Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dance Bar Raid / ରାଜଧାନୀରେ ବେପରୁଆ ଡ୍ୟାନ୍ସ ବାର୍

Bikash Mohanty
Browse all articles by Bikash Mohanty
·4 months ago·2 min read
ରାଜଧାନୀରେ ବେପରୁଆ ଡ୍ୟାନ୍ସ ବାର୍
Bar

Key Points

ରାଜଧାନୀରେ ବେପରୁଆ ଡ୍ୟାନ୍ସ ବାର୍
ନିୟମର ଉଡିଲା ଧଜିଆ
ଗ୍ରାହକ ଉଡାଉଛନ୍ତି ଟଙ୍କା

ରାଜଧାନୀରେ ବେପରୁଆ ଡ୍ୟାନ୍ସ ବାର୍। ରଙ୍ଗୀନ ଆଲୋକ ସାଙ୍ଗକୁ ଦୁମ୍ ଦୁମ୍ ଡିଜେ, ତାଳେ ତାଳେ ନାଚୁଛନ୍ତି ଯୁବତୀ। ନିୟମର ଉଡିଲା ଧଜିଆ ଗ୍ରାହକ ଉଡାଉଛନ୍ତି ଟଙ୍କା, ଖୁଲମଖୁଲା ଉଲ୍ଲଂଘନ ହେଉଛି ଅବକାରୀ ନିୟମ। ଆକ୍ସନ ମୋଡ୍‌ରେ ବିଭାଗ । ଭାଇରାଲ ଭିଡିଓ ଆଧାରରେ ତଦନ୍ତ ନିର୍ଦ୍ଦେଶ, ଏବେ ଅମାନିଆଙ୍କୁ ସାବାଡ୍ କରିବ 'ବଡି କ୍ୟାମେରା'।

ରାତି ବଢିବା ସାଙ୍ଗକୁ ବଢୁଛି ଡିଜେର ଶବ୍ଦ। ରଙ୍ଗୀନ ଆଲୋକର ମାୟାଜାଲ ଭିତରେ ନାଚୁଛନ୍ତି ଯୁବତୀ ଆଉ ତାଙ୍କ ଉପରେ ଟଙ୍କା ବର୍ଷା କରୁଛନ୍ତି ନିଶାସକ୍ତ ଗ୍ରାହକ। ଏ ହେଉଛି ରାଜଧାନୀ ଭୁବନେଶ୍ୱରର ଏକ ବାର୍ ର ଦୃଶ୍ୟ। ସରକାରୀ ନିୟମକୁ ବେଖାତିର କରି କେମିତି ଖୁଲମଖୁଲା ଡ୍ୟାନ୍ସ ବାର୍ ଚାଲିଛି, ତାହାର ନଗ୍ନ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଷ୍ଟେଜ୍ ଉପରେ ଯୁବତୀଙ୍କ ଅଶ୍ଳୀଳ ନୃତ୍ୟ ସାଙ୍ଗକୁ ଗ୍ରାହକଙ୍କ ସିଧାସଳଖ ହାତକୁ ଟଙ୍କା ବଢାଇଦେବା, ଅବକାରୀ ବିଭାଗର କଟକଣାକୁ ଚ୍ୟାଲେଞ୍ଜ କରୁଛି।

ଅବକାରୀ ନିୟମ ଅନୁଯାୟୀ ବାର୍ ଭିତରେ ୨୪ ଘଣ୍ଟିଆ ସିସିଟିଭି ସର୍ଭେଲାନ୍ସ ରହିବା ଜରୁରୀ। ଷ୍ଟେଜ୍‌ର ଉଚ୍ଚତା ଓ ରେଲିଂ ୩ ଫୁଟ୍ ଏବଂ ଗ୍ରାହକଙ୍କ ଠାରୁ ୫ ଫୁଟ୍ ଦୂରତା ରହିବା ବାଧ୍ୟତାମୂଳକ। ଯୁବତୀଙ୍କ ଉପରେ ଟଙ୍କା ଉଡାଇବା ମନା, କେବଳ ମ୍ୟାନେଜରଙ୍କ ଜରିଆରେ ଟିପ୍ସ ଦିଆଯାଇପାରିବ। ଯୁବତୀଙ୍କ ପରିଚୟ ପତ୍ର ଓ ଅପରାଧିକ ପୃଷ୍ଠଭୂମି ଯାଞ୍ଚ କରିବା ବାର୍ ମାଲିକଙ୍କ ଦାୟିତ୍ୱ। କିନ୍ତୁ ବାସ୍ତବ ଚିତ୍ର କହୁଛି, ଏସବୁ ନିୟମ କେବଳ କାଗଜ କଲମରେ ସୀମିତ। ଏବେ ଆକ୍ସନ ମୋଡରେ ଅବକାରୀ ବିଭାଗ I ଆଉ ଚଳିବନି ବାର ମାନଙ୍କର ମନମାନି I ବିଳମ୍ବିତ ରାତ୍ରି ଯାଏଁ କିଏ ଖୋଲିଲେ କଡା ଆଭିମୁଖ୍ୟ ଗ୍ରହଣ କରିବ ବିଭାଗ I ତେବେ ବିଭିନ୍ନ ବାର ମାନଙ୍କରେ ରହୁଥିବା ବାଉଁଶର ମାନଙ୍କୁ ସାବାଡ଼ କରିବ ଅବକାରୀ ବିଭାଗ ବୋଲି କହିଛନ୍ତି ଅବକାରୀ ଏସ୍‌ପି ଦେବାଶିଷ ପଟେଲ।

ଅମାନିଆଙ୍କୁ ସାବାଡ୍ କରିବାକୁ ଏବେ ଅଣ୍ଟା ଭିଡିଛି ଅବକାରୀ ବିଭାଗ। ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ଅବକାରୀ ପୋଲିସ ବ୍ୟବହାର କରିବ 'ବଡି କ୍ୟାମେରା'। ଭୁବନେଶ୍ୱର ଓ ଖୋର୍ଦ୍ଧା ପାଇଁ ୨୦ଟି କ୍ୟାମେରା ପ୍ରଦାନ କରାଯାଇଛି। ରେଡ୍ ସମୟରେ ପୋଲିସ ସହିତ ହେଉଥିବା ଦୁର୍ବ୍ୟବହାର ଏବଂ ନିୟମ ଉଲ୍ଲଂଘନର ସମସ୍ତ ପ୍ରମାଣ ଏବେ ଏହି କ୍ୟାମେରାରେ କଏଦ ହେବ। 

ଭାଲେଣ୍ଟାଇନ ଡେ'ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲାଥିଲା ଏକ ବାର୍। ଖବର ପାଇ ରେଡ ପାଇଁ ଯାଇଥିଲା ଅବକାରୀ ବିଭାଗ। ହେଲେ ଅବକାରୀ ଟିମକୁ ମାଡ଼ ମାରିଥିଲେ ବାର୍ ର ବାଉନ୍ସର। ପରେ ବାର୍ ମ୍ୟାନେଜରଙ୍କୁ ଗିରଫ କରିବା ପରେ ରାଜଧାନୀର ଏହି ବାରକୁ ସିଲ କରିଥିଲା ଅବକାରୀ ବିଭାଗ।

ଏଥିସହ ପଢ଼ନ୍ତୁ: ବାର୍ ମାଲିକ ସାବଧାନ୍,ଆକ୍ସନ ମୋଡରେ ଅବକାରୀ ବିଭାଗ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dance Bar Raid | Bhubaneswar Dance Bars Under Scanner for Excise Rule Violations | Argus News