Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାଣନ୍ତୁ ଆଜିର ରାଶିଫଳ...

Smruti Parija
Browse all articles by Smruti Parija
·1 year ago·4 min read
ଜାଣନ୍ତୁ ଆଜିର ରାଶିଫଳ...

Key Points

ଆଜି କେମିତି କଟିବ ଆପଣଙ୍କ ଦିନ

କ'ଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ

ଭୁବନେଶ୍ୱର: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ...


ମେଷ-


ବିବାହ ଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ । କୈାଣସି କଳା କ୍ଷେତ୍ରରେ ଅଭିନୟ ପାଇଁ ସୁଯୋଗ ପାଇବେ । ପରିବହନ ଓ ଖାଦ୍ୟ ପଦାର୍ଥକୁ ନେଇ ବ୍ୟବସାୟରେ ନିଜ ଆଶାନୁରୂପକ ବ୍ୟବସାୟ କରିବେ । ଚାକିରି ଖୋଜୁଥିବା ଲୋକଙ୍କୁ ନିଯୁକ୍ତି ମିଳିବ । ସମ୍ମାନିତ ଲୋକଙ୍କ ସହ ମିଶିବେ । ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ


ବୃଷ-


ଗୁରୁଜନ ମାନଙ୍କର ଆଦର ପାଇବା ସହ ପରିବାର ମଧ୍ୟରେ ମୁଖ୍ୟତା ଲାଭ କରିବେ । ଆର୍ଥିକ ଦିଗରୁ ଉନ୍ନତି ହେଲେ ମଧ୍ୟ ବ୍ୟୟ ଭାର ବୃଦ୍ଧି ହେବ । ଆକସ୍ମିକଭାବରେ ଜଣେ ବନ୍ଧୁ ହଠାତ୍ ଖୁସିଖବର ସାଙ୍ଗକୁ କିଛି ଅର୍ଥ ଦେଇଯିବେ। ସତର୍କତା ଅବଲମ୍ବନ ନ କଲେ କୌଣସି ଭୁଲ୍ କାମରେ ଫଶିଯିବେ । ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ନାଲି ରଙ୍ଗର ଗାଇକୁ ଖାଇବାକୁ ଦିଅନ୍ତୁ


ମିଥୁନ-


ଜୀବନ ସାଥୀଙ୍କ ସହିତ ସମୟ ବିତାଇବେ । ଅଫିସ୍ରେ ଆପଣଙ୍କ ପରାମର୍ଶକୁ ସମ୍ମାନ କରିବେ । କୈାଣସି କାମକୁ ମୂଳରୁ ଆରମ୍ଭ କରିବେ । ଆର୍ଥିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ । ଛାତ୍ର ଛାତ୍ରୀ ମାନେ ଗଠନ ମୂଳକ କାର‌୍ୟ୍ୟରୁ ପ୍ରଶଂସିତ ହୋଇ ପାରନ୍ତି । ରାଜନୀତିରେ ଲୋକ ସଂପର୍କ ବୃଦ୍ଧି ପାଇବ ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ


କର୍କଟ-


କର୍ମକ୍ଷେତ୍ର କିମ୍ବା ଘରୋଇ କ୍ଷେତ୍ରରେ ଅନ୍ୟମାନଙ୍କ ପ୍ରରୋଚନାରେ ଭୁଲ୍ ନିଷ୍ପତ୍ତି ନେଇପାରନ୍ତି। ଆଜି ପ୍ରତ୍ୟେକ କାମରେ କିଛି ନା କିଛି ସମସ୍ୟା ଲାଗି ରହିବ। ନିକଟ ସମ୍ପର୍କୀୟମାନଙ୍କ ଆଶ୍ୱାସନାମୂଳକ କଥାରେ ଅଶାନ୍ତ ମନରେ ସ୍ଥିରତା ଆସିପାରେ। ପ୍ରଶାସନିକ ସ୍ତରରେ କିମ୍ବା ବିବାଦୀୟ ଘଟଣାର ଅବସାନ ଘଟିବା ଆଶା ରହିଛି। ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨ ପ୍ରତିକାର – ଧଳା କପଡାରେ କିଛି ଅରୁଆ ଚାଉଳ ଓ ମିଶିରେ ମିଶାଇ ଜଳରେ ଭସାଇ ଦିଅନ୍ତୁ


ସିଂହ-


ଜୀବନ ସାଥିଙ୍କ ସହିତ ସମ୍ବନ୍ଧ ମଧୁର ରହିବ । ଛାତ୍ରଛାତ୍ରିଙ୍କର ପାଠ ପଢାରେ ମନ ଲାଗିବ । ରାଜନୈତିକ ସମର୍ଥନ ପାଇବେ । ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି । ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି । ସମ୍ପତିକୁ ନେଇ ଦୀର୍ଘଦିନର ଚିନ୍ତା ଦୂର ହେବ ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧ ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ


କନ୍ୟା-

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକାଂଶ ସମୟ ଅନ୍ୟମନସ୍କ ରହିବା କାରଣରୁ ପ୍ରକୃତ ଆନନ୍ଦକୁ ଉପଭୋଗ କରିପାରିବେ ନାହିଁ। ଆଲୋଚନା କାଳରେ ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖଦେବ। ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣାକୁ ଦୂରେଇନେବା ପାଇଁ ଚେଷ୍ଟାକରିବା ଭଲ। ସାହିତ୍ୟ, ସାମ୍ବାଦିକତା, ଗବେଷଣା ଓ ଅନୁସନ୍ଧାନ କ୍ଷେତ୍ରରୁ ସୁଫଳ ମିଳିବ। ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ


ତୁଳା-


ଜଣେ ଅପରଚିତ ବ୍ୟକ୍ତିଙ୍କର ସାହାର‌୍ୟ୍ୟ ସହଯୋଗ ପାଇ ଅସମ୍ପୂର୍ଣ୍ଣ କାମଟିକୁ ସମ୍ପୂର୍ଣ୍ଣ କରିପାରନ୍ତି । ପ୍ରେମିକ ପ୍ରେମିକା ମାନେ ବିଶ୍ୱାସ ଭାଜନ ହେବେ । ତିର୍ଥଯାତ୍ରାରେ ଦେବ ଦର୍ଶନ କରିପାରନ୍ତି । ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ । କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ । ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ପର୍ଶୁରାମଙ୍କର ପୂଜାର୍ଚ୍ଚନା କରନ୍ତୁ


ବିଛା-


ଭଲ ସମ୍ପର୍କ ନ ଥିବା ଲୋକଙ୍କ କପଟ କଥାରେ ପାରିବାରିକ ସମସ୍ୟା ସୃଷ୍ଟିହେବ। ବିରକ୍ତ ମନର ଅପ୍ରିୟ ସତ୍ୟ କଥା ସହକର୍ମୀଙ୍କ ମନରେ ଆଘାତ ସୃଷ୍ଟିକରିବ। କର୍ମକ୍ଷେତ୍ରରେ ଦୂରଦର୍ଶିତାପୂର୍ବକ କାର୍ଯ୍ୟ ସମ୍ପାଦନ ବନ୍ଧୁଗହଣରେ ପ୍ରଶଂସାର ଦ୍ୟୋତକ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପାରିବାରିକ ସ୍ଥିତି କେତେକାଂଶରେ ଭଲ ରହିବ। ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ


ଧନୁ-


ପରିବାର ଭିତରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମ ଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ । କୈାଣସି ଆତ୍ମୀୟଙ୍କ ନକାରତ୍ମକ ଚିନ୍ତାଧାରା ମନକୁ ସାମୟିକ ବିବ୍ରତ କରିପାରେ । ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ । ଛାତ୍ରଛାତ୍ରି ମାନେ ପଢାରେ ପ୍ରଂଶସିତ ହେବେ । ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ


ମକର-


ସମ୍ପର୍କକୁ କେନ୍ଦ୍ରକରି ମାନସିକ ଉତ୍ତେଜନା ସହ ଭାବପ୍ରବଣତା ବୃଦ୍ଧି ପାଇବ। ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ ଓ ସଭାସମିତିରେ କାମଗୁଡିକ ଶୃଙ୍ଖଳିତ ହେବ। ପଡ଼ୋଶୀମାନେ ଆପଣଙ୍କ କାର‌୍ୟ୍ୟଦକ୍ଷତାର ଭୂରି ଭୂରି ପ୍ରଶଂସା କରିପାରନ୍ତି। ଫେରନ୍ତା ବାଟରେ କୌଣସି ଅଜଣା ବ୍ୟକ୍ତିଙ୍କ ସହ ବିତର୍କର ସୂଚନା ରହିଛି। ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ


କୁମ୍ଭ-


ଘରକୁ ସଜାଇବାରେ ସମୟ କଟାଇବେ । ବନ୍ଧୁଙ୍କ ସହିତ ମିଶି କିଛି ନୂତନ ଯୋଜନ। କରି ପାରନ୍ତି । ନୂତନ ସ୍ଥାନ ପରିଭ୍ରମଣ କରି ପାରନ୍ତି । ବିଦ୍ୟାର୍ଥୀ ମାନଙ୍କ ପାଇଁ ଶୁଭ ଦାୟକ ରହିବ । ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କରିଲେ ଅପେକ୍ଷାକୃତ ସଫଳତା ପାଇ ପାରନ୍ତି ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ


ମୀନ-


କର୍ମକ୍ଷେତ୍ରରେ ସହକର୍ମୀ ବିରୁଦ୍ଧାଚରଣ କରିବା ସୂଚନା ପରୋକ୍ଷରେ ଅନୁଭବକରିବେ। ନୂତନ ପ୍ରକଳ୍ପ କାର୍ଯ୍ୟ, ପର୍ଯ୍ୟଟନ, ଶେୟାର ବଜାର ଦିଗରୁ ସୁଫଳ ପାଇବେ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, କଳା, ସଙ୍ଗୀତ, ଗବେଷଣା ଓ ଅନୁସନ୍ଧାନରେ ସଫଳତା ମିଳିବ। ଯାତ୍ରା ସମୟରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ସହ ମିତ୍ରତା ସୃଷ୍ଟି ହୋଇପାରେ। ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ବିଷ୍ଣୁଙ୍କ ପୂଜା, ପାଠ କରନ୍ତୁ

Sponsored
read-horocope-28-january | Argus News