Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନାଲି ମାଟି ରାସ୍ତା ସାଜିଛି ଚିନ୍ତାର କାରଣ

Odisha

ନାଲି ମାଟି ରାସ୍ତା ସାଜିଛି ଚିନ୍ତାର କାରଣ

Rashmita Mishra
Browse all articles by Rashmita Mishra
·1 year ago·1 min read
ନାଲି ମାଟି ରାସ୍ତା ସାଜିଛି ଚିନ୍ତାର କାରଣ

ଅର୍ଗସ ବ୍ୟୁରୋ: ଆଦିବାସୀ ଅଧୁଷିତ ମୟୂରଭଞ୍ଜ ତାରଣା ଗ୍ରାମପଞ୍ଚାୟତର ଗାଡା ସାହି । 50ରୁ ଅଧିକ ପରିବାର ରହୁଥିବା ଏହି ସାହିରେ ସମସ୍ୟା ଅନେକ । ଗାଁକୁ ଯିବାକୁ ପକ୍କା ରାସ୍ତାଟିଏ ନାହିଁ। ନାଲିମାଟି ରାସ୍ତାରେ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ ।

ରାତି ପାହିଲେ ଏଠି ପାଣି ପାଇଁ ସଂଗ୍ରାମ ଚାଲେ । ସାହିରେ ଜଳ ଯୋଗାଣ ବ୍ୟବସ୍ଥା ନଥିବାରୁ ଲୋକେ ଗାଁ ଶେଷରେ ଥିବା ମୋରମ ଗାଡ଼ିଆରୁ ଚୁଆ କରି ପାଣି ସଂଗ୍ରହ କରନ୍ତି । ଏଥିପାଇଁ ରାତି ପାହିଲେ ଗରାଧରି ବାହାରି ପଡନ୍ତି ମହିଳା। ସାହିରେ ଫେଲ ମାରିଛି ବସୁଧା ଯୋଜନା। ଦୁଇଟି ବସୁଧା ପ୍ରକଳ୍ପ କାମ ଆରମ୍ଭ ହୋଇଛି ସତ ମାତ୍ର ଜାମଦା ଜଳ ଯୋଗାଣ ବିଭାଗର ଦାୟୀତ୍ତ୍ଵ ହୀନତା ପାଇଁ 2022 ମସିହାରେ  ଆରମ୍ଭ ହୋଇଥିବା ପ୍ରକଳ୍ପ କାର୍ଯ ଶେଷ ହୋଇନି। ଏପଟେ ଜଳ କଷ୍ଟରେ ଜର୍ଜ୍ଜରିତ ଗ୍ରାମବାସୀ। 

ଏନେଇ ଆମେ ଜାମଦା ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲୁ।  ତେବେ ଗାଁ ସମସ୍ୟାକୁ ଗୁରୁତର ସହ ନେଇ ସମସ୍ୟାର ସମାଧାନ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।ଗାଁରେ ସମସ୍ୟା ଅନେକ, ଏପଟେ ସରକାରି ଯୋଜନା ଅନେକ। ମାତ୍ର ଯୋଜନାର ଫାଇଦା ପାଉ ନାହାନ୍ତି ଅଞ୍ଚଳବାସୀ। ପାଣି ରାସ୍ତା ପରି ମୌଳିକ ସୁବିଧା ପାଇଁ ଆଜିବି କରୁଛନ୍ତି ସଂଘଷ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

 

 

Sponsored
Red clay roads are a cause for concern | Argus News