ସକାଳୁ ରେକର୍ଡ ଭାଙ୍ଗିଲା ତାତି: ୧୦ ବଡ଼ ବ୍ରେକିଙ୍ଗ ଉପରେ ନଜର ପକାନ୍ତୁ

୧- ପୋଲିସ ପାଟ୍ରୋଲିଂ ସମୟରେ ପିସିଆର ଗାଡ଼ି ଉପରେ ଚଢି଼ଗଲା ହାଇୱା...କଟକ-ପାରାଦୀପ ରାସ୍ତା ଗତିରାଉତ ପାଟଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା... ଚାଲିଗଲା ଦୁଇ ପୋଲିସ କର୍ମଚାରୀଙ୍କ ଜୀବନ.. ଅନ୍ୟ ଜଣେ ଗୁରୁତରଙ୍କୁ ଚିକିତ୍ସା ପାଇଁ ବଡ଼ ମେଡିକାଲ ସ୍ଥାନାନ୍ତର ...
୨- ରାଜଧାନୀରେ ପୁଣି କଳା ପଲସର୍ ଆତଙ୍କ... ଯୁବତୀଙ୍କ ଠାରୁ ଝାମ୍ପି ନେଲେ ଭାନିଟି ବ୍ୟାଗ୍... ବ୍ୟାଗ୍ ନ ଛାଡ଼ିବାରୁ ଯୁବତୀଙ୍କୁ ରାସ୍ତାରେ ଘୋଷାଡି ନେଲେ ଦୁଇ ଲୁଟେରା... ଥାନାର ଦ୍ୱାରସ୍ଥ ହେବା ପରେ କ୍ୟାପିଟାଲ ଥାନା ପୋଲିସ କରୁଛି ଯାଞ୍ଚ୍ ...
୩- କୋଟିଆରେ ପୁଣି ସକ୍ରିୟ ଆନ୍ଧ୍ର ଏଜେଣ୍ଟ...କୋଟିଆ ପଞ୍ଚାୟତର ପୁର୍ବତନ ସରପଞ୍ଚ ବିଶୁ ଗେମେଲଙ୍କ ନେତୃତ୍ବରେ ଆନ୍ଧ୍ର ଉପମୁଖ୍ୟ ମନ୍ତ୍ରୀ ପିଡିକା ରାଜନ ଦୋରାଙ୍କୁ କରିଛନ୍ତି ସାକ୍ଷାତ...ଆନ୍ଧ୍ରରେ ମିଶିବା ନେଇ ଆଲୋଚନା ହୋଇଥିବା ସୂଚନା...
୪- ଶିଶୁ ଅପହରଣ ଓ ନିଖୋଜ ଶିଶୁଙ୍କୁ ଠାବ ଲାଗି ରାଜ୍ୟରେ ଚାଲିଛି ସ୍ପେଶାଲ ଡ୍ରାଇଭ୍..... ୨୮ ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର କଲା ଗଞ୍ଜାମ ପୋଲିସ.....ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଚଢ଼ାଉ.....
୫- ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ପାଣି ପାଇଁ ହାହାକାର......ଜୀବନଠୁ ବଳି ଯାଉଛି ଜଳ ଯନ୍ତ୍ରଣା.....ପାଣି ମୁନ୍ଦେ ପାଇଁ କରିବାକୁ ପଡୁଛି ନାହିଁ ନଥିବା ସଂଘର୍ଷ.....ବାଜିରେ ଲାଗୁଛି ଜୀବନ....
୬- ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କୁ ଭେଟିବେ ଆମେରିକାର ଉପରାଷ୍ଟ୍ରପତି...ବୈଦେଶିକ ବ୍ୟାପାର ଓ ସୁରକ୍ଷା କ୍ଷେତ୍ରରେ ଆମେରିକା ଓ ଭାରତର ସହଯୋଗ ଉପରେ ହୋଇପାରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା...ଗତକାଲି ଭାରତ ଗସ୍ତରେ ଆସି ପହଞ୍ଚିବା ପରେ ପିଏମ୍ ମୋଦିଙ୍କୁ ସପରିବାର ଭେଟିଥିଲେ ୟୁଏସ ଉପରାଷ୍ଟ୍ରପତି ଜେଡି ଭାନ୍ସ..
୭- ଲକ୍ଷେ ଟପିଲା ସୁନା ଦର....ସର୍ବକାଳୀନ ରେକର୍ଡ ୧ ଲକ୍ଷ ଟଙ୍କା ଟପିଲା ସୁନା ଦର....୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୧ ହଜାର ୩୫୦ ଟଙ୍କା....ଦିନକରେ ବୃଦ୍ଧି ପାଇଛି ୩ ହଜାର ଟଙ୍କା....
୮- ଆହୁରି ୫ ଦିନ ଜାଳିବ ତାତି ...ଅଧିକାଂଶ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ...ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ହେବ ଖରା ...ବିଭିନ୍ନ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ ...ସତର୍କ ରହିବାକୁ ପରାମର୍ଶ...
୯- ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କୁ EDର ସମନ...ମନି ଲଣ୍ଡରିଂ ମାମଲାରେ ୨୮ ତାରିଖରେ ହାଜର ହେବାକୁ ସମନ କରିଛି ED...2 ରିୟଲିଷ୍ଟେଟ କମ୍ପାନୀ ଠାରୁ 5.9 କୋଟି ଟଙ୍କା ନେଇଥିବା ଅଭିଯୋଗ...ଇଡିର ସନ୍ଦେହ ମନି ଲଣ୍ଡରିଂରେ ଆସିଛି ଏହି ଟଙ୍କା...
୧୦- ଆଇପିଏଲ୍ର ୩୯ତମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଏକତରଫା ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ନିଜ ହୋମ ଗ୍ରାଉଣ୍ଡରେ ୩୯ ରନରେ ହରାଇଛି