Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାୟଗଡା ବିଜେପି ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକାଙ୍କୁ ମରଣାନ୍ତକ ଆକ୍ରମଣ ଉଦ୍ୟମ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାୟଗଡା ବିଜେପି ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକାଙ୍କୁ ମରଣାନ୍ତକ ଆକ୍ରମଣ ଉଦ୍ୟମ

ଅର୍ଗସ ବ୍ୟୁରୋ:  ରାୟଗଡା ବିଜେପି ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକାଙ୍କୁ ମରଣାନ୍ତକ ଆକ୍ରମଣ ଉଦ୍ୟମ । ଅଫିସ୍ ଭିତରେ ପଶି ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ରାତି ୯ଟା ୩୦ରେ କିଛି ଦୁର୍ବୃତ୍ତ ମାରଣାସ୍ତ୍ର ଧରି ବସନ୍ତଙ୍କୁ ଗାଳିଗୁଲଜ କରିବା ସହ କାର୍ଯ୍ୟାଳୟରେ ପଶି ଧାରୁଆ ଅସ୍ତ୍ରରେ କବାଟ ଓ ଝରକାକୁ ଭାଙ୍ଗି ଦେଇଛନ୍ତି।  ଟାଉନ ଥାନା ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ତନାଘନା ଆରମ୍ଭ କରିଛି। ତେବେ ଗତ କିଛି ଦିନ ତଳେ ବହୁଚର୍ଚ୍ଚିତ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗିଙ୍କ ହତ୍ୟା ଘଟଣାରେ ରାୟଗଡା SDJM କୋର୍ଟ ପୂର୍ବତନ ସାଂସଦ ଏନ୍.ଭାସ୍କର ରାଓଙ୍କ ସମେତ 6 ଜଣକୁ ଜାମିନବିହୀନ ଗିରଫ୍ ପରୱାନା ଜାରି କରିଥିଲେ । ତେବେ ବସନ୍ତ ଉଲାକା ଏହି ଘଟଣାର ନେତୃତ୍ବ ନେଉଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଆକ୍ରମଣ କରାଯାଇଥିବା କହିବା ସହ ଦୋଷିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rayagada BJP MLA candidate Basant Ulaka attempted fatal attack | Argus News