Videos
|
Odisha

ReelsAddiction / କାଳ ହେଲା ରିଲ୍ସ ନିଶା…ରେଲୱେ ବ୍ରିଜ୍ ଉପରୁ ବ୍ରାହ୍ମଣୀ ନଦୀରେ ପଡି ନାବାଳକ ନିଖୋଜ

Ritu Das
Browse all articles by Ritu Das
·1 month ago·2 min read
କାଳ ହେଲା ରିଲ୍ସ ନିଶା…ରେଲୱେ ବ୍ରିଜ୍ ଉପରୁ ବ୍ରାହ୍ମଣୀ ନଦୀରେ ପଡି ନାବାଳକ ନିଖୋଜ
Accident

Key Points

ସୋସିଆଲ ମିଡିଆ ନିଶାର ଭୟଙ୍କର ପରିଣତି...
ରିଲ୍ସ କରୁ କରୁ ନଦୀରେ ଖସିଲେ ନାବାଳକ
ଛୋଟ ଠୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏବେ ରିଲ୍ସ ନିଶାରେ ବାଇ। କିନ୍ତୁ ସେହି ରିଲ୍ସ ପାଇଁ ବହୁ ଅମୂଲ୍ୟ ଜୀବନ ଅକାରଣରେ ଚାଲିଯାଉଛି। ଯାହାକୁ ଏଯାଏ ଲୋକ ଭାବୁ ନାହାନ୍ତି। ଯେତେ ସଚେତନ କରାଗଲେ ମଧ୍ୟ କେହି ଚେତୁ ନାହାନ୍ତି। ଆଉ କେତେ ନିରୀହ ଜୀବନ ଗଲେ ଲୋକ ଚିନ୍ତା କରିବେ କେଜାଣି? ରିଲ୍ସ ପାଇଁ ଏମିତି କେତେ ଦୁର୍ଘଟଣା ଘଟି ଜୀବନ ଚାଲିଯାଇଛି। କିଏ ପାଣି ଭିତରେ ରିଲ୍ସ କରୁଛି ତ ଆଉ କିଏ ପାହାଡ଼ ଉପରେ ଚଢ଼ିଯାଉଛି ତ ଆଉ କିଏ ବିପଦସଙ୍କୁଳ ବିଦ୍ୟୁତଖୁଣ୍ଟ ଉପରେ ଚଢ଼ିବାକୁ ପଛାଉ ନାହାନ୍ତି।

ଏହାସହ ପଢ଼ନ୍ତୁ: ବଡ଼ ଧରଣର ଭୁସ୍ଖଳନ: ଚାଲିଗଲା ୪ଜଣଙ୍କ ଜୀବନ, ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା

କାଳ ହେଲା ରିଲ୍ସ ନିଶା। ଏମିତି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ସମଲ ଥାନା ସମଲ ଜଗନ୍ନାଥ ମନ୍ଦିର ନିକଟସ୍ଥ ରେଲୱେ ବ୍ରିଜ୍ ଉପରେ। ଜଣେ ନାବାଳକ ବ୍ରାହ୍ମଣୀ ନଦୀରେ ପଡି ନିଖୋଜ ହୋଇଯାଇଛି। ରିଲ୍ସ୍ କରିବା ପାଇଁ ସାଙ୍ଗ ମାନଙ୍କ ସହ ଯାଇଥିବା ବେଳେ ଘଟିଛି ଏଭଳି ଛାତିଥରା ଘଟଣା। ନିଖୋଜ ନାବାଳକ ହେଲେ ସମଲ ଥାନା ବିଲିଣ୍ଡା ଗ୍ରାମର ଶୁଭ୍ରାଂଶୁ ପ୍ରଧାନ। ଘଟଣାସ୍ଥଳରେ ସମଲ ପୋଲିସ ଓ କଣିହାଁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

୫ ଜଣ ସାଙ୍ଗ ନଦୀ ଉପରେ ଥିବା ବିମଳାଗଡ଼ ରେଲୱେ ଟ୍ରାକ୍ ଉପରେ ବୁଲୁଥିଲେ। ଏହି ସମୟରେ ହଠାତ୍ ଟ୍ରାକରୁ ଗୋଡ଼ ଖସିଯିବାରୁ ଶୁଭ୍ରାଂଶୁ ସିଧା ନଦୀ ଭିତରକୁ ଖସି ପଡ଼ିଥିଲେ। ସାଥୀରେ ଯାଇଥିବା ୪ଜଣ ସାଙ୍ଗ କିଛି ସମୟ ସେଠି ରହି ସନ୍ଧାନ କରିଥିଲେ କିନ୍ତୁ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ଏହା ଦେଖି ସାଙ୍ଗରେ ଥିବା ଅନ୍ୟ ୪ ଜଣ ସାଙ୍ଗ ଭୟଭୀତ ହୋଇ ଘରକୁ ଫେରି ପରିବାର ଲୋକଙ୍କୁ ସବୁ କଥା ଜଣାଇଥିଲେ। ପରେ ଗ୍ରାମବାସୀ ଏନେଇ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ବର୍ଷା ଦିନେ ଗାଡ଼ି ଚଲାଇଲା ବେଳେ ଏହି ସବୁ ଦିଗ ଉପରେ ଧ୍ୟାନ ଦିଅନ୍ତୁ, ନଚେତ୍...

ଗତକାଲି ସନ୍ଧ୍ୟା ହୋଇଯାଇଥିବାରୁ ପ୍ରଥମେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିବା ବେଳେ, ଆଜି ସୋମବାର ସକାଳୁ ପୁଣି ଥରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ହେଲେ ଏଯାଏ ପତ୍ତା ମିଳିନି। ଘର ଲୋକଙ୍କୁ ଆହୁରି ସଜାଗ ହେବାକୁ ପଡ଼ିବ। ଛୋଟ ଛୋଟ ପିଲାଙ୍କୁ ମୋବାଇଲ ଦେବାରେ ବାରଣ କରିବାକୁ ପଡ଼ିବ। ନଚେତ ଏଭଳି ଦୁର୍ଘଟଣା ଘଟିବାରେ କେହି ଅଟକାଇପାରିବେନି।
Minor Missing After Falling Into River While Making Reels | Argus News