Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...

Smruti Parija
Browse all articles by Smruti Parija
·1 year ago·1 min read
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...

Key Points

  • କାଶତଣ୍ଡି ଫୁଲେ ମହୀ ଦିଶଇ ଧବଳ
  • ସରୋବରେ ଫୁଟିଅଛି କୁମୁଦ କମଳ

ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯାଏ ଏହାର କମନୀୟ ସୁଷମା ଭିତରେ...କବି ଏହି ଶୁଭ୍ର ରେଶମୀ କାଶତଣ୍ଡିକୁ ନେଇ ରହିଛି ଏକ ସୁନ୍ଦର କାହାଣୀ। ଆସନ୍ତୁ ସେ ଗପ ଶୁଣିବା...

ଏକ ରାଜ୍ୟରେ ଗରିବ ଘରର କାଶତଣ୍ଡୀ ନାମରେ ଏକ ଝିଅଟି ରହିଥିଲା।ସର୍ବଦା ନଦୀ ପଠାରେ ବୁଲୁଥାଏ। ସୁନ୍ଧରୀ କାଶତଣ୍ଡୀର ସୈାନ୍ଦର୍ଯ୍ୟ ରେ ସେହି ରାଜ୍ୟର ରାଜକୁମାର । ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଧିରେ ଧିରେ ନିବିଡ ହେବାରେ ଲାଗିଲା। 

ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି । କହୁଛି ନିଜର ପ୍ରେମ କାହାଣୀ । ଆସୁଛନ୍ତି ମା’ ଜଗତ ଜନନୀ । ନଦୀ ପଠା ଗୁଡିକରେ କାଶତଣ୍ଡି ଫୁଲ ଧରାପୃଷ୍ଟକୁ ସଜେଇ ଦେଲାଣି । ପୁରୀ ଜିଲ୍ଲାର ଭାର୍ଗବୀ ନଦୀର ଘଟକୁଦୀ ନିକଟ ନଦୀ ପଠାର ଇଏ ହେଉଛି ଅପୂର୍ବ ଦୃଶ୍ୟ । ସର୍ବଦା ସବୁଜ ସୁନ୍ଦର ରଙ୍ଗରେ ଚହଟୁ ଥିବା ଧରିତ୍ରୀ ଶରତ ଋତୁରେ ଧଳା ଫର ଫର କାଶତଣ୍ଡି ଫୁଲର ଶାଢ଼ୀ ପିନ୍ଧି ସତେ ଯେପରି ଜଗତ ଜନନୀ ମା' ଦୁର୍ଗାଙ୍କ ଧରାବତରଣକୁ ସ୍ୱାଗତ କରୁଛି।

ମା’ଙ୍କ ଆଗମନରେ ପୁଲକିତ ଧରଣୀ ରାଣୀ । ଶସ୍ୟ ଶ୍ୟାମଳା ଧରଣୀରେ ନିଜ ପତିଆରା ବିସ୍ତାର କରି ନୀଳ ଆକାଶ ତଳେ ଖିଲିଖିଲି ହସୁଛି କାଶତଣ୍ଡୀ ଫୁଲ । ସୁନେଲି ସକାଳର ପହିଲି କିରଣ ତଳେ ଧଳା ପୋଷାକ ପିନ୍ଧି ହସୁଛି କାଶତଣ୍ଡି । ହାଲୁକା ହାଲୁକା ପବନର ଛୁଆଁରେ ଖିଲିଖିଲି ହୋଇ ହସି ଉଠୁଛି ପ୍ରକୃତିର ଏଇ ଅପୂର୍ବ ସୃଷ୍ଟି । କହିଯାଉଛି ପୃଥିବୀକୁ ପାର୍ବଣ ଆସିଛି... 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
read-love-story-of-kasatandi-flower | Argus News