Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଦିନର ୧୦ ମୁଖ୍ୟ ଖବର ଚୁଟକିରେ ପଢ଼ିନିଅନ୍ତୁ

Ritu Das
Browse all articles by Ritu Das
·1 year ago·2 min read
ଆଜି ଦିନର ୧୦ ମୁଖ୍ୟ ଖବର ଚୁଟକିରେ ପଢ଼ିନିଅନ୍ତୁ

୧- ବଢିଲା ବିଜେଡିରେ କଳି... ନବୀନଙ୍କ ନାଲି ଆଖିକୁ ଡରୁ ନାହାନ୍ତି ବିଜେଡି ନେତା... ସୁଲତା ଦେଓଙ୍କୁ ଟାର୍ଗେଟ କଲେ ଦେବାଶିଷ ସାମନ୍ତରାୟ...କହିଲେ, ମୁଖିଆ ମନା କରିବା ପରେ ବି ଟୁଇଟ୍ କରି ବଢାଉଛନ୍ତି ବିବାଦ, ବିଚାର କରିବେ ନବୀନ... ସେପଟେ ସଂଗଠନକୁ ହାଇଜ୍ୟାକ୍ କରିବାକ ଦିଆ ନଯାଉ ବୋଲି ସୁପ୍ରିମୋଙ୍କୁ ଚିଠି ଲେଖିଲେ ରାଜା ସ୍ବାଇଁ... ପାଣ୍ଡିଆନକୁ ବିଦା କରିବାକୁ ଦାବି କଲେ ପୂର୍ବତନ ବିଧାୟକ ହୃଷିକେଷ...
୨- ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ବେଲଜିୟମରେ ଗିରଫ..PNBରୁ ୧୩ ହଜାର କୋଟି ଠକେଇର ରହିଛି ଅଭିଯୋଗ... ଭାରତ ସରକାରଙ୍କ ଅପିଲ୍ ପରେ ବେଲଜିୟମରେ ଗିରଫ... ଖୁବ୍‌ଶୀଘ୍ର ମେହୁଲଙ୍କୁ ଭାରତ ଆଣିବାକୁ ପ୍ରୟାସ ...
୩- ଭୁବନେଶ୍ବର ରାମମନ୍ଦିର ସାମ୍ନାରୁ ଶିଶୁପୁତ୍ର ଚୋରି ଘଟଣା ... ରାଜ୍ୟ ବାହାରକୁ ଗଲା କମିଶନରେଟ୍ ପୋଲିସ୍ ...ଶିଶୁପୁତ୍ରର ରୂପ ବଦଳାଇ ଦୁର୍ବୃତ୍ତ ଜାଗା ପରିବର୍ତ୍ତନ କରୁଥିବା ସୂଚନା ... ୪ଟି ଟିମ୍ ଗଠନ କରି ପୁରୀ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମରେ ପୋଲିସର ଛାନଭିନ୍ …
୪- ଆଜି ପବିତ୍ର ପଣା ସଂକ୍ରାନ୍ତି…. ଉତ୍କଳର ନବବର୍ଷ…ପୂଜାପାଠ, ହୋମଯଜ୍ଞ, ଛତୁଆ ସାଙ୍ଗକୁ ପଣାର ମହକ... ବିଭିନ୍ନ ପୀଠରେ ସ୍ଵତନ୍ତ୍ର ନୀତିକାନ୍ତି… ସେପଟେ ଘଟଗାଁ ତାରିଣୀ ପୀଠରେ ମା'ଙ୍କ ସୁନାବେଶ ଦେଖିବାକୁ ଲୋକଙ୍କ ଗହଳି…. ପୂଜା, ଭୋଗ, ଦୀପ, ଧୂପ ନୈବଦ୍ୟରେ କମ୍ପୁଛି ପରିବେଶ….
୫- ଆଜି ହନୁମାନ ଜୟନ୍ତୀ ପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି...ଆଇନଶୃଙ୍ଖଳା ଦାୟିତ୍ବରେ ରହିବେ ୨୦୦ ପ୍ଲାଟୁନ୍ ଫୋର୍ସ....ବୈଠକ ପରେ ସୂଚନା ଦେଲେ ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର...ନଜର ରଖିବ ୪୦ ଡ୍ରୋନ୍‌ ଓ ୬୦୦ ସିସିଟିଭି କ୍ୟାମେରା....
୬- ଆଜି ସମ୍ଭିଧାନ ପ୍ରଣେତା ଭୀମରାଓ ରାମ ଆମ୍ବେଦକରଙ୍କ ଜୟନ୍ତୀ ...ଏକା ଧାରାରେ ସେ ଥିଲେ ଜଣେ ଆଇନଜୀବୀ, ରାଷ୍ଟ୍ରନୀତିଜ୍ଞ ଓ ସମାଜ ସଂସ୍କାରକ...ପାର୍ଲାମେଣ୍ଟ ପରିସରରେ ଥିବା ପ୍ରେରଣା ସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାମନ୍ତ୍ରୀଙ୍କ ସହ ଅନେକ ବିଶେଷ ବ୍ୟକ୍ତି...
୭- ଆଜି ବ୍ଲୁ ଅରିଜିନ୍ ପକ୍ଷରୁ ମହାକାଶକୁ ଯିବେ ୬ଜଣ ମହିଳା… ଆମାଜନ୍ ମୁଖ୍ୟ ଜେଫ୍ ବେଜୋସଙ୍କ ବାନ୍ଧବୀ ସାଞ୍ଜେ ଲୌରେନ୍, ପପ୍ ଷ୍ଟାର କେଟି ପେରିଙ୍କ ସହ ୬ଜଣ ଯିବେ ସ୍ପେସ… ୧୦୦କିମି ଉପରକୁ ଯାଇ ପୃଥିବୀର ଦୃଶ୍ୟକୁ କରିବେ ଉପଭୋଗ… ୬୦ବର୍ଷ ପରେ ମହିଳା ଟିମ୍‌କୁ ନେଇ ମହାକାଶ ଯାତ୍ରା…
୮- ତାଜକିସ୍ତାନରେ ଭୂକମ୍ପ ଝଟକା । ୪.୫ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଏହି ଭୂମିକମ୍ପ ହୋଇଥିଲା....ଏହା ଭୂମିର ୧୦ କିଲୋମିଟର ତଳେ ରେକର୍ଡ କରାଯାଇଥିଲା।
୯- ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପତ୍ନୀ ଆନ୍ନା କୋନିଡେଲା ରବିବାର ତିରୁମାଲା ମନ୍ଦିରରେ ତାଙ୍କର ସମସ୍ତ କେଶ ଅର୍ପଣ କରିଛନ୍ତି। ମନ୍ଦିରରେ ତାଙ୍କ କେଶ ଲଣ୍ଡା ହେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉପମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ତାଙ୍କ ପୁଅର ସୁରକ୍ଷା ଖୁସିରେ ଏହି ନିଷ୍ପତ୍ତି ନେଇଛନ୍ତି।
୧୦- ନିଜର ହୋମ ଗ୍ରାଉଣ୍ଡରେ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ପରାଜୟ ଭୋଗିଛି ରାଜସ୍ଥାନ ରୟାଲ୍ସ....ଫିଲିପ ସଲ୍ଟ ଓ ବିରାଟ କୋହଲିଙ୍କ ଚିତ୍ତାକର୍ଷକ ହାଫ ସେଞ୍ଚୁରୀ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ୍‌ ୨୦୨୫ର ୨୮ତମ ମ୍ୟାଚ୍‌ରେ ରାଜସ୍ଥାନକୁ ୯ ଓ୍ଵିକେଟ୍‌ରେ ହରାଇଛି.....ଦ୍ବିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ରୋମାଞ୍ଚକର ବିଜୟ; ଦିଲ୍ଲୀକୁ ଦିଲ୍ଲୀରେ ୧୨ ରନରେ ହରାଇଲା ଦଳ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
read-the-top-10-news-stories-in-a-nutshell | Argus News