ଚୁଟକିରେ ପଢ଼ନ୍ତୁ ଦିନର ୧୦ ବଡ଼ ଖବର

1- ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ...ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ....ଆସନ୍ତାକାଲି ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ...ଗତକାଲି ସର୍ବଦଳୀୟ ବୈଠକରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବା ନେଇ ହୋଇଛି ଆଲୋଚନା...
2- ୪ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ.....ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ୨ ଓ ୩ରେ ବନ୍ଦ ରହିବ....ଦ୍ବିତୀୟ ପର୍ଯ୍ୟାୟରେ ୫ ଓ ୬ ତାରିଖରେ ବନ୍ଦ ରହିବ ମରାମତି କାମ....ଶ୍ରୀପଞ୍ଚମୀ ତଥା ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି..
3- ଜମି ଜବରଦଖଲକାରୀଙ୍କୁ ଝଟକା...ପୁରୀରେ ମହାପ୍ରଭୁଙ୍କ ଜମିରେ ଲାଗିଲା ଶ୍ରୀମନ୍ଦିର ପ୍ରଶାସନର ସୂଚନା ଫଳକ...ଅନଧିକାର ପ୍ରବେଶ ଦଣ୍ଡନୀୟ ଅପରାଧ ବୋଲି ଉଲ୍ଲେଖ... ଗୁଣ୍ଡିଚା ମନ୍ଦିର ନିକଟ ତାଳବଣିଆ ମୌଜାରେ ତାରବାଡ଼ ଘେରାଇ ଜବରଦଖଲ ହୋଇଥିଲା ୬ଟି ପ୍ଲଟର ପ୍ରାୟ ୫୦ ଡିସମିଲ୍ ଜାଗା...
4- `ଆୟୁଷ୍ମାନ ଭାରତ' ଯୋଜନା ନାଁରେ ମହାଠକେଇ.....କାର୍ଡ ଯୋଗାଇଦେବା ଲୋଭ ଦେଖାଇ ଲୁଟୁଛନ୍ତି ଟଙ୍କା....ପ୍ରତି ଲୋକ ପିଛା ଦେଢ ଶହ ଟଙ୍କା କରାଯାଉଛି ଆଦାୟ....ଗଜପତି ଜିଲ୍ଲାରୁ ଆସିଲା ସାଘାଂତିକ ଅଭିଯୋଗ....ଜିଲ୍ଲାପାଳ କହିଲେ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ…
5- ମହାକୁମ୍ଭ ଦଳାଚକଟା ତଦନ୍ତ ସମ୍ପର୍କରେ ଏକ ପ୍ରମୁଖ ସୂଚନା ହସ୍ତଗତ ହୋଇଛି.... ନ୍ୟାୟିକ ତଦନ୍ତ କମିସନ ଆଜି ପ୍ରୟାଗରାଜରେ ପହଞ୍ଚିବେ ବୋଲି ସୂଚନା ରହିଛି....ଘଟଣାର ତଦନ୍ତ ପାଇଁ ଏକ ତିନି ସଦସ୍ୟ ବିଶିଷ୍ଟ କମିସନ ଗଠନ କରାଯାଇଛି.....ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ହର୍ଷ କୁମାରଙ୍କ ନେତୃତ୍ୱରେ ଏହି କମିସନର ସଦସ୍ୟ ତଦନ୍ତ କରିବେ
6- ଜମ୍ମୁ-କଶ୍ମୀରର ପୁଞ୍ଚ ଅଞ୍ଚଳରେ ଏନାକଉଣ୍ଟର.....ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଆତଙ୍କୀ ଟଳିଥିବା ସୂଚନା ରହିଛି । ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ରାତି ତମାମ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ
7- ଫେବ୍ରୁଆରୀ ୯ରେ ଭାରତ-ଇଂଲଣ୍ଡ ଦିନିକିଆ, ବାରବାଟୀ ସମୀକ୍ଷା ଲାଗି ଯିବେ ମୁଖ୍ୟମନ୍ତ୍ରୀ ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି ସେପଟେ ଦର୍ଶକଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ଚଳିତ ଥର ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) କେତେକ ନୂଆ ପଦକ୍ଷେପ ନେବାକୁ ଯାଉଛି । ପ୍ରଥମଥର ପ୍ରତ୍ୟେକ ସିଟ୍ରେ ରେଡିୟମ ଷ୍ଟିକର୍ ଲାଗିବ
8- ଆଜି ଭାରତ-ଇଂଲଣ୍ଡ ଚତୁର୍ଥ ଟି-ଟ୍ବେଣ୍ଟି….ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତୀୟ ଦଳ...ସେପଟେ ତୃତୀୟ ମ୍ୟାଚ୍ ଜିତି ସିରିଜ୍କୁ ପ୍ରତ୍ୟାବର୍ତ୍ତନ କରିଛି ଇଂଲଣ୍ଡ… ବେଶ ରୋଚକ ହେବାକୁ ଯାଉଛି ଚତୁର୍ଥ ଟି-୨୦ ମୁକାବିଲା
9- ସବୁଦିନ ଲାଗି ସସ୍ପେଣ୍ଡ ହୋଇଗଲା ସ୍ବରା ଭାସ୍କରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ: ମହାତ୍ମା ଗାନ୍ଧୀଙ୍କୁ ନେଇ ପୋଷ୍ଟ କରିବାରୁ ନିଆଗଲା ଆକ୍ସନ
10- ଫେବୃଆରୀ ଆରମ୍ଭରୁ ତାପମାତ୍ରା ଅଧିକ ବଢ଼ିପାରେ । ପାରଦ ବର୍ତ୍ତମାନ ତୁଳନାରେ ୩ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ବଢ଼ିପାରେ । କିଛି ଜାଗାରେ ପାରଦ ୩୪ରୁ ୩୫ ଡିଗ୍ରୀ ଡେଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି
