Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଟା-ସିମେଣ୍ଟରେ ଗଢ଼ା ବିଲ୍‌ଡିଂ ନୁହଁ'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
'ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଟା-ସିମେଣ୍ଟରେ ଗଢ଼ା ବିଲ୍‌ଡିଂ ନୁହଁ'

Key Points

ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ପରେ ଛାତ୍ରଛାତ୍ରୀ ଚାକିରି କରିବା ବଦଳରେ ଚାକିରି ଦେବାକୁ ଆହ୍ୱାନ ଦେଇଥିଲେ ମହାମହିମ ।

ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ପୁନଃ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମହାମହିମ । ଷ୍ଟାର ପ୍ରକଳ୍ପ ଯୋଜନାରେ ୮୭ କୋଟି ଟଙ୍କାର ପ୍ରକଳ୍ପକୁ ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି। ଏହି ପ୍ରକଳ୍ପ ଯୋଗୁ ନୂଆ ରୂପ ପାଇବ ନାରୀ ଶିକ୍ଷାର ଏନ୍ତୁଡ଼ିଶାଳ କୁହାଯାଉଥିବା ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ।

ରାଷ୍ଟ୍ରପତିଙ୍କ ସହ ଗସ୍ତରେ ସାମିଲ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ହରିବାବୁ କମ୍ଭୋମପତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ। ଆଜି ରେଭେନ୍ସା ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ମହାମହିମ । ରେଭେନ୍ସା ଇଟା, ସିମେଣ୍ଟରେ ଗଢା ବିଲ୍‌ଡିଂ ନୁହଁ, ବରଂ ଏହା ଏକ ଶାଳଗ୍ରାମ ବୋଲି କହିଥିଲେ ରାଷ୍ଟ୍ରପତି । ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ପରେ ଛାତ୍ରଛାତ୍ରୀ ଚାକିରି କରିବା ବଦଳରେ ଚାକିରି ଦେବାକୁ ଆହ୍ୱାନ ଦେଇଥିଲେ ମହାମହିମ ।


ଅନ୍ୟପଟେ ଏଜୁକେଶନ ସରିବା ପରେ ବି ଲର୍ଣ୍ଣିଂ ସରେ ନାହିଁ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଡିଗ୍ରୀ ପରେ ପ୍ରକୃତ ଜୀବନ ଆରମ୍ଭ ହୋଇଥାଏ । ରେଭେନ୍ସା ଏକଦା ଓଡ଼ିଆ ଜାତୀୟତାବାଦୀ ଆନ୍ଦୋଳନର ମଞ୍ଚ ସାଜିଥିଲା । ଇଂରେଜଙ୍କୁ ହଟାଇବାକୁ ରେଭେନ୍ସାରେ ବଡ଼ ଅଭିଯାନ ହୋଇଥିଲା ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।

ସେହିଭଳି ରେଭେନ୍ସା କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ ଏହା ଓଡ଼ିଶାର ଭାଗ୍ୟ ଓ ଭବିଷ୍ୟତ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା କହିଥିଲେ ରାଜ୍ୟପାଳ ହରିବାବୁ କୁମ୍ଭମପତି । ୧୫୭ ବର୍ଷ ଧରି ଏହି ଅନୁଷ୍ଠାନ ଦେଶକୁ ପ୍ରତି କ୍ଷେତ୍ରକୁ ବଡ଼ ଅବଦାନ ଦେଇଥିବା କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସହର ପରିକ୍ରମା କରି ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ସାରଳା ସାହିତ୍ୟ ସଂସଦର ୪୫ ତମ ବାର୍ଷିକ ଉତ୍ସବ ଓ ଆଦିକବି ସାରଳା ଦାସଙ୍କ ୬୦୦ ତମ ଜନ୍ମ ବାର୍ଷିକୀ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
'Ravenshaw University is not a building made of bricks and cement' | Argus News