ଚୁଟକିରେ ପଢ଼ନ୍ତୁ ଦେଶ ଦୁନିଆର ୧୦ ବଡ଼ ଖବର

୧- ପ୍ରାୟ ଦୁଇ ଦଶନ୍ଧି ପରେ ବିଧାନସଭା ଇତିହାସରେ ଯୋଡି ହେଲା ନୂଆ ଫର୍ଦ୍ଦ … ଅହୋରାତ୍ର ବିଧାନସଭାରେ ସରଗରମ ଆଲୋଚନା … ସାଢେ ୧୨ଘଣ୍ଟାର ଆଲୋଚନା ପରେ ଭୋର ୪ଟା ୨୯ରେ ପାରିତ ହେଲା ବିଶ୍ବ ବିଦ୍ୟାଳୟ ସଂଶୋଧନ ବିଲ୍ .... ଗୃହରେ ଶେଷ ଯାଏଁ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ …
୨- ଶେଷ ହେଲା ବିଧାନସଭାର ବଜେଟ୍ ଅଧିବେଶନ ... ତିନିଟି କାର୍ଯ୍ୟଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି … ଚଳିତ ଅଧିବେଶନରେ ବିଶୃଙ୍ଖଳିତ ଆଚରଣ ପାଇଁ ପ୍ରଥମଥର ପାଇଁ ଗୃହରୁ ନିଲମ୍ବିତ ହୋଇଥିଲେ ସମସ୍ତ କଂଗ୍ରେସ ବିଧାୟକ …
୩- ସମ୍ବଲପୁର ଗସ୍ତରେ ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ... ସମଲେଶ୍ବରୀ ମନ୍ଦିର କଲେ ଦର୍ଶନ... ହନୁମାନ ଜୟନ୍ତୀ କାର୍ଯ୍ୟକ୍ରମରେ ଆଇନ ଶୃଙ୍ଖଳା ପରିସ୍ଥିତିର କରିବେ ସମୀକ୍ଷା... ଉତ୍ତରାଞ୍ଚଳ ରେଞ୍ଜ ଅଧିନରେ ଯୋଗ୍ୟ ବିବେଚିତ ପୋଲିସ କର୍ମଚାରୀଙ୍କୁ କରିବେ ସମ୍ମାନିତ...
୪- ଜାତୀୟ ତଥା ବିଶ୍ବସ୍ତରରେ ରାଜ୍ୟକୁ ଅନନ୍ୟ ପରିଚୟ ଦେଇଛି ଓଡ଼ିଶା ହସ୍ତତନ୍ତ... ରାଜ୍ୟର ଅର୍ଥନୀତି ପାଇଁ ବୁଷ୍ଟର ଡୋଜ୍ ଭଳି କରୁଛି କାମ...ଓଡ଼ିଶା ହସ୍ତତନ୍ତକୁ ବିଶ୍ବ ବଜାରରେ ଆହୁରି ପରିଚିତ କରାଇବାକୁ ସରକାରଙ୍କ ନିଆରା ପ୍ରୟାସ... ଓଡ଼ିଆ ପକ୍ଷରେ ପାରମ୍ପରିକ ପୋଷାକ ପରିଧାନ କରିବାକୁ ଆହ୍ୱାନ...
୫- ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି...ଥାଇଲାଣ୍ଡରେ ବିମଷ୍ଟେକ୍ ସମ୍ମିଳନୀରେ ଦେବେ ଯୋଗ... ପରେ ଶ୍ରୀଲଙ୍କା ଗସ୍ତ କାର୍ଯ୍ୟକ୍ରମ...ପୂର୍ବ ବନ୍ଦରଗାହ ତ୍ରିକୋମାଲିରେ ସାମପୁର୍ ସୋଲାର୍ ପାୱାର୍ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟର ହେବ ଆରମ୍ଭ.. ଏ ନେଇ ପୂର୍ବରୁ ହୋଇଥିଲା ଏମଓୟୁ...
୬- ଲୋକସଭାରେ ପାରିତ ହେଲା ୱାକଫ୍ ସଂଶୋଧନ ବିଧେୟକ...ବିଲ୍ ସପକ୍ଷରେ ପଡ଼ିଲା 288 ଭୋଟ୍...ବିପକ୍ଷରେ 232 ଭୋଟ୍...12 ଘଣ୍ଟାରୁ ଅଧିକ ସମୟର ଆଲୋଚନାରେ ମୋଦି ସରକାର ରଖିଲେ କଡ଼ା ଆଭିମୁଖ୍ୟ...
୭- ଗୁଜରାଟରେ ବାୟୁସେନା ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି.... ସମଗ୍ର ଅଞ୍ଚଳରେ ଖେଳିଗଲା ନିଆଁ.....ଏହି ଦୁର୍ଘଟଣା ସୁବରଡ଼ା ଗାଁ’ରେ ନିକଟରେ ଘଟିଛି। ଯେଉଁଠାରେ ଜାଗୁଆର ବିମାନ ଛିନଛତ୍ର ହୋଇ ସମଗ୍ର ଅଞ୍ଚଳରେ ପଡିଛି
୮- ରେସିପ୍ରୋକାଲ୍ ଟାରିଫକୁ ନେଇ ବଡ଼ ଘୋଷଣା କଲେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍...ଭାରତ ଉପରେ ଲଗାଇଲେ 26 ପ୍ରତିଶତ ଟାରିଫ୍...କହିଲେ ଏବେ ସମୃଦ୍ଧ ହେବାର ସମୟ ଆସିଛି...ପୁଣି ଆମେରିକାକୁ କରିବା ମହାନ, ପୁଣି ଫେରିବେ କମ୍ପାନୀ ଓ ଚାକିରି, ...ଭାରତ, ମେକ୍ସିକୋ, ଭିଏତନାମ ଭଳି ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହେବା ଆଶଙ୍କା...
୯- ଗୁଜୁରାଟ ଟାଇଟାନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ୱିକେଟରେ ପରାସ୍ତ କରିଛି। ଆଇପିଏଲ ୨୦୨୫ରେ, ଆରସିବି ପ୍ରଥମ ଥର ପାଇଁ ତାର ଘରୋଇ ଗ୍ରାଉଣ୍ଡ ଅର୍ଥାତ୍ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳୁଥିଲା, କିନ୍ତୁ ସେଠାରେ ନିରାଶାର ସମ୍ମୁଖୀନ ହେବାକୁ ପଡିଛି।
୧୦- ଛାଡ଼ପତ୍ର ଚର୍ଚ୍ଚା ଭିତରେ ଭାଇରାଲ୍ ହେଲା ଅଭିଷେକ-ଐଶ୍ବର୍ଯ୍ୟାଙ୍କ ଡ୍ୟାନ୍ସ ଭିଡିଓ.....ଏହି ଭିଡିଓ ଦେଖିବାପରେ ଫ୍ୟାନ୍ସମାନେ ଆଶ୍ବସ୍ତି ଅନୁଭବ କରିଛନ୍ତି...ଯାହାହେଉ ଏମାନଙ୍କ ମଧ୍ୟରେ ସବୁ କିଛି ଠିକ ଅଛି