Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚୁଟକିରେ ପଢ଼ନ୍ତୁ ଦିନର ୧୦ ବଡ଼ ହେଡଲାଇନ୍ସ

Odisha

ଚୁଟକିରେ ପଢ଼ନ୍ତୁ ଦିନର ୧୦ ବଡ଼ ହେଡଲାଇନ୍ସ

Ritu Das
Browse all articles by Ritu Das
·1 year ago·2 min read
ଚୁଟକିରେ ପଢ଼ନ୍ତୁ ଦିନର ୧୦ ବଡ଼ ହେଡଲାଇନ୍ସ

୧- ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପୁଣି କ୍ରାଇମବ୍ରାଞ୍ଚର ତନାଘନା … ପୁଅ ବିଶାଳ ଓ ଝିଅ ଦୀପାଳି ଦାସଙ୍କୁ ନୋଟିସ … ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ହେବାକୁ ରହିଛି ନିର୍ଦ୍ଦେଶ ...
୨- RTI ତଥ୍ୟରୁ ସମ୍ନାକୁ ଆସିଲା ଆଉ ଏକ ସାଙ୍ଘାତିକ କାରନାମା....KIIT ଓ KISS କୁ ମିଳିନି ଫାୟାର ସେଫ୍ଟି ସାର୍ଟିଫିକେଟ ... ଅଗ୍ନି ନିରାପତ୍ତା ସାର୍ଟିଫିକେଟ ବିନା କେମିତି ଚାଲିଛି ଅନୁଷ୍ଠାନ ଉଠିଲା ପ୍ରଶ୍ନ... କାଠଗଡ଼ାରେ ଅଚ୍ୟୁତ ସାମନ୍ତ
୩- ଆଜି ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ... ଉଦଳାରେ ବାଥୁଡି ସମାଜର ବାର୍ଷିକ ଉତ୍ସବରେ ହେବେ ସାମିଲ .. .ଅପରାହ୍ନରେ ମା କିଚେକେଶ୍ବରୀଙ୍କ କରିବେ ଦର୍ଶନ ... ଯଶିପୁରରେ ରାତ୍ରି ରହଣୀ ସହ ଆସନ୍ତାକାଲି କେନ୍ଦୁଝର ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ..
୪- ଚିରସ୍ରୋତା ମହାନଦୀ ସହ ବାଙ୍କି ଅଞ୍ଚଳର ସୌନ୍ଦର୍ଯ୍ୟରେ ବିମୋହିତ ବିଦେଶୀ ପର୍ଯ୍ୟଟକ… ଫୁଲବାଣୀରୁ ଭୁବନେଶ୍ବର ଫେରିବା ବାଟରେ ଗୁଗୁଲରୁ ସର୍ଚ୍ଚ କରି ମାଆ ଚର୍ଚ୍ଚିକାଙ୍କ ମନ୍ଦୀରରେ କଲେ ଦର୍ଶନ..
୫- ଯାଜପୁର ପଙ୍କପାଳ ବ୍ରାହ୍ମଣୀ ଘାଟରୁ ଚାଲିଛି ବେଧଡକ ବାଲି ଲୁଟ୍ … ପ୍ରଶାସନ, ପୋଲିସ ଓ ଜିଲ୍ଲା ଖଣି ବିଭାଗ କିଛି ନଜାଣିବା ପରି ବସିଛନ୍ତି ଚୁପ୍ … ସବୁ ନିୟମର ଧଜ୍ଜିୟା ଉଡାଇ ଦିନ ବେଳା ହେଉଛି ଶହ ଶହ ଟ୍ରକ୍ ବାଲି ଚାଲାଣ … ନଦୀ ପଠାରୁ ବାଲି ଉଠାଇ କରୁଛନ୍ତି ପରିବେଶ ନିୟମର ଖୋଲାଖୋଲି ଉଲଂଘନ …
୬- ବରଫ ଝଡ଼ ସାଜିଲା କାଳ….୩୩ ଜଣ ଉଦ୍ଧାର ପରେ ବି ବଦ୍ରିନାଥ ପାଖରେ ଫସିଛନ୍ତି ୨୨ ଶ୍ରମିକ….. ସେନା ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି…ଆଜି ଚମେଲି ସମେତ ୩ ଜିଲ୍ଲାର ପ୍ରବଳ ତୁଷାରପାତ ନେଇ ରେଡ୍ ଆଲର୍ଟ....
୭- ମେ’ ୫ରୁ ବନ୍ଦ ହୋଇଯିବ ଭିଡିଓ କଲିଂ ପ୍ଲାଟଫର୍ମ Skype, ୨୨ ବର୍ଷ ପୂର୍ବେ ହୋଇଥିଲା ଆରମ୍ଭ
୮- ଯୁଦ୍ଧକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ଆରପାର୍…ଯୁଦ୍ଧବନ୍ଦ ନକରି ବିଶ୍ବକୁ ତୃତୀୟ ବିଶ୍ବଯୁଦ୍ଧମୁହାଁ କରୁଥିବା କହି ୟୁକ୍ରେନକୁ ଆମେରିକାର ଟାର୍ଗେଟ….ବିନା ସୁରକ୍ଷା ଗ୍ୟାରେଣ୍ଟିରେ ଯୁଦ୍ଧବିରାମର ପ୍ରଶ୍ନ ଉଠୁନି କହିଲେ ପ୍ରେସିଡେଣ୍ଟ ଜେଲେନସ୍କି….
୯- ଗ୍ରୁପ ବିର ପ୍ରଥମ ଟିମ ଭାବେ ଚମ୍ପିଅନସ ଟ୍ରଫି ସେମିଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ... ବର୍ଷା ଧୋଇନେଲା ଅଷ୍ଟ୍ରେଲିଆ- ଆଫଗାନିସ୍ତାନ ଲାହୋର ଦିନିକିଆ… ଗୋଟିଏ ମ୍ୟାଚ ଜିତି ବି ସେମିଫାଇନଲରେ ଅଷ୍ଟ୍ରେଲିଆର ଏଣ୍ଟ୍ରି… ଅନ୍ୟପଟେ ଆଫଗାନିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାହାର ହେବା ଦ୍ୱାର ଦେଶରେ ପହଞ୍ଚିଛି
୧୦- କିଆରା-ସିଦ୍ଧାର୍ଥଙ୍କ ଘରକୁ ଆସିବାକୁ ଯାଉଛି କୁନି ଅତିଥି......ପୋଷ୍ଟରେ କ୍ୟାପସନରେ ସିଡ-କିଆରା ଲେଖିଛନ୍ତି “ଆମ ଜୀବନର ସବୁଠାରୁ ବଡ଼ ଉପହାର ଶୀଘ୍ର ଆସୁଛି।”

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Read the 10 biggest headlines of the day in a nutshell | Argus News