Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସଂକ୍ଷେପରେ ଦିନର ବଡ ଖବର...

Odisha

ସଂକ୍ଷେପରେ ଦିନର ବଡ ଖବର...

Smruti Parija
Browse all articles by Smruti Parija
·1 year ago·2 min read
ସଂକ୍ଷେପରେ ଦିନର ବଡ ଖବର...
  • ଜମ୍ମୁ କାଶ୍ମୀରରେ ଚାଲିଛି ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ...୪୦ଟି ବିଧାନସଭା ଆସନରେ ୪୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର...8 ଅକ୍ଟୋବରରେ ଘୋଷଣା ହେବ ଫଳାଫଳ
  • ଅକ୍ଟୋବର ୬ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର…୪ ତାରିଖରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ… ଆଗାମୀ 24 ଘଣ୍ଟାରେ କିଛି ସ୍ଥାନରେ ବିଜୁଳି ଘଡଘଡି ବର୍ଷା ସମ୍ଭାବନା
  • ଇସ୍ରାଏଲ୍ ଓ ହିଜବୁଲ୍ଲା ମଧ୍ୟରେ ଏବେ ଗ୍ରାଉଣ୍ଡ ୱାର୍ ...ପୂର୍ବରୁ ଆକାଶ ମାର୍ଗରୁ ଏୟାର ଷ୍ଟ୍ରାଇକ୍ ଓ କ୍ଷେପଣାସ୍ତ୍ର ମାଡ଼ କରୁଥିବା ଇସ୍ରାଏଲ୍ ସେନା ଏବେ ଲେବାନନରେ ପ୍ରବେଶ କରିଛି...ଦକ୍ଷିଣ ଲେବାନନରେ ହିଜବୁଲ୍ଲାର ବହୁ ଠିକଣାକୁ ଧ୍ବଂସ କରିଦେଇଛନ୍ତି ଇସ୍ରାଏଲି ସେନା
  • ଦୁନିଆରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ ...ଯୁଦ୍ଧର ଘନଘଟା ଭିତରେ ଇସ୍ରାଏଲ ପିଏମଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି...ଭାରତ ହିଂସାକୁ ସମର୍ଥନ କରେ ନାହିଁ , ସବୁବେଳେ ଶାନ୍ତି ପକ୍ଷରେ ରହିବାକୁ ପ୍ରତିବଦ୍ଧ
  • ଭଦ୍ରକରେ ସୋସିଆଲ୍ ମିଡିଆରେ ବିବାଦୀୟ ମନ୍ତବ୍ୟ ନେଇ ହିଂସାକାଣ୍ଡ ଘଟଣା...ଆଜି ଭଦ୍ରକ ଗସ୍ତ କରିବେ ପୋଲିସ ଡିଜି ୱାଇବି ଖୁରାନିଆ...ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ ସେବା..ଏବେ ସୁଦ୍ଧା ୨୭ ହେଲେଣି ଗିରଫ
  • ଆଉ ବ୍ୟବହାର ହେବନାହିଁ ଅର୍ପଣ ଚାଉଳ...ବଳକା ହଜାର ହଜାର କ୍ବିଣ୍ଟାଲ୍ ଅର୍ପଣ ଚାଉଳକୁ ଟେଣ୍ଡର ମାଧ୍ୟମରେ ବିକ୍ରି କରାଯିବାକୁ ନିଷ୍ପତ୍ତି...ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକଙ୍କ ସୂଚନା
  • ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଦେହରେ ବାଜିଲା ଗୁଳି... ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଫୁଟିଲା ଗୁଳି
  • ମୁଖ୍ୟମନ୍ତ୍ରୀଙ୍କ ଝାଡ଼ଖଣ୍ଡ ଗସ୍ତର ଦ୍ବିତୀୟ ଦିନ...ଚାଇଁବସାରେ ପରିବର୍ତ୍ତନ ସମାବେଶରେ ଯୋଗଦେବେ ମୋହନ ମାଝୀ... ଅଧିକାଂଶ ଓଡ଼ିଆ ଭାଷାଭାଷୀ ରହୁଥିବା ଝାଡ଼ଖଣ୍ଡର 3ଟି ଜିଲ୍ଲାର କେନ୍ଦ୍ର ହେଉଛି ଚାଇଁବସା
  • ଅକ୍ଟୋବର ୫ରେ ଚାଷୀଙ୍କୁ ମିଳିବ ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୮ତମ କିସ୍ତି...ମହାରାଷ୍ଟ୍ରରେ ଆୟୋଜିତ କାର୍ଯ୍ୟକ୍ରମରୁ ଦେଶର ୯ କୋଟି ୫୦ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ 
  • ଗାନ୍ଧି ଜୟନ୍ତୀ ଓଡ଼ିଶାକୁ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...ପିଏମ୍ ଜନମନ ଯୋଜନାରେ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିମି ରାସ୍ତା କାମ ପାଇଁ ହେବ ଶିଳାନ୍ୟାସ
     

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
read-update-news-of-today | Argus News