ପୁନଃ ତଦନ୍ତରେ ସାମ୍ନାକୁ ଆସିବ କି ନବ ଦାସଙ୍କ ରୋଷେୟା ମୃତ୍ୟୁ ପଛର ଷଡ଼ଯନ୍ତ୍ର

Key Points
ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାରେ ଚାଞ୍ଚଲ୍ୟକର ଖୁଲାସା
ଅର୍ଗସ ହାତରେ ଲଲିତଙ୍କ ମୃତ୍ୟୁ ପରର ଫଟୋ ଓ ସାଇଣ୍ଟିଫିକ୍ ଟିମର ସ୍ପଟ୍ ମ୍ୟାପ୍
ଆତ୍ମହତ୍ୟା ନୁହେଁ ମାରିକି ଟାଙ୍ଗି ଦେଇଥିବା ନେଇ ବଢିଲା ସନ୍ଦେହ
ପୁନଃ ତଦନ୍ତରେ ସାମ୍ନାକୁ ଆସିବ କି ମୃତ୍ୟୁ ପଛର ଷଡ଼ଯନ୍ତ୍ର
ଝାରସୁଗୁଡ଼ା: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ଅର୍ଗସ ହାତରେ ଲାଗିଛି ଲଲିତଙ୍କ ମୃତ୍ୟୁ ପରର ଫଟୋ ଓ ସାଇଣ୍ଟିଫିକ୍ ଟିମର ସ୍ପଟ୍ ମ୍ୟାପ୍ । ଆତ୍ମହତ୍ୟା ନୁହେଁ ଲଳିତଙ୍କୁ ମାରି ଟାଙ୍ଗି ଦେଇଥିବା ନେଇ ସନ୍ଦେହ ବଢ଼ିଛି ।
ନବ ଦାସଙ୍କ ରୋଷେୟା ଲଲିତଙ୍କ ମୃତ୍ୟୁ ପରର ଫଟୋ ଲାଗିଛି ଅର୍ଗସ ହାତରେ । ଫଟୋରେ ସ୍ପଷ୍ଟ ଦେଖାଯାଉଛି, ଲଲିତଙ୍କ ପାଦ ତଳେ ଲାଗିଛି । ଯେଉଁ ଚେୟାରେ ସେ ଚଢି ଝୁଲିଥିବା କୁହାଯାଉଛି ତାହା ପଡ଼ିଛି ଦୂରରେ । ଯେଉଁଭଳି ଭାବେ ଲଲିତ ଝୁଲିଛନ୍ତି ତାକୁ ନେଇ ବଢୁଛି ସନ୍ଦେହ । ଲଲିତଙ୍କ ମୃତଦେହ ମିଳିଥିବା ଘରର ଉଚ୍ଚତା ୮ ଫୁଟ୍ ୮ ଇଞ୍ଚ, ଲଲିତଙ୍କ ଉଚ୍ଚତା ଥିଲା ୫ ଫୁଟ୍ ୬ ଇଞ୍ଚ, ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଲା ବେଳକୁ ଲଲିତଙ୍କ ଆଙ୍ଗୁଠି ମାଟ୍ରେସରେ ଲାଗିଥିଲା, ଲଲିତ ବ୍ୟବହାର କରିଥିବା ଚଉକିର ଉଚ୍ଚତା ୪୫ ସେଣ୍ଟିମିଟର । ଏବେ ସନ୍ଦେହ ହେଉଛି ଲଲିତଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇନାହିଁ ତ ?
📱 Get Argus News App
✨ଏପ୍ରିଲ୍ ୨୦୨୨, ନବ ଦାସଙ୍କ ଝାରସଗୁଡ଼ା ସରବାହାଲ ସ୍ଥିତ ବାସଭବନରେ ଲଲିତଙ୍କର ହୋଇଥିଲା ସନ୍ଦେହ ଜନକ ମୃତ୍ୟୁ । ସେତେବେଳେ ସ୍ଵାସ୍ଥ୍ୟମନ୍ତ୍ରୀ ଥିଲେ ନିଜେ ନବ ଦାସ। ପୋଲିସର ତଦନ୍ତ ଆସିଥିଲା ସନ୍ଦେହ ଘେରକୁ । ଘଟଣାର ୩୪ ମାସ ପରେ ବି ଅନେକ ଅସମାହିତ ପ୍ରଶ୍ନ:-
* ଯଦି ଲଲିତ ଆତ୍ମହତ୍ୟା କଲେ, ତାଙ୍କ ପାଦ ତଳେ କେମିତି ଲାଗିଲା ?
* ତାଙ୍କ ଆଙ୍ଗୁଠିର ଦିଗ ତଳଆଡକୁ ନ ରହି କେମିତି ଲାଗିକରି ରହିଲା ?
* ତଦନ୍ତକାରୀ ଅଧିକାରୀ କାହା ଚାପରେ କାମ କରୁଥିଲେ ?
* କାହିଁକି ଲଲିତଙ୍କ ବ୍ଲଡ ସାମ୍ପଲ, ନଖ, ପିନ୍ଧିଥିବା ପୋଷାକ ଗଲା ନାହିଁ ଫରେନସିକ୍ ଲ୍ୟାବ୍ ?
* କେମିତି ପୋଷ୍ଟମର୍ଟମ ହଲରୁ ଚୋରି ହୋଇଗଲା ଲଲିତଙ୍କ ଭିସେରା ?
* ପ୍ରମାଣ ନଷ୍ଟ ପାଇଁ ଭିସେରା ଚୋରି ଥିଲା କି ଷଡ଼ଯନ୍ତ୍ର ?
ହତ୍ୟା କି ଆତ୍ମହତ୍ୟା ଜାଣିବା ପାଇଁ ଭିସେରାର ବଡ଼ ଭୂମିକା ଥାଏ । ଜାଣିଶୁଣି ପୋଲିସ ମାଧ୍ୟମରେ ସବୁ ପ୍ରମାଣ ନଷ୍ଟ ପଛରେ କିଏ ? ଲଲିତଙ୍କ ମୃତ୍ୟୁକୁ ମିଳିମିଶି ଚାପି ଦେଇଥିଲେ । ତେବେ ଲଲିତଙ୍କ ବାପା ନ୍ୟାୟ ଭିକ୍ଷା କରି ପୋଲିସ ଡିଜିଙ୍କୁ ଚିଠି ଲେଖିବା ପରେ, ପୁନଃ ତଦନ୍ତ ଆରମ୍ଭ ହୋଇଛି। ପୁରୁଣା ତଦନ୍ତର ତ୍ରୁଟି ସାମ୍ନାକୁ ଆସିଛି ।