ଚୁଟକିରେ ପଢ଼ନ୍ତୁ ୧୦ ବଡ଼ ଖବର ସଂକ୍ଷେପରେ...

୧- ସମ୍ବଲପୁରରେ ଗୋ-ମାଫିଆଙ୍କୁ ପୋଲିସର ଏନକାଉଣ୍ଟର… ଗୋ-ଚାଲାଣକାରୀଙ୍କ ପୋଲିସ ଉପରକୁ ତିନି ରାଉଣ୍ଡ ଗୁଳିମାଡ଼… ପୋଲିସର ପାଲଟା ଆକ୍ରମଣରେ ୨ ଗୋ-ମାଫିଆ ଆହତ... ଘଟଣାସ୍ଥଳରୁ ୪ଟି ଖୋକା, ଦୁଇଟି ଦେଶୀ ପିସ୍ତଲ ଓ ଗୋଟିଏ କାର ଜବତ… ଗୋରୁ ଚାଲାଣ ହେଉଥିବା ଗାଡିକୁ ଏସକର୍ଟ କରି ନେଉଥିଲେ ଗୋ-ମାଫିଆ
୨- ନୂଆ ମୁହାଣ ଖୋଳିବାକୁ ନେଇ ଗଞ୍ଜାମର ରାମେୟାପାଟଣା ଏବଂ କତୁରୁ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ.... ଦୁଇ ଗାଁର ୪୦ଜଣଙ୍କୁ ଗିରଫ କଲା ପୋଲିସ.....163 ଧାରା ଲାଗୁ ସହ ଗାଁରେ 3 ପ୍ଲାଟୁନ୍ ଫୋର୍ସ ମୁତୟନ .... ଗତକାଲି ଗୋଷ୍ଠୀ ସଂଘର୍ଷରେ ଆହତ ହୋଇଥିଲେ ୫ଜଣ ...
୩- ବିଜେଡି ନେତା ରାଜା ଚକ୍ରର ଫିଟୁଛି ଗୁମର… ଟେନସାର ତନ୍ତରା ଆଇରନ୍ ମାଇନ୍ସରେ ଲିଙ୍କ୍ ଥିବା ସୂଚନା… ଖଣିରେ ଲାଗିଛି ୧୦ରୁ ଅଧିକ ହାଇଓ୍ବା ଓ ମେସିନ୍… ପୂର୍ବରୁ କୋଇଡାର ଏକ ଖଣିରେ ଚଢଉ ପରେ ୧୦ଟି ଗାଡି ଜବତ କରିଥିଲା EOW...
୪- ଆଜି ରାଜ୍ୟର ସବୁ ଜିଲ୍ଲାରେ ଅନୁଷ୍ଠିତ ହେବ ଲକ୍ଷପତି ଦିଦି କର୍ମଶାଳା... ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା...ଲକ୍ଷପତି ଦିଦି କାର୍ଯ୍ୟକ୍ରମକୁ ମିଶନ ମୋଡ଼ରେ ନେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ଦ୍ଦେଶ...
୫- ଦୀର୍ଘ ୧୬ ବର୍ଷ ପରେ ଆଜି ପଡ଼ୁଛି ବିରଳ ଗୋବିନ୍ଦ ଦ୍ୱାଦଶୀ ବୁଡ଼... ମହୋଦଧିରେ ଏକାଠି ହେଲେ ଶତାଧିକ ସେବାୟତ, ସାଧୁସନ୍ଥ, ମଠ ମହନ୍ତଙ୍କ ସହିତ ଶ୍ରଦ୍ଧାଳୁ .... ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ..
୬- ଦୁଇ ଦିନିଆ ମରିସସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି… ଆସନ୍ତାକାଲି ମରିସସରର ଜାତୀୟ ଦିବସର ମୁଖ୍ୟ ଅତିଥିଭାବେ ଯୋଗଦେବେ …. ବିମାନବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ .. ମୋଦିଙ୍କୁ ସ୍ବାଗତ ପାଇଁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଉତ୍କଣ୍ଠା …
୭- ମାର୍ଚ୍ଚ ୧୬ରେ ପୃଥିବୀକୁ ଫେରିପାରନ୍ତି ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବ୍ୟାରୀ ୱିଲମୋର... ୯ ମାସ ଧରି ମହାକାଶରେ ଫସିଛନ୍ତି ଉଭୟେ.... ପ୍ରସ୍ତୁତି ଶେଷ ପରେ ସ୍ପେସଏକ୍ସ ଡ୍ରାଗନରେ ଫେରିବା ନେଇ ବିବୃତ୍ତି ଜାରି କଲା ନାସା...ମାର୍ଚ୍ଚ ୧୨ରେ ମହାକାଶକୁ ଯିବେ ୪ ମହାକାଶଚାରୀ...
୮- ରାଜ୍ୟରେ କଲବଲ କରୁଛି ଡହ ଡହ ଖରା...୧୩ ଓ ୧୪ ତାରିଖ ପାଇଁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କଲା ପାଣିପାଗ ବିଭାଗ... ତାତିରେ ଜଳିବ ପଶ୍ଚିମ ସମେତ ଆଭ୍ୟନ୍ତରୀଣ ଓଡ଼ିଶା... ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ସହ ୪୦ ଡିଗ୍ରୀ ତାପମାତ୍ରା ଅତିକ୍ରମ କରିବା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର...
୯- ଆଇପିଏଲରେ ତମାଖୁ, ମଦ୍ୟପାନ ବିଜ୍ଞାପନ ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଦେଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ.....ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ହୋମ ଏବଂ ଆୱେ ଫର୍ମାଟରେ ଖେଳାଯିବ, ଯାହା ପାଇଁ ସମସ୍ତ ଦଳ ନିଜ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି।
୧୦- ସୁଟିଂ ସେଟରେ ଆହତ ହେଲେ ବଲିଉଡ ଅଭିନେତା ହ୍ରିତିକ ରୋଶନ...ଆହତ କାରଣରୁ ଓ୍ବାର-୨ ମୁଭିର ରିଲିଜ ଡେଟ ଘୁଞ୍ଚିଲା.....ହ୍ରିତିକଙ୍କ ସହ ଏହି ମୁଭିରେ ଦର୍ଶକ ଟଲିଉଡର ସୁପରଷ୍ଟାର ଜୁନିୟର NTRଙ୍କୁ ଦେଖିପାରିବେ