ଚୁଟ୍କିରେ ପଢ଼ନ୍ତୁ ୧୦ ହଟ୍କେ ମୁଖ୍ୟ ଖବର ସଂକ୍ଷେପରେ...

୧- ମହାଶିବରାତ୍ରିରେ ଶ୍ରୀଲିଙ୍ଗରାଜଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼... ମୁଖ୍ୟ ପ୍ରବେଶ ଦ୍ବାର ସିଂହଦ୍ବାର ନିକଟରେ ଠେଲାପେଲା ପରିସ୍ଥିତି... ଦୁଇ ମହିଳା ଭକ୍ତ ଆହତ...
୨- ପବିତ୍ର ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଶୈବପୀଠ... ମହାଦେବଙ୍କ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼... ଲିଙ୍ଗରାଜରେ ରାତି 10ଟା, ଲୋକନାଥରେ ରାତି 3ଟାରେ ଉଠିବ ଦୀପ... `X'ରେ ପୋଷ୍ଟ କରି ଜାଗରର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ..
୩- ଆଜି ସରୁଛି ପ୍ରୟାଗରାଜର ମହାକୁମ୍ଭ ମେଳା..ଦୀର୍ଘ ୪୫ ଦିନ ଧରି ଆସ୍ଥା, ଭକ୍ତି ଓ ଆଧ୍ୟାତ୍ମିକତାର ସ୍ନାନରେ ଫାଟି ପଡୁଥିଲା ତ୍ରିବେଣୀ ଘାଟ...ଅନ୍ତିମ ଦିନରେ ବୁଡ଼ ପକାଇଛନ୍ତି ୨୫ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ... ସ୍ନାନ, ଜଳାଭିଷେକ ଏବଂ ପୂଜା ପାଇଁ ପ୍ରମୁଖ ମନ୍ଦିରରେ ବିଶେଷ ବ୍ୟବସ୍ଥା...
୪- ବର୍ଷକୁ 2ଥର ହେବ CBSE ମାଟ୍ରିକ ପରୀକ୍ଷା...2026 ମସିହାରୁ ଲାଗୁ...ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପେବ୍ରୁଆରୀ 17ରୁ ଆରମ୍ଭ ହୋଇ ମାର୍ଚ୍ଚ 6 ଯାଏଁ ଚାଲିବ...ଦ୍ବିତୀୟ ପରୀକ୍ଷା ପ୍ରତିବର୍ଷ ମେ 5ରୁ 20....
୫- ନୂଆପଡ଼ାରେ ଫେଲ୍ ମାରିଛି ବିଜୁ କୃଷକ ବିକାଶ ଯୋଜନା... ଚାଷୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଠକି ଦେଇଗଲା ଗତ ବିଜେଡି ସରକାର... ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳରେ ଗଭୀର ନୂଳକୂପ ପାଲଟିଛି ସ୍ବପ୍ନ... ବୋରୱେଲରେ ମୋଟର ଲାଗିଲାନି କି ବିଦ୍ୟୁତ୍ ସଂଯୋଗ ନାହିଁ... 5 ବର୍ଷ ହେଲା ଅର୍ଥ ଜମା କରି ଜଳସେଚନ ଅପେକ୍ଷାରେ ଚାଷୀ...
୬- ଯୁବତୀଙ୍କୁ ଗଳାକାଟି ହତ୍ୟା ଘଟଣା....ପୋଲିସକୁ ଦେଖି ଭୟରେ ବିଷ ଖାଇଦେଲା ଅଭିଯୁକ୍ତ.....ସୋର ଲିଙ୍ଗପଡ଼ାରେ ଏକତରଫା ପ୍ରେମରୁ ଯୁବତୀଙ୍କ ଗଳାକଟି ହତ୍ୟା କରିଥିଲା ଅଭିଯୁକ୍ତ। ହତ୍ୟାକାଣ୍ଡ ଭିଆଇବାର ୩ ଦିନ ପରେ ଫେରାର ଯୁବକ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ପୋଲିସ।
୭- ଗେଲପୁରରେ ପୋଲରୁ ଖସିଲା ଦୁଇଟି ଟ୍ରକ୍। ଏହି ଦୁଇଟି ଟ୍ରକ୍ ତଳକୁ ଖସିବାରୁ ୩ ଜଣ ଗୁରୁତର ଅଛନ୍ତି.....ଏହି ତିନିଜଣ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନଏଚ୍ ୧୬ ଆରଡି ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି
୮- ତେଲେଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲ୍ଲାରେ ଏକ ସୁଡ଼ଙ୍ଗର ଭୁଶୁଡ଼ି ପଡ଼ିଥିବା ଅଂଶରେ ଫସି ରହିଥିବା ୮ ଜଣଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଏବେ ପଞ୍ଚମ ଦିନରେ ପହଞ୍ଚିଛି....ଦୁର୍ଘଟଣାସ୍ଥଳରେ ପଙ୍କ ଓ କାଦୁଅର ପରିମାଣ ବୃଦ୍ଧି ପାଉଥିବାରୁ ବିଶେଷଜ୍ଞମାନେ ଅସ୍ଥାୟୀ ଭାବେ ଖନନ କାର୍ଯ୍ୟ ବନ୍ଦ କରିଦେଇଛନ୍ତି।
୯- ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା.....ରିକ୍ଚର ସ୍କେଲରେ ତୀବ୍ରତା 6.1 ରେକର୍ଡ କରାଯାଇଛି.....ଆଜି ସକାଳ 6ଟା 55 ମିନିଟରେ ଏହି ଭୂକମ୍ପ ହୋଇଛି.....ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ସାମ୍ନାକୁ ଆସିପାରି ନାହିଁ ।
୧୦- ବଲିଉଡରୁ ଆସିଛି ଆଉ ଏକ ଛାଡ଼ପତ୍ର ଖବର... ଦୀର୍ଘ ୩୭ ବର୍ଷ ପରେ ପତ୍ନୀ ସୁନୀତା ଆହୁଜାଙ୍କଠାରୁ ଅଲଗା ହେବେ ସୁପରଷ୍ଟାର ଗୋବିନ୍ଦା
