Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚୁଟକିରେ ପଢ଼ନ୍ତୁ କିଛି ଖାସ ଖବର

Odisha

ଚୁଟକିରେ ପଢ଼ନ୍ତୁ କିଛି ଖାସ ଖବର

Ritu Das
Browse all articles by Ritu Das
·1 year ago·2 min read
ଚୁଟକିରେ ପଢ଼ନ୍ତୁ କିଛି ଖାସ ଖବର

1- ଚାଷୀଙ୍କ ଦମ୍ଭ ଭାଙ୍ଗି ଦେଲା ଅଦିନିଆ ବର୍ଷା...ଆଖି ସାମନାରେ ପାଣିରେ ଭାସୁଛି ବର୍ଷକର ପରିଶ୍ରମ...ହଜାର ହଜାର ହେକ୍ଟର ଚାଷ ଜମିରେ ଭିଜୁଛି ପାଚିଲା ଧାନ...ମଣ୍ଡିରେ ବି ଅବସ୍ଥା ବେହାଲ...ସାରାରାଜ୍ୟରୁ ଆସିଲା ଅନ୍ନଦାତାଙ୍କ ଦୁର୍ଦ୍ଦଶାର ଚିତ୍ର...
2- ଆଜି ଦିନିକିଆ ଗଞ୍ଜାମ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ... ଜିଲ୍ଲାର ତିନି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ ... କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ... ସ୍ବାଗତ ପାଇଁ ବ୍ୟାପକ ବ୍ୟବସ୍ଥା
3- ଭିଜିଲାନ୍ସ ଜାଲରେ କୋରାପୁଟ ବୋରିଗୁମ୍ମା ତହସିଲ ARI....ବୋରିଗୁମ୍ମା ତହସିଲ ARI ସୁରେନ୍ଦ୍ର ତନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍....ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ 8ଟି ସ୍ଥାନରେ ଚଢ଼ାଉ....ଅଫିସ୍‌, ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ଏକକାଳୀନ ରେଡ୍‌
4- ସର୍ଦ୍ଦାର ମାଡ଼ରେ ଲହୁଲୁହାଣ ଦାଦନ ଶ୍ରମିକ…ଦାଦନ ଖଟିଯିବାକୁ ମନା କରିବାରୁ ଅପହରଣ ପରେ ହତ୍ୟା ଉଦ୍ୟମ... ରାତିସାରା ଉଲଗ୍ନ କରି ନିସ୍ତୁକ ମାଡ଼ସହ ୧୦ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗ... କଣ୍ଟାବାଞ୍ଜିର ଦାଦନ ସର୍ଦ୍ଦାର ସୁରେଶ ରାଓଙ୍କ ନାଁରେ ଅଭିଯୋଗ... ସଙ୍କଟାପନ୍ନ ଅବସ୍ଥାରେ ଦାଦନଙ୍କୁ ଜଙ୍ଗଲରୁ ଉଦ୍ଧାର କଲା ପୋଲିସ
5- କେନ୍ଦ୍ର ସରକାରଙ୍କ ପଞ୍ଚଦଶ ଅର୍ଥ କମିଶନ ଓଡ଼ିଶା ପାଇଁ ୪୫୫ କୋଟି ଅର୍ଥ ମଞ୍ଜୁର କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷର ଦ୍ଵିତୀୟ କିସ୍ତିକୁ ମିଶାଇ ଏହି ଅର୍ଥ ପ୍ରଦାନ କରାଯାଇଛି। ଅର୍ଥ କମିଶନଙ୍କ ମଞ୍ଜୁର ଅର୍ଥ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ମଞ୍ଜୁର ଅର୍ଥ ୩୦ ଜିଲ୍ଲାର ୩୧୪ ବ୍ଲକର ୬୭୯୪ ପଞ୍ଚାୟତରେ ଖର୍ଚ୍ଚ ହେବ
6- ଗାଜା ଉପରେ ଇସ୍ରାଏଲର ପୁଣି ଆକ୍ରମଣ ... ୧୦ଜଣଙ୍କର ମୃତ୍ୟୁ ସହ ୨୦ ଜଣ ଆହତ ସୂଚନା … ଗାଜାର ଏକ ବିଲଡିଂକୁ ଟାର୍ଗେଟ କରି ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ୍ … ଧ୍ବସ୍ତ ହୋଇଛି ପୂରା ଘର ... ଆଉ କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କା ... ଯୁଦ୍ଧକାଳୀନଭିତ୍ତିରେ ଉଦ୍ଧାର କାମ ଜାରି ...
7- ଜମ୍ମୁ କାଶ୍ମୀରର ଅଞ୍ଜି ଖଡ୍ ବ୍ରିଜରେ ଗଡ଼ିଲା ପ୍ରଥମ ଇଲେକ୍ଟ୍ରି ରେଳ ଇଞ୍ଜିନ୍ … ଏକ ନମ୍ବର ଟନେଲ୍ ଦେଇ ଗଡ଼ିଛି ରେଳ ଇଞ୍ଜିନ୍ … ଟ୍ବିଟ୍ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
8- ୨ ଦିନର ତୁହାକୁ ତୁହା ବର୍ଷା ପରେ ଆଜି ଆସିପାରେ ପାଗରେ ସୁଧାର … ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ପୁଣି ୨୮ରୁ ବର୍ଷା ଆଶଙ୍କା … ସାରା ରାଜ୍ୟରେ ଅଦିନିଆ ବର୍ଷାରେ ଅସ୍ତବ୍ୟସ୍ତ ଲୋକେ … ରାଜ୍ୟରେ ଅନେକ ସ୍ଥାନରେ ଲାଗି ରହିବ ହାଲୁକାର ମଧ୍ୟମ ଧରଣର ବର୍ଷା । ଗୋଟିଏ ୨ଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଓ କାଲି ସାରା ରାଜ୍ୟରେ କୋହଲା ରହିବ ପାଗ
9- ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବଡ଼ ଘୋଷଣା......ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ୨ କୋଟି ଟଙ୍କାର ଆର୍ଥିକ ସହାୟତା ଦେବେ ସେ ଏବଂ ‘ପୁଷ୍ପା’ ଫିଲ୍ମ ନିର୍ମାତା
10- ମେଲବର୍ଣ୍ଣରେ ମୁହାଁମୁହିଁ ଭାରତ-ଅଷ୍ଟ୍ରେଲିଆ । ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ବକ୍ସିଂ ଡେ ମ୍ୟାଚ୍ ଆରମ୍ଭ ହୋଇଛି....ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ । ମେଲବର୍ଣ୍ଣରେ ରୋହିତ ଶର୍ମା ଓପନିଂ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ କେ ଏଲ ରାହୁଲ ତୃତୀୟ ସ୍ଥାନରେ ବ୍ୟାଟିଂ କରିପାରନ୍ତି। ସିରିଜରେ ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବା ବେଳେ ତୃତୀୟ ଟେଷ୍ଟ ଡ୍ର ରହିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
read-some-exclusive-news-at-a-glance | Argus News