Videos
|
Odisha

କୁଲେସିକାଙ୍କ ସାଙ୍ଘାତିକ ବୟାନ : କହିଲେ, ବିଜେଡି ଟିକଟ ପାଇଁ...

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କୁଲେସିକାଙ୍କ ସାଙ୍ଘାତିକ ବୟାନ : କହିଲେ, ବିଜେଡି ଟିକଟ ପାଇଁ...

Key Points

 

  • କୁଲେସିକାଙ୍କ ସାଙ୍ଘାତିକ ବୟାନ
  • ବିଜେଡି ଟିକଟ ପାଇବାକୁ ହେଲେ ଦେବାକୁ ପଡେ ୬ କୋଟି
  • ପ୍ରଭୁ ଜାନି ଭଲ ଡିଲ କରି ଗଲେ

ବିଜେଡିର ଟିକଟ ବେପାରକୁ ନେଇ ଲକ୍ଷ୍ମୀପୁର ବିଜେପି ବିଧାୟକ ପ୍ରାର୍ଥୀ କୈଳାସ କୁଲେସିକା ଦେଲେ ସାଙ୍ଘାତିକ ବୟାନ । କହିଲେ, ଶଙ୍ଖ ଦଳରେ ଟିକଟ ନେବାକୁ ହେଲେ ୬ କୋଟି ଟଙ୍କା ଦେବାକୁ ପଡ଼େ । ହେଲେ ମତେ କୋଟିଏ ଟଙ୍କା ଯାଚିଥିଲେ ବବି ବାବୁ, ବଡ଼ ପଦବୀ ବି ଯାଚିଥିଲେ ...କିନ୍ତୁ ମୁଁ ରାଜି ହୋଇନଥିଲି । ବିଜେଡିରେ ପ୍ରାର୍ଥୀ ହେବାକୁ ହେଲେ କେମିତି ଟଙ୍କା କାରବାର ହୁଏ ସେନେଇ  ସବୁ ଗୁମର ଖୋଲି ଦେଇଛନ୍ତି କୁଲେସିକା । ଯାହାକୁ ନେଇ ଏବେ ବଢିଲାଣି ଚର୍ଚ୍ଚା ।

ଆଦିବାସୀ ପିଲାଙ୍କୁ ଧୋକା ଦେଇଛି ବିଜେଡି । ପ୍ରଥମେ ଟିକଟ ଆଶା ଦେଖାଇ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକାଙ୍କୁ ଦଳକୁ ଆଣିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଟିକଟ ନଦେଇ ୧ କୋଟି ଟଙ୍କା ସହିତ ବଡ଼ ପଦବୀ ବି ଯାଚିଥିଲା । ହେଲେ କୈଳାସ ନଛୋଡବନ୍ଧା ଥିଲେ...ସେଇଥି ଲାଗି ତ ପଦବୀ ନେଲେନି କି ପଇସା ବି ନେଲେନି । ସ୍ଵାଭିମାନର ସହ ବଞ୍ଚିଲେ, ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଟିକଟ ବି ପାଇଲେ । 

ଶଙ୍ଖ ଦଳରେ ଏବେ କିଛି ଠିକ୍‌ଠାକ ନାହିଁ । କାରଣ ଆମଦାନୀ ନେତା ଏତେ ମାତ୍ରାରେ ବଢିଲେଣି ଯେ କାହାକୁ ଟିକଟ ଦେବେ କାହାର କାଟିବେ ସେନେଇ ବଡ଼ କନଫ୍ୟୁଜନରେ ଅଛନ୍ତି ନେତା । କିନ୍ତୁ ଏହାରି ଭିତରେ ଅନେକ ନେତା ଟିକଟ ପାଇଲେନି । ହେଲେ ପଇସା ଦେଇ ପ୍ରଭୁ ଜାନି ଟିକେଟ ନେଇଥିବା କୁଲେସିକା କହିବା ପରେ ତାହାକୁ ନେଇ ବଢିଲାଣି ଚର୍ଚ୍ଚା ।  କେବଳ ଏତିକି ନୁହେଁ ବରଂ ସେ ଆହୁରି କହିଛନ୍ତି, ୫/୬ କୋଟି ଟଙ୍କାରେ ପ୍ରଭୁ ଜାନି ଟିକେଟ୍‌ ଡିଲ୍‌ କରିଛନ୍ତି। ମୋତେ କୋଟିଏ ଟଙ୍କା ସହ ପଦବୀ ଯାଚୁଥିଲେ, ମୋତେ ବାଧିଲା । ମୁଁ ଆଦିବାସୀ ପିଲା, ମୋତେ ଟଙ୍କା ଦେଇ କିଣିବାକୁ ଚେଷ୍ଟା କଲେ। ଟିକେଟ ପ୍ରତିଶ୍ରୁତିରେ ବିଜେଡି ଆସିଥିଲି, ମୋତେ ଧୋକା ଦେଲେ। ଗତ ନିର୍ବାଚନରେ ଅନିୟମିତତା କରି ୨୨୯ ଭୋଟରେ ହରାଇଲେ। ମୁଁ ନିର୍ବାଚନ ନେଇ ମାମଲା ଦାୟର କରିଥିଲି। ମୋତେ କହି ମାମଲା ପ୍ରତ୍ୟାହାର କରାଇଲେ, ନହେଲେ ମୁଁ ଜିତିଥାନ୍ତି ...

ଗୁରୁତ୍ଵପୂର୍ଣ୍ଣ କଥା ହେଲା କୁଲେସିକାଙ୍କୁ ବିଜେପି ଟିକଟ ଦେବା ପରେ ସେ ଦମ୍ଭୋକ୍ତି ଦେଖାଇଛନ୍ତି । କହିଛନ୍ତି, ଲକ୍ଷ୍ମୀପୁରରେ ପୂର୍ବରୁ ଯାହା କେବେ ହୋଇନଥିଲା ଏଥର ସେଇୟା ହିଁ ହେବ । ଅର୍ଥାତ୍‌ ବିଜେପି ସେଇଠାରେ ହିଁ ଜିତିବ । ତେବେ କୈଳାସଙ୍କ କଥାକୁ ନେଇ ଏବେ କିନ୍ତୁ ଚର୍ଚ୍ଚା ଜୋର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: