Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସେପ୍ଟେମ୍ବର ସୁଦ୍ଧା ଶିକ୍ଷକ ନିଯୁକ୍ତି

Odisha

ସେପ୍ଟେମ୍ବର ସୁଦ୍ଧା ଶିକ୍ଷକ ନିଯୁକ୍ତି

Sangram Tripathy
Browse all articles by Sangram Tripathy
·1 year ago·2 min read
ସେପ୍ଟେମ୍ବର ସୁଦ୍ଧା ଶିକ୍ଷକ ନିଯୁକ୍ତି

ଅଗର୍ସ ବ୍ୟୁରୋ: ସେପ୍ଟେମ୍ବର ସୁଦ୍ଧା ନିଯୁକ୍ତି ପାଇବେ ୧୮ ହଜାର କନିଷ୍ଠ ଶିକ୍ଷକ। ପରେ ପରେ ଶିକ୍ଷକଙ୍କ ଲାଗି ମଧ୍ୟ ଦେଖିବାକୁ ମିଳିବ ବଡ଼ ନିଯୁକ୍ତି । ଏନେଇ ଯୁଦ୍ଧକାଳିନ ଭିତ୍ତିରେ ଓସେପା ପକ୍ଷରୁ ଆରମ୍ଭ ହୋଇଛି ପ୍ରକିୟା। ଆକ୍ସନମୋଡରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ। ମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ଆଗେ ଶିକ୍ଷକଙ୍କୁ ଦିଅ ନିଯୁକ୍ତି ପଛରେ କଥା । ମୋହନ ସରକାରରେ ଶିକ୍ଷା ଓ ଶିକ୍ଷକଙ୍କୁ ଦିଆଯାଉଛି ଗୁରୁତ୍ବ।

ଗ୍ରାମଞ୍ଚଳ-ଉପାନ୍ତ ସ୍କୁଲରେ ଆଗେ ମିଳିବ ଶିକ୍ଷକଙ୍କୁ ନିଯୁକ୍ତି,ଜଣେ ଶିକ୍ଷକ ଥିବା ସ୍କୁଲକୁ ଦିଆଯିବ ପ୍ରାଥମିକତା,କେଉଁ ସ୍କୁଲରେ କେତେ ଅଛନ୍ତି ଶିକ୍ଷକ, ତାର ତାଲିକା ସହ ଗ୍ରାମଞ୍ଚଳ-ଉପାନ୍ତ ସ୍କୁଲରେ  ପ୍ରାଥମିକତା ଭିର୍ତ୍ତିରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରିବେ ସରକାର। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଉଛି ତାଲିକା।  କନିଷ୍ଠ ଶିକ୍ଷକ ନିଯୁକ୍ତି ଲାଗି ଜୁଲାଇ ୨୦ରେ ପେପର୧,ଏବଂ ଜୁଲାଇ ୨୨ରେ ପେପର୨ଲାଗି ହେବ ଡକ୍ୟୁମେଣ୍ଟ ଯାଞ୍ଚ। କିନ୍ତୁ ପୂର୍ବରୁ ଯେଉଁ ଶିକ୍ଷକ ଆଶାୟୀ ମାନଙ୍କର ଡକ୍ୟୁମେଣ୍ଟ ଯାଞ୍ଚ ଶେଷ ହୋଇଥିଲା ସେମାନଙ୍କୁ ଆଉ ଏହି ପ୍ରକିୟାରେ ନେବାକୁ ପଡିବନି ଭାଗ।

ଜୁଲାଇ ୨୫ରେ ପ୍ରୋଭିଜନାଲ ମେରିଟ୍ ଓ ବାତିଲ ତାଲିକା ପ୍ରକାଶ କରାଯିବ। ଜୁଲାଇ ୨୬ରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ଆବେଦନକାରୀ ମାନେ କରିପାରିବେ ଅବଜେକ୍ସନ। ଅଗଷ୍ଟ ୫ରେ ଜିଲ୍ଲା ପ୍ରଶାସନ ୱେବସାଇଟ୍ ଏବଂ ଓସେପା ୱେବସାଇଟ୍ ରେ ପ୍ରକାଶ ପାଇବ ଚୂଡାନ୍ତ ମେରିଟ୍ ଲିଷ୍ଟ। ଅଗଷ୍ଟ୬ ତାରିଖରେ ସମସ୍ତ ଜିଲ୍ଲାରୁ ଓକାକ୍ ରୁ ଚୂଡାନ୍ତ ତାଲିକା ପଠାଇବେ। ଜିଲ୍ଲା ସ୍ତରରେ ୧୨ରୁ ୧୬ ଯାଏ ନିଯୁକ୍ତି ପାଇଁ କରାଯିବ କାଉନସେଲିଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଓକାକ୍ କୁ ପଠାଯିବ ସ୍କୁଲ୍ ଆବଣ୍ଟନ ତାଲିକା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଗଷ୍ଟ ୨୩ରୁ ସେପ୍ଟମ୍ବର ୧୨ ସୁଦ୍ଧା ନିଯୁକ୍ତି ପ୍ରକିୟା ସାରିବାକୁ ଯୋଜନା କରିଛନ୍ତି ରାଜ୍ୟସରକାର। ଅନ୍ୟପଟେ ଅଗଷ୍ଟ ୯ରେ ଓଟିଇଟି ସରୁ ସରୁ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ  ପାଖାପାଖି  ବାକିଥିବା ୩୧ ହଜାର ଜୁନିୟର ଶିକ୍ଷକ ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇପାରେ । ଏନେଇ ସରକାର ମଧ୍ୟ ତତ୍ପରତା ଦେଖାଇଛନ୍ତି । ମୋହନ ସରକାର ଆସିବା ପରେ ବଦଳୁଛି ଶିକ୍ଷା ବ୍ୟବସ୍ଥା,ଶିକ୍ଷା ଓ ଶିକ୍ଷକଙ୍କୁ ଦିଆଯାଉଛି ଗୁରୁତ୍ବ। ଖୁବଶୀଘ୍ର ଶିକ୍ଷାକ୍ଷେତ୍ରରେ ହେବ ବେୈପ୍ଲବିକ ପରିବର୍ତ୍ତନ । ଫୁଟିବ ଶିକ୍ଷକ ଆଶାୟୀଙ୍କ ଓଠରେ ହସ।

Sponsored
Recruitment of teachers | Argus News