ନୀଳଗିରିରେ ପହଞ୍ଚି ଦୁଇଟି ପଦ୍ମ ଫୁଲରେ ଭୋଟ ଦେବାକୁ ନିବେଦନ କଲେ
·2 years ago

ଅର୍ଗସ ବ୍ୟୁରୋ: ବିଜୁ ଜନତା ଦଳକୁ ଏବେ ଜଣେ କଳାପାହାଡ଼ ଚଳାଉଛି। ଏମିତି କହି ବିଜେଡି ଉପରେ ବର୍ଷିଛନ୍ତି ବିଜେପି ନେତା ଅନୁଭବ ମହାନ୍ତି। ସ୍ୱତନ୍ତ୍ର ହେଲିପ୍ୟାଡ ଯୋଗେ ନୀଳଗିରିରେ ପହଞ୍ଚିଛନ୍ତି ଓଡିଶାର ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ବିଜେପିର ନେତା ଅନୁଭବ ମହାନ୍ତି ଏବଂ ବରିଷ୍ଠ ନେତା ପିତାମ୍ବର ଆଚାର୍ଯ୍ୟ ।
ନୀଳଗିରି କେ.ସି ହାଇସ୍କୁଲ ପଡିଆରେ ଭାରତୀୟ ଜନତା ପାର୍ଟି ଦ୍ୱାରା ଆୟୋଜିତ ବିଶାଳ ମହିଳା ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସରକାର ଓ ପାଣ୍ଡିଆନ ବିରୋଧରେ ବର୍ଷିଛନ୍ତି।
ଜୁନ ୪ ରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ ବୋଲି ହଜାର ହଜାର ମହିଳାଙ୍କୁ ଉଦବୋଧନ ଦେଇଛନ୍ତି ଅନୁଭବ। ବାଲେଶ୍ଵର ଲୋକସଭା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ନୀଳଗିରି ବିଧାନସଭା ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ପାଇଁ ଦୁଇଟି ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି ଅନୁଭବ।
ଅଧିକ ପଢ଼ନ୍ତୁ ନିର୍ବାଚନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: