Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏମିତି କାହିଁକି କହିଥିଲେ ଦେବାଶିଷ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଏମିତି କାହିଁକି କହିଥିଲେ ଦେବାଶିଷ ?

Key Points

  • ମିଡିଆ ଆଗରେ ମିଛ କହିଥିଲେ ମୁଖ୍ୟମନ୍ତ୍ରୀ
  • ତାଙ୍କୁ ଯାହା କୁହାଯାଏ, ସିଏ ସେଇୟା କୁହନ୍ତି
  • କାମ ସରିବା ପରେ ଏଡାଇ ଦିଅନ୍ତି ନବୀନ
     

ଅର୍ଗସ ବ୍ୟୁରୋ: ମିଡିଆ ସାମ୍ନାରେ ମିଛ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯଦି ରାଜ୍ୟସଭା ପଠାଇବାର ନଥିଲା ତେବେ ଏତେ ମିଛ କଥା କାହିଁକି କହିଲେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ଦେବାଶିଷ ନାୟକ । ଖାଲି ଏତିକି ନୁହେଁ ବରଂ ନବୀନ ବାବୁ ଯେଉଁମାନଙ୍କ ଲାଗି ଆଜି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସେମାନଙ୍କୁ କେମିତି ଭୁଲିଗଲେ ବୋଲି ପ୍ରଶ୍ନ ବି କରିଛନ୍ତି । ମୋଟ୍‌ ଉପରେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଥିଲେ ଦେବାଶିଷ । ହେଲେ ଦଳରୁ ଅଲୋଡା ହୋଇଥିବାରୁ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ଦେବାଶିଷ । ଖୋଲିଥିଲେ ଗୁମର ।

କାମ ପଡିଲେ ବିଜେଡି କିଛି ବି କରିପାରେ । ୨୦୦୯ ପୂର୍ବରୁ ବିଜେପିର ସହାୟତାରେ ହିଁ ଦଳ ଗଠନ ହୋଇଥିଲା ରାଜ୍ୟରେ । ଖାଲି ଗଠନ ହୋଇଥିଲା ତାହା ନୁହେଁ ବରଂ ରାଜ୍ୟରେ ଶାସନ ବି କରୁଥିଲା । ହେଲେ ପାନରୁ ଚୂନ ଏପଟ ସେପଟ ହେବାରୁ ମେଂଟ ଭାଙ୍ଗିଦେଇଥିଲେ ବିଜେଡି । ହେଲେ ଏବେ ସେକାଳ ପଖାଳ ଆଉ ନାହିଁ । ଅର୍ଥାତ୍‌ ବିଜେପି ଏବେ ଓଡ଼ିଶାରେ ଅଧିକ ଲୋକପ୍ରିୟ ହୋଇଛି । ତେଣୁ ଏଇ ମୌକାରେ ବିଜେପି କାନ୍ଧରେ ଲାଉ ହୋଇ ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରିଥିଲା ବିଜେଡି । ହେଲେ ଓଡ଼ିଆଙ୍କ ସ୍ଵାର୍ଥ ଓ ସ୍ଵାଭିମାନ ପାଇଁ ବିଜେପି ମେଂଟ ଲାଗି ରାଜି ହୋଇନଥିଲା । ଖାଲି ଏତିକି ନୁହେଁ ବରଂ ଏକାକୀ ଲଢେଇ ହେବା ସହ ଦମଦାର ଲଢେଇ ହେବ ବୋଲି କହିଥିଲେ ରାଜ୍ୟ ନେତା । 

ବିଜେଡି ଛାଡିବା ପରେ ଏବେ ମନଖୋଲା ବର୍ଷିଛନ୍ତି ଦେବାଶିଷ । ଖାଲି ବର୍ଷିଛନ୍ତି ତାହା ନୁହେଁ ବରଂ ବିଜେଡିର ଗୋଟି ଗୋଟି ଗୁମର ଖୋଲିଛନ୍ତି । ଦଳ କେମିତି ଚାଲେ ? କାହା ନିର୍ଦ୍ଦେଶରେ ଚାଲେ ? କେତେ ଆଇନକାନୁନରେ ଚାଲେ ? ଏ ସବୁର ଭଣ୍ଡାଫୋଡ କରିଛନ୍ତି । ମୋଟ୍‌ ଉପରେ ବିଜେଡି ଏବେ ଟେନସନ୍‌ରେ ରହିଛି । କାରଣ ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି । ଆଉ ଯେଉଁମାନେ ଦଳ ଛାଡୁଛନ୍ତି ସେମାନେ ବିଷୋଦଗାର କରୁଛନ୍ତି । ତେଣୁ ଏମିତି ସ୍ଥିତିରେ ଦଳ କେମିତି ନିର୍ବାଚନ ବୈତରଣୀ ପାର ହେବ ତାହାକୁ ନେଇ ଚିନ୍ତାରେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
Odisha CM | Argus News