Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫେଲ୍‌ ମାରିଛି ରିଚାର୍ଜ ପଏଣ୍ଟ ଓ ବର୍ଷା ଜଳ ସଂରକ୍ଷଣ ଯୋଜନା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଫେଲ୍‌ ମାରିଛି ରିଚାର୍ଜ ପଏଣ୍ଟ ଓ ବର୍ଷା ଜଳ ସଂରକ୍ଷଣ ଯୋଜନା

ଅମୃତ ଧାରାରେ କ୍ଲୋରାଇଡ,ଫ୍ଲୋରାଇଡ,ଆଇରନ, ଟିଡିଏସ୍ ସହ ଏବେ ନାଇଟ୍ରେଟ ପରିମାଣ ବୃଦ୍ଧି ହେଉଥିବାରୁ ବିଷ ବଳୟରେ ଅମୃତଧାରା । ଗୋଟିଏ ପଟେ ଜଳ ଉତ୍ସର ଅପମୃତ୍ୟୁ, ଅନ୍ୟପଟେ ମନୁଷ୍ୟକୃତ କାର୍ଯ୍ୟକଳାପ ଓ ଆଧୁନିକତାର ବିକାଶ ଭିତରେ ଅବହେଳିତ ହୋଇ ପଡ଼ିଛି ଅମୃତ ଭଣ୍ଡାର । ଶ୍ରୀକ୍ଷେତ୍ର ଜଳ ସ୍ତର କ୍ରମାଗତ ନିମ୍ନଗାମୀ ହେଉଥିବା ବେଳେ ଶ୍ରୀମନ୍ଦିରରେ ୪ ବର୍ଷ ରେ ୧.୬ ମିଟର ଜଳସ୍ତର ହ୍ରାସ ହୋଇଛି । ଲୋକନାଥ ମନ୍ଦିରରେ ବର୍ଷକରେ ୧.୭୧ ମିଟର ଭୂତଳ ଜଳସ୍ତର ହ୍ରାସ ହୋଇଥିବା ବେଳେ ଗ୍ରାଣ୍ଡ ରୋଡରେ ୩ ମିଟରରୁ ଉର୍ଦ୍ଧ୍ଵ ଜଳସ୍ତର ହ୍ରାସ ହୋଇଛି । ସେପଟେ ଶହ ଶହ ସଂଖ୍ୟାରେ ହୋଟେଲ ଓ ଆପାର୍ଟମେଣ୍ଟ ଦ୍ଵାରା ଭୂତଳ ଜଳ ଉତ୍ତୋଳନ ନିୟମକୁ ଉଲ୍ଲଙ୍ଘନ କରି ଅବାଧ ଉତ୍ତୋଳନକୁ ଦାୟୀ କରିଛନ୍ତି ପରିବେଶବିତ୍ ।

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଦ୍ବାରା ପ୍ରସ୍ତୁତ ରିପୋର୍ଟ ମୁଣ୍ଡ ବିନ୍ଧାର କାରଣ ସାଜିଛି । ରିପୋର୍ଟ ମୁତାବକ ପ୍ରତି ୧ ଲିଟର ପାଣିରେ ୪୫ ମିଲିଗ୍ରାମରୁ କମ୍ ନାଇଟ୍ରେଟ୍ ରହିଲେ ତାହା ଶରୀର ସହନ କରିପାରେ । କିନ୍ତୁ ରିପୋର୍ଟ ଆଧାରରେ ଗୋବର୍ଦ୍ଧନ ମଠରେ ୧ ଲିଟରରେ ୭୬ ମିଲିଗ୍ରାମ୍, ଜଗନ୍ନାଥ ମନ୍ଦିରରେ ୪୯, ସିଦ୍ଧମହାବୀରରେ ୫୭, ଦୋଳ ମଣ୍ଡପ ସାହିରେ ୪୭ ମିଲିଗ୍ରାମ ନାଇଟ୍ରେଟ ରହିଛି । ସେହିପରି ଆଳିପଡ଼ା, ବୁଦ୍ଧିଆବର, ଡେଲାଙ୍ଗ ଓ ସାତପଡ଼ାରେ ମଧ୍ୟ ଲିଟର ପିଛା ୪୫ ମିଲିଗ୍ରାମରୁ ଉର୍ଦ୍ଧ୍ବ ନାଇଟ୍ରେଟ ରହିଛି । ଯାହା ଚିନ୍ତାର କାରଣ । ମାଟିର ଉର୍ବରତା ବଢ଼ାଇବା ପାଇଁ ରାସାୟନିକ ସାର ପ୍ରୟୋଗ, ନଳା ଆବର୍ଜନା, ଦୂଷିତ ଜଳ ଅମୃତ ଧାରାକୁ ବିଷାକ୍ତ କରୁଛି ।

ଭୂତଳ ଜଳ ଏବେ ପାଲଟିଛି ଜହର । ପୂର୍ବରୁ ଫ୍ଲୋରାଇଡ ଆଉ ଏବେ ବଢ଼ିଛି ନାଇଟ୍ରେଟ୍‌ର ମାତ୍ରା । କେନ୍ଦ୍ର ଜଳ ମନ୍ତ୍ରାଳୟ ରିପୋର୍ଟ ଆଧାରରେ ଏବେଠାରୁ ସଚେତନ ନ ହେଲେ ଆଗକୁ ହୋଇପାରେ ଭୟାବହ ପରିସ୍ଥିତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
recharge-points-and-rainwater-conservation-scheme-have-failed | Argus News