Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚୁଟ୍‌କିରେ ପଢ଼ିନିଅନ୍ତୁ ଦିନର ୧୦ ବଡ଼ ଖବର

Odisha

ଚୁଟ୍‌କିରେ ପଢ଼ିନିଅନ୍ତୁ ଦିନର ୧୦ ବଡ଼ ଖବର

Ritu Das
Browse all articles by Ritu Das
·1 year ago·2 min read
ଚୁଟ୍‌କିରେ ପଢ଼ିନିଅନ୍ତୁ ଦିନର ୧୦ ବଡ଼ ଖବର

୧- ଜଗନ୍ନାଥଙ୍କ ଆଦ୍ୟପୀଠକୁ ଆସୁଛନ୍ତି ମହାମହିମ...ଆଜି ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...କଣ୍ଟିଲୋ ନୀଳମାଧବଙ୍କ କରିବେ ଦର୍ଶନ...ବିଶ୍ୱାବସୁ ପୀଠ କାଳିଆ ପଲ୍ଲୀଠାରେ ସାଧାରଣ ସଭାରେ ଯୋଗ ଦେବେ....କଡାକଡି ସୁରକ୍ଷା ବ୍ୟବସ୍ଥା...
୨- ଛତିଶଗଡ଼ ବିଜାପୁରରେ ଶକ୍ତିଶାଳୀ ied ବିସ୍ପୋରଣ … ଅଳ୍ପକେ ବର୍ତିଲା ଯବାନଙ୍କ ପିକ ଅପ୍ ଭ୍ୟାନ … ବିଜାପୁର ଗୋର୍ଲା ନାଳ ନିକଟରେ ବିସ୍ପୋରଣ … ଗାଡ଼ି ଚାଳକଙ୍କ ସମେତ ଜଣେ ଯବାନ ଆହତ ... କୁମ୍ବିଂ ଅପରେସନ ସାରି ଫେରୁଥିବାବେଳେ ବିସ୍ପୋରଣ କରିଥିଲେ ମାଓବାଦୀ
୩- ବଢୁଛି ଖରା, ବଢୁଛି ଜଳ କଷ୍ଟ ... ଶୁଖିଯାଉଛି ତଣ୍ଟି, ମେଣ୍ଟୁନି ଶୋଷ … ଅବିଭକ୍ତ କୋରାପୁଟରେ ପାଣି ପାଇଁ ସଂଘର୍ଷ … ପାନୀୟ ଜଳ ଲାଗି ଘାଣ୍ଟି ହେଉଛି ବଣ୍ଡା ଘାଟି … କାମରେ ଆସୁନି ବସୁଧା ଟାଙ୍କି, ଚୂଆ-ନଦୀ ଭରସା ...
୪-କମେଡିଆନ୍ କୁନାଲ କାମ୍ରାଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ … ମୁମ୍ବାଇରେ ତାତିଲେ ଶିବସେନା କର୍ମୀ … କାମ୍ରା ରହୁଥିବା ହୋଟେଲରେ ଶିବସେନା କର୍ମୀଙ୍କ ଭଙ୍ଗାରୁଜା … କାମ୍ରାଙ୍କୁ ଗିରଫ କରିବା ପାଇଁ ଖର ପୋଲିସ ଷ୍ଟେସନରେ ଏତଲା ... ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ଦେଇଥିଲେ ଟିପ୍ପଣୀ ...
୫- ଏପ୍ରିଲ ୨୮ରେ କାନାଡାରେ ନିର୍ବାଚନ … ସଶକ୍ତ ସରକାର ଗଠନ ପାଇଁ ଆଗୁଆ ନିର୍ବାଚନ ଘୋଷଣା କଲେ କାନାଡା ପ୍ରଧାନମନ୍ତ୍ରୀ … ଲିବେରାଲ ପାର୍ଟି ଓ କଞ୍ଜରଭେଟିଭ୍ ପାର୍ଟି ମଧ୍ୟରେ ହେବ ଟକ୍କର … ମାର୍ଚ୍ଚ ୧୪ରେ ମାର୍କ କାର୍ଣ୍ଣି କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ନେଇଥିଲେ ଶପଥ
୬- ଗଜପତି ଜିଲ୍ଲା ରାମଗିରିରେ ଅଭାବନୀୟ ଘଟଣା ... ବିଷାକ୍ତ ଛତୁଆ ଖାଇ ୨ ଭଉଣୀଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଅଛନ୍ତି…. ଗୁରୁତର ବାପା ଓ ଝିଅଙ୍କୁ ପାରଳାଖେମୁଣ୍ଡିରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଅଙ୍ଗନବାଡ଼ିରୁ ମିଳିଥିବା ଛତୁଆ ଖାଇଥିବା ଅଭିଯୋଗ
୭- ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ୮ ବର୍ଷ ପୂର୍ତ୍ତି … … ଦୁର୍ନୀତି, ମାଫିଆ ରାଜ, ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା …...ଯୁବପିଢିଙ୍କୁ ନିଯୁକ୍ତି, ମହିଳାଙ୍କ ସଶକ୍ତିକରଣ ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୁରୁତ୍ବ … ରାମ ମନ୍ଦିର ନିର୍ମାଣଠାରୁ କାଶୀ କରିଡର ପର୍ଯ୍ୟନ୍ତ ଲୋକଙ୍କୁ ଦେଉଛି ବିକାଶର ବାର୍ତ୍ତା ...
୮- ଲେହ ଲଦାଖ ଅଞ୍ଚଳରେ ସୋମବାର ସକାଳୁ ସକାଳୁ ୩.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି.....ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନସିଏସ) ଅନୁଯାୟୀ, ଏହି ଭୂକମ୍ପ ଆଜି ଭୋର ୪:୩୨ରେ ହୋଇଥିଲା....ଭୂକମ୍ପରେ ବିଶେଷ କିଛି କ୍ଷୟକ୍ଷତି ଘଟି ନ ଥିବା ସୂଚନା ମିଳିଛି
୯- ଆଜି ଦିଲ୍ଲୀ କ୍ୟାପିଟାଲ୍‌ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମୁହାଁମୁହିଁ...ଅକ୍ଷର ପଟେଲ ଓ ଋଷଭ ପନ୍ତ ନେତୃତ୍ବରେ ଖେଳାଯିବ ମ୍ୟାଚ୍....ସେପଟେ ଗତକାଲି ପ୍ରଥମ ମ୍ୟାଚରେ ରାଜସ୍ଥାନକୁ ହରାଇ ହାଇଦ୍ରାବାଦ ବିଜୟ...ଦ୍ବିତୀୟ ମ୍ୟାଚରେ ମୁମ୍ବାଇକୁ ହରାଇଲା ଚେନ୍ନାଇ...
୧୦- ବଲିଉଡର ବରିଷ୍ଠ ଅଭିନେତା ଅମିତାଭ ବଚନଙ୍କ ସହ ବ୍ଲାକ ମୁଭିରେ ରାଣୀ ମୁଖାର୍ଜୀଙ୍କ ୟଙ୍ଗ ରୋଲ ପ୍ଲେ କରିଥିବା ଆୟେଶା କପୁର ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
read-the-top-10-news-stories | Argus News