Videos
|
Odisha

ରେଭେନ୍ସାକୁ ନେଇ ଥମୁନି ରାଜନୀତି : ନଅଙ୍କ ଦୁର୍ଭିକ୍ଷର ଖଳନାୟକଙ୍କ ନାଁ ହଟାଇବାକୁ ଜୋରଦାର ଦାବି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ରେଭେନ୍ସାକୁ ନେଇ ଥମୁନି ରାଜନୀତି : ନଅଙ୍କ ଦୁର୍ଭିକ୍ଷର ଖଳନାୟକଙ୍କ ନାଁ ହଟାଇବାକୁ ଜୋରଦାର ଦାବି

Key Points

  • ରେଭେନ୍ସାକୁ ନେଇ ଥମୁନି ରାଜନୀତି
  • ନଅଙ୍କ ଦୁର୍ଭିକ୍ଷର ଖଳନାୟକଙ୍କ ନାଁ ହଟାଇବାକୁ ଜୋରଦାର ଦାବି
  • ରେଭେନସା ନାଁକୁ ନେଇ ବାମପନ୍ଥୀଙ୍କ ସହ ବିରୋଧୀ କାହିଁକି କରୁଛନ୍ତି ତମ୍ବିତୋଫାନ ?

ଅର୍ଗସ ବ୍ୟୁରୋ : ରେଭେନ୍ସାକୁ ନେଇ ଥମୁନି ରାଜନୀତି । ୧୦ ଦିନ ହେଲାଣି ବିଶ୍ଵବିଦ୍ୟାଳୟର ନାଁ ପରିବର୍ତ୍ତନକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହେଉଛନ୍ତି । ଆଉ ଏହାରି ଭିତରେ ରେଭେନ୍ସା ନାଁ ପରିବର୍ତ୍ତନକୁ ନେଇ ଚାଲିଥିବା ବିତର୍କ ଓ ବିବାଦ ଭିତରେ ସହିଦ ସ୍ଵାଧୀନତା ସଂଗ୍ରାମଙ୍କ ମାଟିରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିକ୍ରିୟା । ଖାସ କରି ଜଣେ ବ୍ରିଟିଶ ପ୍ରଶାସକଙ୍କ ନାଁକୁ ନେଇ କାହିଁକି ଏତେ ବିତର୍କ ହେଉଛି ବୋଲି ପ୍ରଶ୍ନ ଉଠାଇଲେଣି ଲୋକେ । ଖାସ କରି ଦେଶର ସର୍ବକନିଷ୍ଠ ସହିଦ ବାଜିରାଉତର ମାଟି ଭୁବନର ବୁଦ୍ଧିଜୀବୀ ଏପରି ଗୋଲାମୀ ମାନସିକତାକୁ କରିଛନ୍ତି ନିନ୍ଦା। 

କଟକଠୁ ଭଦ୍ରକ । ଭଦକ୍ରରୁ ଭୁବନ...ସବୁଠି ତେଜିଲାଣି ରେଭେନ୍ସା ତାତି । ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ରେଭେନ୍ସା ନାଁ ପରିବର୍ତ୍ତନ ପାଇଁ ବିତର୍କ ହେବା ଦରକାର, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ ମତାମତ ଦେବା ଦରକାର । ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ସ୍ପଷ୍ଟ ବି କରିଥିଲେ । କିନ୍ତୁ ଏହାପରେ ବିରୋଧୀ ବିଜେଡି ଏହାକୁ ନେଇ ହୀନ ରାଜନୀତି କରିବା ସହିତ ରେଭେନ୍ସାରେ ମଶାଲ ଶୋଭାଯାତ୍ରା କରିଥିଲା । ଯେଉଁଥି ଲାଗି ତିନି ବିଜେଡି  ନେତାଙ୍କ ନାଁରେ ମାମଲା ବି ରୁଜୁ ହୋଇଥିଲା । ବିଧାନସଭାରେ ବି ଦେଖିବାକୁ ମିଳିଥିଲା ରେଭେନ୍ସା ତାତି । ହେଲେ ଏବେ ଯେଉଁପରି ଭାବରେ ନାଁ ପରିବର୍ତ୍ତନ ସପକ୍ଷରେ ସ୍ଵର ତେଜିଲାଣି ତାହାକୁ ନେଇ ଗୋଟିଏ କଥା ସ୍ପଷ୍ଚ ହେଉଛି କି ବ୍ରିଟିଶ ପ୍ରଶାସକଙ୍କ ନାଁ ବଦଳିବା ନେଇ ବିତର୍କ  ହେବା ଆବଶ୍ୟକ । 

ବ୍ରିଟିଶ୍ ବର୍ବରତାରେ ଶିକାର ଆଉ ଏକ ସହିଦଙ୍କ ମାଟି ଭଦ୍ରକର ଲୁଣିଆ । ଏଠାରେ ବ୍ରଟିଶ୍ ଫୌଜର ଗୁଳିରେ ଯାଇଥିଲା ୯ ସଂଗ୍ରାମୀଙ୍କ ଜୀବନ । ଜଣେ ବ୍ରିଟିଶ୍ ଶାସକଙ୍କ ସୃତିରେ ରାଜ୍ୟରେ କୌଣସି ଶିକ୍ଷାନୁଷ୍ଠାନ ନାଁ ରଖାଯିବାକୁ ଏମାନେ କରିଛନ୍ତି ବିରୋଧ । କହିଛନ୍ତି ଏହା ଆମ ଅସ୍ମିତା ବିରୋଧୀ । ଦେଶର ସବୁ ସ୍ଥାନରୁ ଔପନିବେଶବାଦୀ ଶାସନର ଚିହ୍ନ ହଟାଯାଉଥିବା ବେଳେ ଓଡ଼ିଶାରେ କାହିଁକି ହଟାଯିବନି ବୋଲି କରିଛନ୍ତି ପ୍ରଶ୍ନ। 

ମୋଟ୍‌ ଉପରେ, ରେଭେନସା ନାଁକୁ ନେଇ ସେତେବେଳେର ମହାବିଦ୍ୟାଳୟ ଓ ବର୍ତ୍ତମାନର ବିଶ୍ବବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ଭାବାବେଗ ଏପରି ନାମ ପରିବର୍ତ୍ତନ ବିତର୍କକୁ ଗ୍ରହଣ କରିପାରୁନି। ସେପଟେ ବାମପନ୍ଥୀଙ୍କ ସହ ବିରୋଧୀ ରାଜନୈତିକ ଦଳ ଏହି ବିବାଦରେ ବିଭ୍ରାନ୍ତି ସୃଷ୍ଟିକରି ରାଜନୈତିକ ଫାଇଦା ଉଠାଇବା ଚକ୍କରରେ ଅଛନ୍ତି । ନଅଙ୍କ ଦୁର୍ଭିକ୍ଷରେ ଲକ୍ଷ ଲକ୍ଷ ଓଡ଼ିଆଙ୍କ ମୃତ୍ୟୁର କାରଣ ସାଜିଥିବା ବ୍ରିଟିଶ୍ ପ୍ରଶାସକ ଟି.ଇ ରେଭେନସାଙ୍କ ନାଁ ପରିବର୍ତ୍ତନ ନେଇ ବିତର୍କ ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଆହ୍ବାନ ଦେଇଥିଲେ। କିନ୍ତୁ ବିତର୍କ ବଦଳରେ ବିରୋଧୀ ଏହାକୁ ବିବାଦର ରୂପ ଦେଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

(ଭଦ୍ରକରୁ ଦିପ୍ତୀ ରଞ୍ଜନ ସାହୁଙ୍କ ସହ ନବରଙ୍ଗପୁରରୁ ସମିତ ଘଣ୍ଟ, ବାସୁଦେବପୁରରୁ ପ୍ରଶାନ୍ତ ଦାସ ଓ ଭୁବନରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ)

Ravenshaw University | Argus News