ଅସୁଦ୍ଧ ହେବାନାହିଁ

ଅର୍ଗସ ବ୍ୟୁରୋ: ରେଭେନ୍ସାକୁ ନେଇ ପୁଣି ତେଜିଲାଣି ରାଜନୀତି । ଏହାରି ଭିତରେ ହୀନ ରାଜନୀତି କରିବାକୁ ପଛାଇନାହିଁ ବିଜେଡି । କିନ୍ତୁ ବିରୋଧୀଙ୍କୁ ଉତ୍ତର ଦେଇ ସମ୍ପାଦକୀୟ ଲେଖିଛନ୍ତି କଟକ ବିଜେପି ସାଂସଦ ଭର୍ତ୍ତୃହରି ମହତାବ । କହିଛନ୍ତି, ନାମ ବଦଳାଇଲେ ପ୍ରଳମ୍ଭ ଅଶୁଦ୍ଧ ହେବାନାହିଁ । ଲେଖିଛନ୍ତି ଯେଉଁମାନଙ୍କୁ ପାଶ୍ଚାତ୍ୟ ଆଦବ କାଇଦା ପସନ୍ଦ ଆସେ ସେମାନେ ଏପରି ରୋଳା କରୁଛନ୍ତି ଯେପରି ବିଶ୍ବବିଦ୍ୟାଳୟକୁ କେହି ଭାଙ୍ଗି ଦେଉଛି କିମ୍ବା ଉଠାଇନେଉଛି । 

ଖାଲି ଏତିକି ନୁହେଁ ବରଂ ପ୍ରଶ୍ନ କରିଛନ୍ତି, ବିଜେଡି ସରକାର ଯେତେବେଳେ ବରପୁତ୍ରମାନଙ୍କ ନାଁରେ ଥିବା ୧୭ଟି ଟ୍ରେନିଂ କଲେଜକୁ ବନ୍ଦ କରିଦେବାକୁ ବସିଥିଲେ ଏବେ ଯେଉଁମାନେ ରେଭେନ୍ସା ପାଇଁ ମଶାଲ ଶୋଭାଯାତ୍ରା ବାହାର କରୁଛନ୍ତି ସେତେବେଳେ ପାଟି ଖୋଲିନଥିଲେ କାହିଁକି ? ସେହିପରି ଅଭିମନ୍ୟୁ ସାମନ୍ତସିଂହାରଙ୍କ ନାମଫଳକକୁ ରାଜଧାନୀ ଛାତି ଉପରୁ ଓପାଡ଼ି ଫୋପଡ଼ା ଯିବା ବେଳେ ଏମାନେ ରୋଦନ କଲେନି କାହିଁକି ? ବୋଲି  ସମ୍ବାଦକୀୟରେ ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି ? ସ୍ବାଧୀନ ଭାରତର ଅମୃତ କାଳରେ ଯେତେବେଳେ ଔପନିବେଶବାଦୀର ସ୍ମୃତିବହନ କରୁଥିବା ନାମ, ସଂକେତକୁ ବଦଳାଯାଉଛି ଏଠି ରେଭେନ୍ସାଙ୍କ ନାମ ବଦଳାଇଲେ ପ୍ରଳମ୍ଭ ଅସୁଦ୍ଧ ହଇଯିବ ନାହିଁ ବୋଲି ଯୁକ୍ତି ବାଢିଛନ୍ତି କଟକ ସାଂସଦ ।

ରେଭେନ୍ସା ବିଶ୍ଵବିଦ୍ୟାଳୟ ନାଁ ପରିବର୍ତ୍ତନ ହେବା ପାଇଁ ଆଲୋଚନା ହେବା ଦରକାର, ବିତର୍କ ହେବା ଦରକାର । କିଛି ଏମିତି କହିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ଏତିକି ନୁହେଁ ବରଂ ବୁଦ୍ଧିଜୀବୀ ଓ ଶିକ୍ଷାବିତଙ୍କର ବି ମତାମତ ଲୋଡିଥିଲେ । ହେଲେ କେନ୍ଦ୍ରମନ୍ତ୍ରୀଙ୍କ କଥା ନବୁଝି ଅଯଥାରେ ରାଜନୀତି କଲେ ବିରୋଧୀ । 

ମୋଟ୍‌ ଉପରେ, ନଅଙ୍କ ଦୁର୍ଭିକ୍ଷରେ ଲକ୍ଷଲକ୍ଷ ଓଡ଼ିଆଙ୍କ ମୃତ୍ୟୁର କାରଣ ସାଜିଥିବା ବ୍ରିଟିଶ୍ କମିଶନର ଟି.ଇ ରେଭେନସାଙ୍କ ନାଁ ଶିକ୍ଷାନୁଷ୍ଠାନରୁ ହଟାଇବା ଲାଗି ବିତର୍କ ପାଇଁ ଆହ୍ଵାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେବେଠାରୁ ଆରମ୍ଭ ହୋଇଥିଲା ବିବାଦ। ସାମ୍ନାକୁ ଆସିଥିଲା ରେଭେନସାର ପୂରାତନ ବିଦ୍ୟାର୍ଥୀଙ୍କ ଭାବାବେଗ। ତେବେ ରେଭେନସା ସାହେବଙ୍କ ଭୂମିକା ଉପରେ ବିତର୍କ ଲାଗି କେନ୍ଦ୍ରମନ୍ତ୍ରୀ କହିଥିବା ବେଳେ ଏଥିରୁ ରାଜନୈତିକ ଫାଇଦା ନେବାକୁ ଉଦ୍ୟମ କରିଆସୁଛନ୍ତି କିଛି ବାମପନ୍ଥୀ ଓ ବିରୋଧୀ ସଂଗଠନ। ଏଭଳି ସ୍ଥିତିରେ ଐତିହାସିକମାନେ ରେଭନ୍ସାଙ୍କୁ ନେଇ ପ୍ରକୃତ ସତ ଉପସ୍ଥାପିତ କରିବାକୁ ଆହ୍ବାନ ଦେଇଛନ୍ତି ସୌମ୍ୟରଞ୍ଜନ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bhartruhari Mahtab | Argus News