Videos
|
Odisha

ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ

Smruti Parija
Browse all articles by Smruti Parija
·1 year ago·1 min read
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ

ଅର୍ଗସ ବ୍ୟୁରୋ: ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ। ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ ଓ ପୌରାଞ୍ଚଳ ଅଫିସ୍, ମୋ ସେବା ଏବଂ ସାଧାରଣ ସେବା କେନ୍ଦ୍ରରୁ ମାଗଣାରେ ମିଳିବ ଫର୍ମ। ମୋ ସେବା ଓ ସାଧାରଣ ସେବା କେନ୍ଦ୍ରରେ କରିବେ ଦାଖଲ। କେବେଳ ଘରର ସାଧାରଣ ମହିଳା ନୁହନ୍ତି ଅଙ୍ଗନବାଡ଼ି ଓ ଆଶାକର୍ମୀ ବି ସୁଭଦ୍ରା ଯୋଜନା ପାଇଁ କରିପାରିବେ ଆବେଦନ। CRP, MBK ତଥା ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ବି ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ। ଏହାସହ  ଆଉଟସୋର୍ସିଂ ସଂସ୍ଥାର କର୍ମଚାରୀ ବି ହୋଇପାରିବେ ସୁଭଦ୍ରା ହିତାଧିକାରୀ।

ଜଣେ ମହିଳା ୨୦୨୪ ଜୁଲାଇ ୧ ପରେ ୨୧ ବର୍ଷ ବୟସ ଅତିକ୍ରମ କରିବେ ତେବେ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡିକ ପାଇଁ ତାଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ମିଳିବ। ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସମସ୍ତେ। ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣାରେ ମିଳିବ ସୁଭଦ୍ରା ଫର୍ମ। ଫର୍ମ ନେବା ସମୟରେ ଅରିଜିନାଲ ଆଧାର କାର୍ଡ ସାଙ୍ଗରେ ନେବାକୁ ପଡ଼ିବ। ଆସନ୍ତାକାଲି ଠାରୁ ବିଭିନ୍ନ ସ୍ଥାନରେ ନିର୍ଦ୍ଧାରିତ କ୍ୟାମ୍ପରେ ଫର୍ମ ପୂରଣ କରି ଦାଖଲ କରିବା ପାଇଁ ବ୍ୟବସ୍ଥା କରାଯିବ।

କେବଳ ୩୧ ଅଗଷ୍ଟ ଓ ୧ ତାରିଖରେ ଅଙ୍ଗନବାଡ଼ି କେନ୍ଦ୍ରରୁ ଫର୍ମ ନେଇ ପାରିବେ ଆବେଦନକାରୀ। ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ  ଟୋଲ୍ ଫ୍ରି ନମ୍ବର 14678 ଜାରି ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Registration of Subhadra Yojana from today | Argus News