Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସଂକ୍ଷେପରେ ଦିନର ବଡ ଖବର...

Odisha

ସଂକ୍ଷେପରେ ଦିନର ବଡ ଖବର...

Smruti Parija
Browse all articles by Smruti Parija
·1 year ago·2 min read
ସଂକ୍ଷେପରେ ଦିନର ବଡ ଖବର...
  • ଭୁବନେଶ୍ବର ବାଣୀବିହାରରେ ଛାତ୍ରୀଙ୍କୁ ନିର୍ଯାତନା ପରେ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି...ସବୁ ଉଚ୍ଚଶିକ୍ଷା ଅନୁଷ୍ଠାନରେ ରହିବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC)... ସମସ୍ତ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜକୁ ନିର୍ଦ୍ଦେଶ
  • ଦନ୍ତା ହାତୀ ଆକ୍ରମଣରେ ୨ମୃତ, ୩ଗୁରୁତର... ମୟୂରଭଞ୍ଜରେ ଆତଙ୍କ ଖେଳାଇଛନ୍ତି ଝାଡ଼ଖଣ୍ଡୀ ହାତୀ ପଲ...ହାତୀ ଆକ୍ରମଣରେ ମୋରଡ଼ା ଥାନା ଉଲିଡିହି ଗାଁର ଜଣେ ମହିଳା ମୃତ...ଗତକାଲି ସଂଧ୍ୟାରେ ହାତୀ ଆକ୍ରମଣରେ ଶୁଳିଆପଦା ଥାନା ଅଞ୍ଚଳରେ ହୋଇଥିଲା ଜଣଙ୍କର ମୃତ୍ୟୁ
  • ଭତ୍ତା ପାଇଁ ବର୍ଷାରେ ଭିଜି ଭିଜି ୩ କିମି ଚାଲିଲେ 65 ବର୍ଷୀୟା ବୃଦ୍ଧା...ହେଲେ ମିଳିଲାନି ଭତ୍ତା ଟଙ୍କା...ନିରାଶ ହୋଇ ଘରକୁ ଫେରିଗଲେ ବୃଦ୍ଧା...କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରୁ ଆସିଲା ଦୟନୀୟ ଚିତ୍ର
  • ସ୍ବାଭିମାନ ଅଞ୍ଚଳରେ ପୁଣି ଥରେ ପ୍ରଜାମେଳି...ଏଥର କିନ୍ତୁ ସରକାର ଓ ପ୍ରଶାସନ ସପକ୍ଷରେ ହୋଇଛି ପ୍ରଜାମେଳି...ଏପରି ଘଟଣା ଦେଖିବାକୁ ମିଳିଛି ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତରେ 
  • ତିରୁପତିରେ ପଶୁ ଚର୍ବିଯୁକ୍ତ ଘିଅରେ ଠାକୁରଙ୍କ ଲଡୁ ପ୍ରସ୍ତୁତି ନେଇ ବିବାଦ ପରେ ପୁରୀ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନକୁ ନେଇ ଉଠିଲା ପ୍ରଶ୍ନ...ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଶୁଦ୍ଧ ଘିଅରେ ପ୍ରସ୍ତୁତ ହେଉଛି କି ନାହିଁ ସେନେଇ ମାନ ପରୀକ୍ଷା କରିବାକୁ ଦାବି କରିଛନ୍ତି ଆଇନଜୀବୀ ଦିଲ୍ଲୀପ ବରାଳ
  • ରାଜ୍ୟରେ ବଢିବ ବର୍ଷାର ପରିମାଣ...ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପ ରୂପ ନେଇପାରେ...ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ..ଆସନ୍ତା ୨୬ ତାରିଖ ଯାଏଁ ଜାରି ରହିବ ବର୍ଷା 
  • ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା' ବିମଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହେବ ଷୋଡଶ ଦିନାତ୍ମକ ପୂଜା...ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ୨୩ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯିବ...ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡିଆ ପ୍ରଦାନ କରିବେ
  • କୋଣାର୍କରେ GPRS ସର୍ଭେ...NGRI ହାଇଦ୍ରାବାଦର ୩ ଜଣିଆ ଟିମ ଦ୍ବାରା କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ଵରେ କରାଯାଉଛି ଭୂତଳ ସର୍ବେକ୍ଷେଣ
  •  ଓସ୍କାର ଆୱାର୍ଡ ଦୌଡ଼ରେ ହିନ୍ଦୀ ଫିଲ୍ମ ଲାପତା ଲେଡିଜ୍ ...ବେଷ୍ଟ ଫରେନ୍ ଫିଲ୍ମ-୨୦୨୫ ବର୍ଗରେ ସ୍ଥାନ ପାଇଛି କିରନ ରାଓ-ଆମୀର ଖାନଙ୍କ ଫିଲ୍ମ ଲାପତା ଲେଡିଜ୍ ...ଏନେଇ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି କିରଣ ରାଓ
  • ମହାକାଶ ଗବେଷଣା କ୍ଷେତ୍ରରେ ବଡ଼ ଉଡ଼ାଣ ଭରିବା ଲକ୍ଷ୍ୟରେ ସ୍ପେଶ୍ ଏକ୍ସ ମାଲିକ ଏଲନ୍ ମସ୍କ...ଆସନ୍ତା ଦୁଇ ବର୍ଷ ଭିତରେ ମଙ୍ଗଳ ଗ୍ରହକୁ 5ଟି ମାନବବିହୀନ ଷ୍ଟାରସିପ୍ ପଠାଇବାକୁ ହୋଇଛି ଯୋଜନା 
     

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
read-todays-update-news | Argus News