ମହାନଦୀ ପଠାରେ ପିକ୍ନିକ୍ ମନା: ଏହି ସ୍ଥାନ ପର୍ଯ୍ୟନ୍ତ ଲାଗିଲା କଟକଣା
·1 year ago

ଅର୍ଗସ ବ୍ୟୁରୋ: ମହାନଦୀ ପଠାରେ ପିକ୍ନିକ୍ ଆୟୋଜନ ଉପରେ କଡ଼ା କଟକଣା ଲଗାଇଛି କଟକ ମହାନଗର ନିଗମ। ତେବେ ଏହି କଟକଣା ବୋଟିଂ କ୍ଲବଠାରୁ କଟକ-ଇନ୍-କଟକ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଏଥିସହିତ ତଳ ବାଲିଯାତ୍ରା ପଡ଼ିଆରୁ ଚହଟା ଛକ ଯାଏ ମଧ୍ୟ କଟକଣା ଜାରି ହୋଇଛି।
ଲୋକେ ଭୋଜିଭାତ କରି ପ୍ଲାଷ୍ଟିକ୍, ପେପର, ଟିଣ, କାଚ ପରି ଅନେକ ଆବର୍ଜନା ଫିଙ୍ଗୁଛନ୍ତି। ଫଳରେ ମହାନଦୀ ପଠା ଦୂଷିତ ହେବା ସହ ପବନରେ ଏହି ଆବର୍ଜନା ଉଡ଼ି ପାଣିରେ ମିଶୁଛି। ପାଣି ମଧ୍ୟ ଦୂଷିତ ହେଉଛି। କେବେଳ ଭୋଜିଭାତକୁ ବାରଣ କରାଯାଇନାହିଁ। ନଦୀପଠାରେ ବିଭିନ୍ନ ଉତ୍ସବକୁ ମଧ୍ୟ ବାରଣ କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: