Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚୁଟକିରେ ପଢ଼ନ୍ତୁ ୧୦ ବ୍ରେକିଙ୍ଗ ନ୍ୟୁଜ

Ritu Das
Browse all articles by Ritu Das
·1 year ago·2 min read
ଚୁଟକିରେ ପଢ଼ନ୍ତୁ ୧୦ ବ୍ରେକିଙ୍ଗ ନ୍ୟୁଜ

୧- ଓ୍ବାକଫ୍ ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ … ଆଇନରେ ପରିଣତ ହେଲା ଓ୍ବାକଫ୍ ସଂଶୋଧନ ବିଲ୍ … ବିଲ୍‌କୁ ନେଇ ରାଜ୍ୟସଭା ଓ ଲୋକସଭାରେ ହୋଇଥିଲା ବିସ୍ତୃତ ଆଲୋଚନା … ଓ୍ବାକଫ୍ ସଂଶୋଧନ ବିଲ୍ ଆଗତ ପୂର୍ବରୁ ୬ ମାସ ଧରି ଚାଲିଥିଲା ଆଲୋଚନା ...
୨- ଆଜି ପବିତ୍ର ଶ୍ରୀରାମନବମୀ...ରାମମୟ ସାରା ଦେଶ... ଉତ୍ସବ ମୁଖର ଗାଁରୁ ସହର... ଅଯୋଧ୍ୟାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ... ପୁରୀରୁ ନେଇ ଭୁବନେଶ୍ବର ରାମମନ୍ଦିର ସବୁଠି ରାମଲାଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼... ଐତିହାସିକ ଶ୍ରୀରାମନବମୀ ମହୋତ୍ସବ ପାଇଁ ଭଦ୍ରକରେ ବିଶାଳ ଆୟୋଜନ... ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା…
୩- ଆଜି ବିଜେପିର ପ୍ରତିଷ୍ଠା ଦିବସ... ଦୁଇ ଦିନ ଧରି ପ୍ରତିଷ୍ଠା ଦିବସ ପାଳିବ ରାଜ୍ୟ ବିଜେପି… ପ୍ରତି କାର୍ଯ୍ୟକର୍ତ୍ତା ନିଜ ନିଜ ଘରେ ଉଡାଇବେ ଦଳୀୟ ପତକା… ଆଜିଠାରୁ ଆମ୍ବେଦକର ଜୟନ୍ତୀ ଯାଏଁ ହେବ ଜନ ସଂପର୍କ କାର୍ଯ୍ୟକ୍ରମ… ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ...
୪- ଭୁବନେଶ୍ବର କୌଶଲ୍ୟା ଗଙ୍ଗ ଛକରେ ଓଲଟିଲା ବାଂଲାଦେଶୀ ତୀର୍ଥ ଯାତ୍ରୀ ବସ୍… ଟୁରିଷ୍ଟ ବସ୍ ଓଲଟି ଜଣେ ମୃତ, ୧୫ରୁ ଅଧିକ ଆହତ… ୬୫ରୁ ଅଧିକ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିଲା ବସ… ସମସ୍ତେ ବାଂଲାଦେଶର, ଆହତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି… ଡ୍ରାଇଭରର ଆଖି ଲାଗିଯାଇଥିବାରୁ ଦୁର୍ଘଟଣା ଘଟିଥିବା ସୂଚନା…
୫- ଅନୁଗୁଳରେ ପୁଣି ଏନ୍‌କାଉଣ୍ଟର… ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ… କ୍ଷୀରୋଦର ଡାହାଣ ଗୋଡ଼ରେ ବାଜିଛି ଗୁଳି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି… କ୍ଷୀରୋଦ ନାଁରେ ରହିଛି ୫୦ରୁ ଅଧିକ ମାମଲା… ବିଳମ୍ବିତ ରାତିରେ ପୋଲିସର ପାଟ୍ରୋଲିଂ ବେଳେ ଏନ୍‌କାଉଣ୍ଟର…
୬- ରାମନବମୀରେ ତାମିଲନାଡୁ ଯିବେ ପ୍ରଧାନମନ୍ତ୍ରୀ ମୋଦି... ଦକ୍ଷିଣ ଭାରତକୁ ଦେବେ ବଡ଼ ଉପହାର... ରାମେଶ୍ୱରମ-ପମ୍ବନ ମଧ୍ୟରେ ରେଳ ସେତୁର ଉଦଘାଟନ କରିବା ସହ କରିବେ ୮ ହଜାର ୩ ଶହ କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର କରିବେ ଶିଳାନ୍ୟାସ…
୭- ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ରାମ ନବମୀ ଅବସରରେ ଭବ୍ୟ ରୂପେ ସଜାଯାଇଛି......ଏହି ପବିତ୍ର ଦିନରେ ରାମଲଲାଙ୍କର ସୂର୍ଯ୍ୟ ତିଲକ କରାଯାଇଛି....ସୂର୍ଯ୍ୟଙ୍କ କିରଣ ମାଧ୍ୟମରେ ରାମଲଲାଙ୍କ ମସ୍ତକରେ ତିଲକ କରାଯାଇଛି। କେବଳ ଅଯୋଧ୍ୟା ନୁହେଁ ଆଜି ପୁରା ଦେଶ ରାମମୟ ହୋଇଛି
୮- ୫୫ ହଜାର ତଳକୁ ଖସିବ ସୁନା ଦର, ଦୁଇ ଦିନରେ କମିଲାଣି ୨୭୦୦ ଟଙ୍କାରୁ ଅଧିକ । ଆମେରିକା ମର୍ଣ୍ଣିଂଷ୍ଟାରର ବିଶେଷଜ୍ଞମାନେ ମାନେ କଲେ ଆକଳନ
୯- ଆଇପିଏଲ୍‌ ୨୦୨୫ ....ଟୁର୍ଣ୍ଣାମେଣ୍ଟର ୧୯ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ୍‌ ଏବଂ ଗୁଜରାଟ ଟାଇଟନ୍ସ । ହାଇଦ୍ରାବାଦରଗ୍ରାଉଣ୍ଡ୍‌ରେ ଖେଳାଯିବ ଏହି ମ୍ୟାଚ୍‌
୧୦- ପାଣିପାଗ ବିଭାଗର ବଡ଼ ଚେତାବନୀ....ଏପ୍ରିଲ, ମେ, ଜୁନରେ ହେବ ଅସହ୍ୟ, ଗରମ....ଆଇଏମଡି ଅନୁଯାୟୀ, ଏପ୍ରିଲ-ଜୁନ ମାସରେ ମହାରାଷ୍ଟ୍ର, ତାମିଲନାଡୁ, ରାଜସ୍ଥାନ, ପଶ୍ଚିମବଙ୍ଗ, ଓଡ଼ିଶା, ଗୁଜରାଟ, ହରିୟାଣା, ପଞ୍ଜାବ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡରେ ଅଧିକ ହିଟୱେଭ ଦିନ ରହିବ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
read-10-breaking-news-in-a-nutshell | Argus News